ପ୍ରେସ୍ କାଉନ୍ସିଲ ନାମ ବ୍ୟବହାର ଉପରେ ନିଷେଦ୍ଧାଦେଶ

 ଜଗତସିଂହପୁର : ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ବୈଧାନିକ ସଂସ୍ଥା ହୋଇଥିବାରୁ କୌଣସି ଗଣମାଧ୍ୟମ ସଂସ୍ଥା ‘ପ୍ରେସ କାଉନସିଲ’ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି  । ଜିଲ୍ଲାରେ କୌଣସି ଗଣମାଧ୍ୟମ ସଂସ୍ଥା କିମ୍ବା ସରକାରୀ ସଂଘ ନିଜ ସଂସ୍ଥାର ନାମ ପଞ୍ଜିକରଣ ସମୟରେ ପ୍ରେସ କାଉନସିଲ ଶଦ୍ଦ ବ୍ୟବହାର ନ କରିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଦେ୍ର୍ଦଶନାମା ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ସଂସ୍ଥା ପ୍ରେସ୍ କାଉନସିଲ ନାମ ବ୍ୟବହାର କଲେ ଏହା ଆଇନ୍ ଅନୁଯାୟୀ ଗ୍ରହଣୀୟ ନୁହେଁ । ତେଣୁ ଜିଲ୍ଲାର କୌଣସି ସରକାରୀ ସଂଘ ବା ଗଣମାଧ୍ୟମ ସଂସ୍ଥା ନିଜ ନାମରେ ପ୍ରେସ କାଉନସିଲ ବ୍ୟବହାର ନ କରିବାକୁ ଅନୁରୋଧ କରାଯାଇଛି ।