ଆଇସିସି ରିପୋର୍ଟ ଡାହା ମିଛ : ପ୍ରତାପ

 ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ସଂକ୍ରାନ୍ତୀୟ ଆଇସିସି ରିପୋର୍ଟ ଡାହା ମିଛ  । ପୀଡ଼ିତାଙ୍କୁ ମୁଁ କହିଥିଲେ ବି ସେ ଏତଲା ଦେଇନଥିଲେ  । ମୁଁ ଏନେଇ ପଦକ୍ଷେପ ନେଇଥିଲି  । ଏବେ ବିରୋଧୀ ଏହାକୁ ନେଇ ରାଜନୀତି କରିବା ଅତ୍ୟନ୍ତ ଘୃଣ୍ୟ ଓ ଜଘନ୍ୟ  । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହା କହିଛନ୍ତି  ।
ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତିଯେ, ଆମେ ଦୁଃଖିତ ଓ ବିଚଳିତ  । କିନ୍ତୁ କିଛି ଲୋକ  ଆନେ୍ଦାଳନ ଆଳରେ ରାଜନୀତିକ ସ୍ୱାର୍ଥ ସାଧନ କରିବାକୁ ଚାହୁଁଛନ୍ତି  । ପ୍ରକୃତ ଅପରାଧିଙ୍କୁ ଖସାଇଦେବା ପାଇଁ ନିଦେ୍ର୍ଦାଷ ଲୋକଙ୍କୁ ଖସାଇଦେବାକୁ ଉଦ୍ୟମ କରାଯାଉଛି  । ଆଇସିସି ତଦନ୍ତ ରିପୋର୍ଟ ଓଡ଼ିଆରେ ଲେଖା ହୋଇଥିଲା  । ଗୋଟିଏ କପି ମୁଁ ଆଣିଥିଲି  । ଏହି ତଦନ୍ତ ରିପୋର୍ଟରେ ୬୦ ଛାତ୍ରଛାତ୍ରୀଙ୍କୁ ଜେରା କରିଥିବା ନେଇ ଉଲ୍ଳେଖ କରାଯାଇଛି  । ଅଧ୍ୟାପକଙ୍କୁ ସମସ୍ତେ କ୍ଳିନଚିଟ୍ ଦେଇଛନ୍ତି  । ବରଂ ଛାତ୍ରୀଙ୍କ ବିରୋଧରେ ଉଲ୍ଳେଖ କରାଯାଇଥିଲା  । ଯାହାକି ଛାତ୍ରୀଙ୍କୁ ମର୍ମାହତ କରିଥିଲା  । ଛାତ୍ରୀ ଯାହା ଅଭିଯୋଗ କରିଥିଲେ ଅଧ୍ୟକ୍ଷ ତାହା ସର୍ବସାଧାରଣରେ ପ୍ରକାଶ କରିଦେଇଥିଲେ  । ମୋ ପାଖକୁ ଛାତ୍ରୀ ଜଣଙ୍କ ୨ ତାରିଖରେ ଆସିଥିଲେ  । ମୁଁ ଏତଲା ଦେବାକୁ କହିଥିଲି  । ସେ ଅଧ୍ୟକ୍ଷ ସମୟ ନେଇଛନ୍ତି ବୋଲି କହି ଏତଲା ଦେଇନଥିଲେ  । ଏବେ ଯେଉଁ ତଦନ୍ତ କମିଟି ରିପୋର୍ଟ ପ୍ରସାରିତ ହେଉଛି ତାହା ଠିକ୍ ନୁହେଁ  । ତଦନ୍ତ କମିଟି ସଦସ୍ୟ କହିଛନ୍ତି, ଆମେ ଅଧ୍ୟାପକଙ୍କୁ ବଦଳି କରିବାକୁ କହିଥିଲୁ  । କିନ୍ତୁ ଏବେ ବୁଲୁଥିବା ରିପୋର୍ଟରେ ତାହା ଉଲ୍ଲେଖ କରାଯାଇନାହିଁ  । ଏମିତିକି ବାପାଙ୍କର ସାରଙ୍କ ଉପରେ ଭରସା ଅଛି ବୋଲି ଲେଖା ହୋଇଛି  । ଏମିତି ସାର୍, ମନ୍ଦ ଉଦେ୍ଦଶ୍ୟରେ କରିନାହାନ୍ତି ବୋଲି ଉଲ୍ଳେଖ ରହିଛି  । ତାହା ଡାହା ମିଛ ବୋଲି ପ୍ରତାପ କହିଛନ୍ତି  । 
