ଓଜନ ଓ ମାପ ଅଫିସରେ ଝୁଲୁଛି ତାଲା : ଠିକାମୀର ଶିକାର ଉପଭୋକ୍ତା
କନ୍ଧମାଳ / ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାପ ଓ ଓଜନ କାର୍ଯ୍ୟାଳୟ ରହିଛି ବୋଲି କେହି ଜାଣି ନାହାନ୍ତି କିମ୍ବାକୁ କେଉଁ ଜାଗାରେ ଅଛି ପଚାରିଲେ ଲୋକ କହି ପାରୁନାହାନ୍ତି । କାରଣ ଦୀର୍ଘ ବର୍ଷ ହେଲା କାର୍ଯ୍ୟାଳୟର ନୂତନ କୋଠାରେ ତାଲା ପଡ଼ିଥିବା ନେଇ ସର୍ବସାଧରଣରେ ଆଲୋଚନା ବିଷୟ ହୋଇଛି । କାନ୍ଧମାଳରେ ହଜାର ବ୍ୟବସାୟୀ ଓ ବ୍ୟବସାୟ ଅନୁଷ୍ଠାନ ଓ ପ୍ରତିଷ୍ଠାନ ରହିଛି । ଖାଉଟି ବିଭିନ୍ନ ଜିନିଷ ପତ୍ର ଓ ଅତ୍ୟାବଶକୀୟ ସାମଗ୍ରୀ କ୍ରୟ ବେଳେ ଓଜନରେ ଠକାମୀର ଶିକାର ହେଉଛନ୍ତି ବୋଲି ଲୋକ କହୁଛନ୍ତି । ସର୍ବେକ୍ଷଣରୁ ଜଣାପଡେ ଯେ, ଗତ ପାଞ୍ଚ ବର୍ଷରେ ଗୋଟିଏ ବି ମକଦ୍ଦମା ନାହିଁ । ଗତ ୧୯୯୦ରୁ ୨୦୦୦ ମଧ୍ୟରେ ଆଠରୁ ଦଶଟି ମକଦ୍ଦମା ହେଉଥିଲା ବୋଲି ଆଇନଜୀବୀ ଅଶୋକ ବିଶୋଇ ପ୍ରକାଶ କରିଛନ୍ତି । ଓଜନ କଣ୍ଟା ବି ରିନୁ୍ୟ ହେଉଛି କି ନାହିଁ ତାହା ଜଣାପଡୁନାହିଁ । କମ୍ପୁ୍ୟଟର ଓଜନ ମେସିନରେ ଅଧିକ ଠକାମୀ ହେଉଥିବ ବୋଲି ଗ୍ରାହକ କହୁଛନ୍ତି । ନିକିତି ଓ ବଟକରାର ଭାଗମାପ ଠିକ୍ ରହୁନାହିଁ । କାର୍ଯ୍ୟାଳୟରେ କେତେ କର୍ମଚାରୀ କାମ କରୁଛନ୍ତି ଆଜି ପର୍ଯ୍ୟନ୍ତ କାହାକୁ ମଧ୍ୟ ଜଣା ପଡୁନାହିଁ । ସତେ ଯେମିତି ଭୁତକୋଠି ପାଲଟି ଗଲାଣି ମାପ ଓ ଓଜନ ଅଫିସ ।