ସଚେତନତା କାର୍ଯ୍ୟକ୍ରମ 

 ସମ୍ବଲପୁର :  ସ୍ୱେଚ୍ଛାସେବୀ ସଙ୍ଗଠନ ଜାଗରଣ ପକ୍ଷରୁ ରାଣୀବନ୍ଧରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସଭାପତି ସୁଧୀର ରଞ୍ଜନ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବର୍ଷା ଦିନରେ ଜଳବାହୀ ଓ ସଂକ୍ରାମକ ରୋଗର ପ୍ରତିରୋଧ ପାଇଁ ପରିଷ୍କାର ପରିଚ୍ଛନ୍ନତା ରକ୍ଷା, ପାଣିକୁ ଫୁଟାଇ ପିଇବା ତଥା ପରିବେଶକୁ ବଞ୍ଚାଇବା ପାଇଁ ବୃକ୍ଷରୋପଣ କରିବାକୁ ଜାଗରଣ ପକ୍ଷରୁ ପଡାର ନାଗରିକମାନଙ୍କୁ ଅନୁରୋଧ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଶତାଧିକ ଗରିବ ବୃଦ୍ଧ ଓ ମହିଳାମାନଙ୍କୁ ସଂଗଠନ ପକ୍ଷରୁ ଛତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦ୍ରୁପଦ ଛୁରିଆ, ସିବୁନ ଜେନା, ସୁଶୀଲ ମହାରଣା, ଅମିତ ବେହେରା, ଶିବ ନାୟକ, ମୁକେଶ ଜରିୱାଲ, ଚନ୍ଦନ ଦାସ, ଜୟନ୍ତ ମହାପାତ୍ର, ରାହୁଲ ଗୁପ୍ତା, ବିଶ୍ୱଜିତ ବାରିକ, ବିଶିଷ୍ଟ ଛତରିଆ, ଜୟରାମ ତାଣ୍ଡି, କାମଦେବ କୁମାର, ଭରତ ବିଭାର ଓ ସନ୍ତୋଷ ବିଭାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।