ଓଡ଼ିଶା ପୁଲିସ ସଂଘର ସଭାପତି ହେଲେ ଅସିତ ରଞ୍ଜନ

 କଟକ : ଓଡ଼ିଶା ପୋଲିସ ସଂଘ ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ସଭାପତି ଭାବେ ଅସିତ ରଂଜନ ଜେନା ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଇନ୍ସପେକ୍ଟର ପ୍ରେମ କୁମାର ଜେନାଙ୍କୁ ୩୨୫୦ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଅସିତଙ୍କୁ ୪୧୧୮ଖଣ୍ଡ ଭୋଟ ମିଳିଥିବାବେଳେ ପ୍ରେମକୁମାରଙ୍କୁ ୮୬୮ଖଣ୍ଡ ଭୋଟ ଓ ଅନ୍ୟତମ ପ୍ରାର୍ଥୀ ଜିତେନ୍ଦ୍ର ସିଂହଙ୍କୁ ୬୭୧ଖଣ୍ଡ ଭୋଟ ମିଳିଥିବା ