ଆନିମିୟା ରୋଗୀଙ୍କୁ ରକ୍ତଦାନ କଲେ ବିଜେଡି ନେତା
ମାଲକାନାଗିରି: ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସିତ ଥିବା ମାଳିଗୁଡା ପଞ୍ଚାୟତ ମାଥିଲି ବ୍ଲକର ଧୋନ ମାଛଙ୍କୁ ସିଭିୟର ଆନିମିୟା ଯୋଗୁଁ ତାଙ୍କୁ ଏବି ପଜେଟିଭ ରକ୍ତର ଆବଶ୍ୟକତା ହୋଇଥିଲା । ପରିବାର ଲୋକେ ରକ୍ତ ଯୋଗାଡ ପାଇଁ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରି ନିରାଶ ହେବା ପରେ ମାଲକାନଗିରି ବେଙ୍ଗଲୀ ସମାଜ ନଗର ସମ୍ପାଦକ ତଥା ରିକ୍ଲାମେସନ୍ ରାଇଜିଂ କ୍ଲବ ସଦସ୍ୟ ମନୋଜ କୁମାର ଚୌଧାରୀଙ୍କୁ ଯୋଗାଯୋଗ କରିଥିଲେ । ଏହାକୁ ନେଇ ସେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ସହ ଯୋଗାଯୋଗ କରିଥିଲେ । ମାନବିକତା ଦେଖାଇ ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ସହାୟତା ପାଇ ଆଗେଇ ଆସିଥିଲେ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରି ଧୋନ ମାଛଙ୍କ ଜୀବନ ବଞ୍ଚାଇଥିଲେ । ତେବେ ତାଙ୍କର ଏଭଳି ମହତ୍ କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି ଅବସରରେ ମାଲକାନଗିରି ବେଙ୍ଗଲୀ ସମାଜର ନଗର ସଭାପତି ଦିଲିପ ଦାସ, ଜିଲ୍ଲା ପରିଷଦ ମୁକ୍କା ମାଡକାମି, ବୀରମୋହନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।