ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର : ଭୀମ ଆର୍ମି ପକ୍ଷରୁ ବଲାଙ୍ଗିରରେ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ମହିଳା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବ୍ଲକ, ପଂଚାୟତରୁ କୋଣ ଅନୁକୋଣରୁ ଶତାଧିକ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଧିମାନ ପ୍ରସାନ୍ତ ବୋ÷÷ଦ୍ଧ ଯୋଗ ଦେଇ ପ୍ରତ୍ୟେକ ଭାଇମାନଙ୍କୁ ସମ୍ବିଧାନ ବିଚାର ଉପରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଧିମାନ ସୁଶାନ୍ତ ମଲ୍ଲିକ, ଇନ୍ଦ୍ରଜିତ ଜାଲ, ଚିନ୍ମୟ ହରପାଳ, ଭୀମ ଆର୍ମି ଜିଲ୍ଲା ଇନ୍·ର୍ଯ୍ୟ ଧୀମାନ ରଜନୀକାନ୍ତ ବୋ÷÷ଦ୍ଧ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସଂପାଦକ ଧୀମାନ ସୁଶାନ୍ତ ବୌଦ୍ଧ ପରି·ଳିତ କରିଥିଲେ । ସଭା ସମିତି ଶେଷ ଆଡକୁ ଧୀମାନ ସୁଶାନ୍ତ ଭାଇ ଏବଂ ରଜନୀଙ୍କ ଜରିଆରେ କିଛି ଭୀମ ଆର୍ମି ପଦବୀ ପୂରଣ କରାଯାଇଥିଲା ଏବଂ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବୋ÷÷ଦ୍ଧଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା । ଶେଷରେ ଭୀମ ଆର୍ମି ପକ୍ଷରୁ ଜିଲ୍ଲା ସଭାପତି ଭାବେ ଅନିଲ ମୁଗ୍ରୀ ଓ ନଗର ସଭାପତି ଯଶୋବନ୍ତ ବଢିଆଙ୍କୁ ମନୋନୀତ କରାଯାଇଥିଲା ।