ଜିଲ୍ଲାସ୍ତରୀୟ ସଂକୀର୍ତ୍ତନ ଚିନ୍ତନ ବୈଠକ

 ବଲାଙ୍ଗିର : ବିଜାଖମନ ଠାରେ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ କଳା ସଂସ୍କୃତି ମହାସଂଘ ପକ୍ଷରୁ ତୃତୀୟ ବର୍ଷ  ସଂକୀର୍ତ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଉକ୍ତ ବୈଠକରେ ୧୪ଟି ବ୍ଲକରୁ ୧୦ଜଣିଆ କମିଟି ସହିତ ପ୍ରାୟ ୨୦୦ ରୁ ଅଧିକ ପୁରୁଷ ଓ ମହିଳା ସଂକୀର୍ତ୍ତନ କଳାକାର ଯୋଗ ଦେଇଥିଲେ । ସଂକୀର୍ତ୍ତନ କଳାକାରଙ୍କ ଉନ୍ନତି ତଥା ସମସ୍ତେ ଏକଜୁଟ ହୋଇ ସଂଘକୁ, ନିଜକୁ ଓ କଳାକୁ ସମସ୍ତ କ୍ଷେତ୍ରରେ ବଂଚାଇ ରଖିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ସମସ୍ତ ବ୍ଲକର ସଭାପତି ଯଥା ବିଭିଷଣ ପୂଜାରୀ, ପ୍ରଭଞ୍ଜନ ମାଝି, ଲମ୍ବୋଦର ସାହୁ, ସହଦେବ ପଣ୍ଡା, ମାର୍କଣ୍ଡ ବାଗ, ଗଦାଧର ଦଣ୍ଡସେନା, ଶିବ ମେହେର, ବିରଂଚି ମହାପାତ୍ର, ନରେନ୍ଦ୍ର ବାରିକ, କୁଞ୍ଜବଳ ଭୋଇ, ନରେନ୍ଦ୍ର ସାହୁ, ଅଭିମନୁ୍ୟ ନାଗ ପ୍ରମୁଖ ସହଯୋଗ କରିଥିଲେ । ଉପଦେଷ୍ଟା କମିଟିରେ ଅବନୀ ପ୍ରଧାନ, ମନମୟ ତ୍ରିପାଠୀ, କିଶୋର ମିଶ୍ର, ଦିଲିପ ପାଣ୍ଡିଆ, ଆର୍ତ୍ତ ବାଗ  ପରି·ଳନା କରିଥିଲେ । ଜିଲ୍ଲା ସଭାପତି ଜିତେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।