ସଦଗୁରୁ ଶ୍ରୀ ଅର୍ଜୁନଙ୍କ ଜୟନ୍ତୀ ପାଳିତ
ବୁଗୁଡ଼ା: ପୂଜ୍ୟ ସଦଗୁରୁ ଶ୍ରୀ ଅର୍ଜୁନଙ୍କ ୯୩ତମ ଜୟନ୍ତୀ ଉତ୍ସବ ଦିବ୍ୟ ଦର୍ଶନ ଜରାଶ୍ରମ ପରିସରରେ ଆଦିପୁର ଦିବ୍ୟ ଦର୍ଶନ ଶାଖା ପକ୍ଷରୁ ପାଳିତ ହୋଇଛି । ଏ ଅବସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଥିଲେ । ଆୟୋଜି ଶିବିରରେ ୭ ଜଣ ମହିଳାଙ୍କ ସମେତ ୫୧ ଜଣ ରକ୍ତଦାନ କରିଥିଲା ବେଳେ, ଚକ୍ଷୁ ଚିକିତ୍ସା ଶିବିରରେ ୫୪ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥି ସହ ଜରାଶ୍ରମ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଦିବ୍ୟଦର୍ଶନ ସଙ୍ଘ ସଭାପତି ମନୋଜ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପରିଚାଳନାରେ ରାଜେନ୍ଦ୍ର ଜେନା, ରଙ୍କନିଧି ମହାନ୍ତି, ବିଦ୍ୟାଧର ସାହୁ, ଧନେଶ୍ୱର ସାହୁ, ସତ୍ୟନାରାୟଣ ନାହାକ, ଅରୁଣ ସାହୁ, ରାଜେନ୍ଦ୍ର ପ୍ରଧାନ, ରବୀନ୍ଦ୍ର ସାହୁ, ଶମ୍ଭୁନାଥ ନାୟକ ଭାରତ ଭୂଷଣ ନାୟକ, ଲଡୁ କିଶୋର ନାୟକ, ସନାତନ ବିଷୋୟୀ, ନିକୁଞ୍ଜ ମୋହନ ବେହେରା, ନିରାକାର ମହାନ୍ତି, ଲଡ଼ୁ କିଶୋର ନାୟକ, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।