ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ବଲାଙ୍ଗିର : ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଞ୍ଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ଯୋଗ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଠି, ଡିଆରସିଏସ ପ୍ରମୋଦ କୁମାର ବରିହା, ଏଡିଓ ବଡ ପଣ୍ଡା, ଏଆରସିଏସ ଜାଭିୟର ସରେନ, ଏରିଆ ମେନେଜେର ମାର୍କଫେଡ଼ ରାଜେଶ କୁମାର ପଣ୍ଡା, ଚନ୍ଦନଭାଟି ସମିତି ସଭ୍ୟା ସଂଗୀତା ପାଣିଗ୍ରାହୀ, ସରପଞ୍ଚ ପଙ୍କଜିନୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବଲାଙ୍ଗୀର ଜିଲ୍ଲାର ୨୯ଟି ପେସ୍କ ମାଧ୍ୟମରେ ଜିଲ୍ଲାରେ ୩୧୮୦ କ୍ୱିଣ୍ଟାଲ ମୁଗ, ୪୧ କ୍ୱିଣ୍ଟାଲ ବିରି, ୨୩୪ କ୍ୱିଣ୍ଟାଲ ଚିନାବାଦାମ କ୍ରୟ ପାଇଁ ପଞ୍ଜିକରଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଚନ୍ଦନଭାଟି ପେସ୍କ ଦ୍ୱାରା ୧୯୯କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଜନା ଅଧିକାରୀ ସୁଧାକର ନନ୍ଦ, ବ୍ଲକ କୃଷି ଅଧିକାରୀ ବିଶ୍ୱଜିତ ପାଟଯୋଶୀ, ସହାୟକ କୃଷି ଅଧିକାରୀ ସୁଜାତା ଛତ୍ରିଆ ତଥା ଚନ୍ଦନଭାଟିର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଗ୍ରାମବାସୀ, ଚନ୍ଦନଭାଟି ପେସ୍କର କର୍ମଚାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।