ଦେବାନନ୍ଦ ସାମନ୍ତଙ୍କ ବିୟୋଗରେ ଶୋକ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କୁକୁଡ଼ାଙ୍ଗ ମଣ୍ଡଳ ସଭା ନେତ୍ରୀ ତିଳୋତ୍ତମା ସାମନ୍ତଙ୍କ ସ୍ୱାମୀ ଦେବାନନ୍ଦ ସାମନ୍ତଙ୍କର ତାଙ୍କର ରାଣୀଗୋଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଏହି ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ ଯୋଗେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଙ୍କ ବାସଭବନରେ ପହଞ୍ଚô ଦୁଃଖ ପ୍ରକାଶ କରିବା ସହ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସେହିପରି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ତାଙ୍କ ବାସଭବନରେ ପହଞ୍ଚô ଶୋକ ପ୍ରକଟ କରିଛନ୍ତି । ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବରିଷ୍ଠ ନେତା ଏନଏସଆଇସି ଡାଇରେକ୍ଟର କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି ।