ଏସ୍ପିଙ୍କ ସହ ଆଲୋଚନା କଲେ ଜିଲ୍ଲା ଓକିଲ ସଂଘ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଢେଙ୍କାନାଳ ଜିଲ୍ଲାର ବର୍ତମାନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ । ଉକ୍ତ ସାକ୍ଷାତ ଆଲୋଚନା ସମୟରେ ଜିଲ୍ଲାର ବିିଭିନ୍ନ ପ୍ରକାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ମୁଖତଃ ଜିଲ୍ଲାରେ ବର୍ତମାନର ଟ୍ରାଫିକ୍ ସମସ୍ୟା, ରାହାଜାନୀ, ଚୋରୀ, ଅଜ୍ଞାତ ଲୋକମାନଙ୍କର ଜିଲ୍ଲାରେ ବସବାସ, ଜିଲ୍ଲାରେ ବନ୍ଧିତ ମଦ୍ୟପ ଓ ଡ୍ରଗ୍ମ ନିଶାସକ୍ତଙ୍କର ପ୍ରାଦୃଭାବ, ଦାଦାବଟୀ, ସମୟେ ସମୟେ ପୋଲିସ୍ର ନିଷ୍କ୍ରିୟତା ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା । ସମସ୍ତ ଅଭିଯୋଗ ଶୁଣିଲା ପରେ ଆରକ୍ଷୀ ଅକ୍ଷକ ମହୋଦୟ ଏସବୁ ବିଷୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ପ୍ରତିନିଧ ଦଳରେ ଜିଲ୍ଲା ଓକିଲ ସଂଘର ଉପସଭାପତି ଟଙ୍କଧର ବେହେରା, ସମ୍ପାଦକ ତାପସ କୁମାର କବି ଶତପଥ୍, ପୂର୍ବତନ ସଭାପତି ପଙ୍କଜ ଲୋଚନ ସାହୁ, ପ୍ରତାପ ନାରାୟଣ ତ୍ରିପଠୀ, ଶିବସାଲ ମହାପାତ୍ର, ବରିଷ୍ଠ ସଭ୍ୟ ସୁଶ୍ରୀଲାସୀନ ମହାଖୁଜ, ନିର୍ମଳ ମିଶ୍ର, କିସାନ ବିଶ୍ୱାଳ, ପ୍ରକାଶ ରାଉତ, ଦୀପ୍ତିମୟ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ରାଉତ ଓ ଗୁପ୍ତେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।