ନିଖୋଜ ଯୁବତୀଙ୍କ ମୃତ ଦେହ ଉଦ୍ଧାର
ନବରଙ୍ଗପୁର : ନିଖୋଜ ଯୁବତୀଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ନବରଙ୍ଗପୁର ଥାନା ଅନ୍ତର୍ଗତ ଜାନକିନଗର ଗ୍ରାମରେ । ସୁବାସ ହରିଜନଙ୍କ ୧୮ ବର୍ଷୀୟା ଯୁବତୀ ସୁମନ ହରିଜନ ଗତ ୧୧ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଗତକାଲ ନବରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଥିଲେ । ତେବେ, ଜାନକୀନଗର ନିକଟସ୍ତ ତୋଟାରୁ ଦୁର୍ଗନ୍ଧ ବାହାରିବାରୁ ଆଜି ଗ୍ରାମ ଲୋକେ ସେଠାକୁ ଯାଇ ଏକ ଗଛରେ ସୁମନଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ନବରଙ୍ଗପୁର ଟାଉନ ପୁଲିସକୁ ଖବର ଦେବାପରେ ନବରଙ୍ଗପୁର ପୁଲିସ ଘଟଣାସ୍ଥଳ ରେ ପହଁଞ୍ଚି ଶବ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ଶବ ନିକଟରୁ ମୃତ ଯୁବତୀଙ୍କ ଫୋନକୁ ଉଦ୍ଧାର କରିଛି ପୁଲିସ । ଅନ୍ୟପଟେ ଶବକୁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ବ୍ୟବଛେଦ ପାଇଁ ପଠାଇ ଦିଆଯିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।