ଶ୍ରାବଣୀ ଲିଙ୍ଗ ପ୍ରତିଷ୍ଠା 

 ରାଜନଗର :  ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ କାନଫୁଲିଆ ଶୈବପୀଠରେ ଶ୍ରାବଣୀ ଲିଙ୍ଗ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ପଣ୍ଡିତ ରାମଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ପଣ୍ଡିତ ସଞ୍ଜୟ ପାଣି, ପଣ୍ଡିତ ଅଣାକାର ମିଶ୍ର ଓ ନରେଶ ତ୍ରିପାଠୀ ପୂଜାପାଠ, ହୋମାଦିଯଜ୍ଞ ପରେ ଲିଙ୍ଗ ପ୍ରତିଷ୍ଠା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବୋଲବମ ସଂଘର ଭାଗ୍ୟଧର ଚମ୍ପତ୍ତିରାୟ, ଭାସ୍କର ଓଝା, ଦିବ୍ୟକାନ୍ତ ପ୍ରଧାନ, ଦିଲ୍ଲୀପ ଭଦ୍ର, ଜଗନ୍ନାଥ ପ୍ରଧାନ, ବିକ୍ରମାଦିତ୍ୟ ଚମ୍ପତ୍ତିରାୟ, ମନୋଜ ପରିଡା, ଅଭିମନୁ୍ୟ ପ୍ରଧାନ, ସତ୍ୟ ବାରିକ, ସିଦ୍ଧାର୍ଥ ଦାସ, ଅନନ୍ତ ପ୍ରଧାନ, ଦୀପକ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂଜା କମିଟିର ସଭାପତି ମହେଶ୍ୱର ବେହେରାଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ସହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତ ଏହି ପ୍ରତିଷ୍ଠା ଉସôବରେ ଅଂଶ ଗ୍ରହଣ କରିବା ସହ ପ୍ରସାଦ ସେବନ କରିଥିଲେ ।