ପଞ୍ଚାୟତସ୍ତରୀୟ ଜନଶୁଣାଣି ଶିବିର
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଉଚ୍ଚଳା ଗ୍ରାମ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୫୯ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୩୦ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବିଡ଼ିଓ ତ୍ରିପୁରା ମହାନନ୍ଦ, ସହକାରୀ ଯନ୍ତ୍ରୀ ଚିତ୍ତରଂଜନ ଜେନା, ସାମାଜିକ ସୁରକ୍ଷା ବିଭାଗ ପିତାମ୍ବର ନାଏକ, ବ୍ଲକ ମଙ୍ଗଳ ଅଧିକାରୀ ସୁବ୍ରତ କୁମାର ମିଶ୍ର, ଅତିରିକ୍ତ ମତ୍ସ୍ୟ ଅଧିକାରିଣୀ ବନ୍ଦନା ରାଣୀ ପଣ୍ଡା, ମହିଳା ପରିଦର୍ଶିକା ଗୀତା ହରିଜନ, ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ, ଆରଆଇ ସୋହନ ପାଟଯୋଶୀ, ଯୋଗାଣ ନିରୀକ୍ଷକ ଦିବ୍ୟରାଜ ଭୋଇ, ସରପଞ୍ଚ ପୂର୍ଣ୍ଣିମା ଶବର, ପାନୀୟ ଜଳ ବିଭାଗରୁ ଅତିରିକ୍ତ ଯନ୍ତ୍ରୀ ସୁବାସ ପଣ୍ଡା, କନିଷ୍ଠ ଯନ୍ତ୍ରୀ ରେଂଗୋ ନାଏକ,ଏପିଓ କ୍ଷେତ୍ର ମୋହନ ମାଝୀ, ପିଇଓ ଯୁଧିଷ୍ଠିର ଗହୀର, ଏଡିଇଓ କଳ୍ପ ସୁନାନୀ, ଜନ ଶୁଣାଣି ବିଭାଗରୁ ନନ୍ଦିନୀ ଶବର ସମେତ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ ଓ ଉଚ୍ଚଳା ପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।