ହୋମଗାର୍ଡ ନିଯୁକ୍ତି ପ୍ରକି୍ରୟାରେ ଅନିୟମିୟତା

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ୧୨୧ ଟି ପଦବୀ ବାହାରିଥିଲା । ଏହି ଚାକିରୀ କରିବା ପାଇଁ ୭୦୦୦ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଜୁନ ୦୬ ତାରିଖରେ କେନ୍ଦ୍ରାପଡା ଅଟୋନୋମସ କଲେଜରେ ଲିଖିତ ପରୀକ୍ଷା କରାଯାଇ ୧୨୪୬ ଜଣଙ୍କୁ ଚୟନ କରାଯାଇଥିଲା । ପରେ ୧୮ ଜୁନରେ ଶାରୀରିକ ପରୀକ୍ଷା କରାଯାଇଥିଲା । ଜୁନ ୨୦ ରୁ ୨୪ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନିଜନିଜର ଥାନା ଅଞ୍ଚଳରେ ସାଧାରଣ ଜ୍ଞାନ ଓ ବିଭିନ୍ନ ଦକ୍ଷତା ଭିତିକ ପରୀକ୍ଷା କରାଯାଇଥିଲା । ଏହି ସବୁ ପରୀକ୍ଷାରେ ଅନିୟମିତତା ହୋଇଥିବା ପରୀକ୍ଷାର୍ଥୀ ମାନେ ଅଭିଯୋଗ କରି ଏସପି ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସମସ୍ତ ପରୀକ୍ଷା ଫଳ ସାର୍ବଜନୀନ କରି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ  । କିନ୍ତୁ ବିଭାଗୀୟ ଅଧିକାରୀ ତଥା ଚୟନ କର୍ତ୍ତା ମାନେ ମୁଣ୍ଡ କାନ ହଲାଉ ନଥିବା ଅଭିଯୋଗ କରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ପରୀକ୍ଷାର୍ଥୀ ମାନେ ଧାରଣା ଦେଇଛନ୍ତି  ।