କିଛି ଲୋକ ଘୃଣ୍ୟ ରାଜନୀତି କରିବା ଅତ୍ୟନ୍ତ ଜଘନ୍ୟ କଥା  । ପିସିସି ସଭାପତି ଭକ୍ତ ଚରଣ ଦାସ ବାଲେଶ୍ୱର ସାଂସଦ, ପୁଲିସ ଓ ଅନ୍ୟମାନଙ୍କୁ ଦାୟୀ କରିଛନ୍ତି  । ସେହିପରି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ ଏକ ହତ୍ୟା  । ଆଉ ଏଥିପାଇଁ ସାଂସଦଙ୍କୁ ଅଭିଯୁକ୍ତ ବୋଲି କହିଛନ୍ତି  । ତାଙ୍କର ମନ୍ତବ୍ୟ ଦାୟିତ୍ୱହୀନ  । ଏହା ଆଇନଗତ ଅପରାଧ  । ଏଫଆଇଆର ନକରିବାକୁ ସାଂସଦ ମନା କରିଥିଲେ ବୋଲି ସେ କହୁଛନ୍ତି  । ହେଲେ ମିଛରେ ସେମାନଙ୍କୁ ପିଏଚଡ଼ି ମିଳିବା କଥା  । ଯଦି ସେ ଏହା ପ୍ରମାଣ କରିଦେବେ ମୁଁ ରାଜନୀତି ଛାଡ଼ିଦେବି  । ଇସ୍ତଫା ଦେଇଦେବି  । ଯଦି ତାଙ୍କର ଅଭିଯୋଗ ମିଥ୍ୟା ପ୍ରମାଣିତ ହୁଏ ସେ ରାଜନୀତି ଛାଡ଼ିଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି  । ଝିଅ ଏତଲା ଦେଇନାହାନ୍ତି  । ଏସପି ମଧ୍ୟ ଏଫଆଇଆର ଦେବାକୁ କହିଛନ୍ତି  । ବିନା ଏତଲାରେ ପୁଲିସ୍ କଲେଜକୁ ଯାଇପାରିବ ନାହିଁ  । ମୁଁ ଏସପି ଓ ଅଧ୍ୟକ୍ଷଙ୍କ ସହ ମଧ୍ୟ କଥାହୋଇଛି  । ପରୀକ୍ଷା ପାଇଁ ସୁଯୋଗ ଦେବାକୁ ଅଧ୍ୟକ୍ଷଙ୍କୁ କହିଥିଲି  । ସେ ବି ରାଜି ହୋଇଥିଲେ  । ଅଧ୍ୟାପକଙ୍କ ବିରୋଧରେ ଆସିଥିବା ଫେଭର ଅଭିଯୋଗ ପ୍ରମାଣିତ ହୋଇନଥିଲା  । ତେବେ ଆଇସିସି ରିପୋର୍ଟ ଭୁଲ୍ ଥିଲା ବୋଲି ମୁଁ ବହୁଆଗରୁ କହିଆସୁଛି  । ସେମାନେ ମାତ୍ର ୩ ଦିନ ତଦନ୍ତ କରିଛନ୍ତି ବୋଲି ପ୍ରତାପ କହିଛନ୍ତି  । ବାଲେଶ୍ୱର ବିଧାୟକ ଏହି ଘଟଣା ସମ୍ପର୍କରେ ଜାଣିନଥିଲେ  । ସେ ଝିଅ ଜମା ତାଙ୍କ ପାଖକୁ ଯାଇନାହାନ୍ତି  । ସେ ବହୁ ବିଳମ୍ବରେ ଜାଣିଛନ୍ତି  । ମୁଁ ଯାହା ପଦକ୍ଷେପ ନେବା କଥା ନେଇଥିଲି  । ଝିଅର ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଘଣ୍ଟାଏ ଆଲୋଚନା କରିଥିଲି  । ଝିଅଙ୍କୁ ମୁଁ କହିଥିଲେବି ସେ ଏତଲା ଦେଇନଥିଲେ ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି  ।