ନାଳରେ ବୁଡ଼ି ମହିଳା ଓ ଶିଶୁ ମୃତ

 କନ୍ଧମାଳ/ଚକାପାଦ : କନ୍ଧମାଳ ଜିଲ୍ଲା ପସରା ପଞ୍ଚାୟତ ଅନ୍ତର୍ଗତ ପଖାଳ ଖିଆ ନିକଟ ଖଉମୁଣ୍ଡା ଜଙ୍ଗଲରେ ପ୍ରବାହିତ ଏକ ନାଳରୁ ମାଆ ଓ ଶିଶୁ ପୁତ୍ରଙ୍କ ଶବ ଦେଖିବାକୁ ମିଳିଥିଲା । ମୃତକ ହେଲେ କଇନ୍ତା ଭୋଇ (୪୫) ଓ ନାବାଳକ ପୁତ୍ର ଆରତ(୫)  । ଗୁରୁବାର ଦିନ କଇନ୍ତା ପୋଢ଼ ଚରେଇବାକୁ ଯାଇ ଫେରି ନଥିଲେ । ପୋଢ଼ ଗୁଡ଼ିକ ପହଞ୍ଚି କାଇନ୍ତାଙ୍କ ଅନୁପସ୍ଥିତି ଦେଖି ସ୍ୱାମୀ ଖୋଜିବାକୁ ଯାଇଥିଲେ । ଏକ ନାଳରୁ ସ୍ତ୍ରୀ ଓ ପୁଅର ଶବ ଭାସୁ ଥିବାର ଦେଖିବାକୁ ପାଇଥିଲେ । ପରେ ପରେ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଓ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଚକାପାଦ ଥାନା କେସ ନଂ ୦୫/୨୦୨୫ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିସôାଳୟ ପଠାଇ ଘଟଣାର ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ଏଏସ୍ଆଇ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।