ଓଏନଜିସି କରିବ ମେଗା ପ୍ରକଳ୍ପ
ପୁରୀ : ଓଏନଜିସି ପୁରୀ ଜିଲ୍ଲାରେ ଏକ ମେଗା ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଛି । ଆଜି ଓଏନଜିସିର ଏକ ବରିଷ୍ଠ ଟିମ୍ ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣାକୁ ଭେଟି ପ୍ରକଳ୍ପ ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି । ବିଶେଷ କରି ପୁରୀ ସମୁଦ୍ର କୂଳିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପବନ ଚାଳିତ ଶକ୍ତି ଉତ୍ପାଦନ ପାଇଁ ସୁଯୋଗ ରହିଛି । ପୂର୍ବରୁ ମଧ୍ୟ ପୁରୀ ସମୁଦ୍ର କୂଳରେ ଏହି ବ୍ୟବସ୍ଥା ଥିଲା । ଏବେ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ୫୦ ମେଗା ୱାଟ ବିଶିଷ୍ଟ ପବନ ଚାଳିତ ଶକ୍ତି ଉତ୍ପାଦନ ପାଇଁ ଓଏନଜିସି ଏକ ପ୍ରକଳ୍ପ ପ୍ରସ୍ତୁତ କରିଛି । ଏ ନେଇ ଆଜି ଓଏନଜିସି ର ବରିଷ୍ଠ ବୈଷୟିକ ଟିମ୍ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।