ଛାତ୍ର ବିଜେଡିର ବିକ୍ଷୋଭ ପ୍ରଦର୍ଶନ


 ବେତନଟୀ : ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ନିଆଁରେ ସାରା ଓଡ଼ିଶା ଜଳୁଛି । ଛାତ୍ରୀଙ୍କୁ ନ୍ୟାୟ ପାଇଁ ଜାରି ରହିଛି ପ୍ରତିବାଦ । ଏହି ପରିପ୍ରେକ୍ଷୀରେ ବେତନଟୀ ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବେତନଟୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ରୀଙ୍କୁ ନ୍ୟାୟ ପାଇଁ କଲେଜ ଛକରୁ ଆରମ୍ଭ କରି କଲେଜ ମୁଖ୍ୟ ଫାଟକ ସମ୍ମୁଖ ପର୍ଯ୍ୟନ୍ତ ପଦଯାତ୍ରା ସହ ପୋଷ୍ଟର, ସ୍ଲୋଗାନ ଧରି ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପତ୍ର ଦାବି କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳ ସଭାପତି ମନିସ ଗିରି, ଚିତ୍ତେଶ୍ୱର ବେହେରା, ସୌରଭ ପରିଡ଼ା, ଦୀପକ ସାହୁ, ଭୀଷ୍ମ ମହାନ୍ତ, ପୂର୍ବତନ ବ୍ଲକ ସଭାପତି ସୁନ୍ଦର ମହାନ୍ତ, ସମିତି ସଭ୍ୟ କିଶୋର ନାୟକ, ରାଜେନ ଦାସ, ଯୁବ ସଂଗଠକ ଲଲାଟେନ୍ଦୁ ବେହେରା, ଆଶିଷ ବେହେରା, ଚନ୍ଦନ ମହାନ୍ତ, ଓମ୍ ପ୍ରକାଶ, ଜୀବନ ଦାସ, ଗିତୁ ଲେଙ୍କା, ଅମର ପଞ୍ଝା, କମଲ ଲୋଚନ ହେମ୍ବ୍ରମ , ରାହୁଲ ବେହେରାଙ୍କ ସମେତ ବେତନଟୀ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।