ଆପାଦକାଳୀନ ନିରାପତ୍ତା କୌଶଳ ଶିକ୍ଷା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଆପାଦକାଳୀନ ଆତ୍ମ ନିରାପତ୍ତା କୌଶଳ ଶିକ୍ଷା ଶନିବାର ପ୍ରଦାନ କରାଯାଇଛି । ପ୍ରଧାନଶିକ୍ଷକ ରତିକାନ୍ତ ବେହେରାଙ୍କ ଅନୁରୋଧ କ୍ରମେ ଅଗ୍ନିଶମ ଅଧିକାରୀ ସୌରଭ ରାଉତଙ୍କ ନେତୃତ୍ୱରେ ଆଗ୍ନିକ ମୈତ୍ରେୟ ରଞ୍ଜନ ପଣ୍ଡା, ସରୋଜ ନାୟକ, ତ୍ରିଲୋଚ ମହାପାତ୍ର ପ୍ରମୁଖ ଅଗ୍ନିକାଣ୍ଡ, ସର୍ପଦଂଶନ, ବନ୍ୟା, ବାତ୍ୟା, ବଜ୍ରପାତ, ଜଳରେ ବୁଡିଯିବା ଭଳି ଆପାଦକାଳୀନ ପରିସ୍ଥିତିରେ ଆଶୁ ସୁରକ୍ଷା କୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେବା ସହ ପ୍ରତ୍ୟକ୍ଷରେ ପ୍ରଦର୍ଶନ କରିଥିଲେ । ଶିକ୍ଷୟତ୍ରୀ ତପଜା ସାହୁ, ବିଷ୍ଣୁପ୍ରିୟା ଜେନା, ରୂପାଲି ଅପରାଜିତା ପଟ୍ଟନାୟକ, ବର୍ଷାରାଣୀ ପଲକ, ଗଙ୍ଗାଧର ଦଳେଇ, ମାସନ କୁମାର ସାହୁ, ନରେନ୍ଦ୍ର ନାୟକ, ଉର୍ମିଳା ନାୟକ, ବର୍ଷା ପ୍ରିୟଦର୍ଶନୀ ମଲ୍ଲିକ, ଜ୍ୟୋସ୍ନାରାଣୀ ସାହୁ, ମନେ୍ଦାଦରୀ ସାହୁ, ସୁଜାତା ଦାସ, ଚନ୍ଦ୍ରଶେଖର ପାତ୍ର, ଲମ୍ବୋଦର ଜେନାଙ୍କ ସହ ଛାତ୍ରଛାତ୍ରୀମାନେ କୌଶଳ ଶିକ୍ଷା କରିଥିଲେ ।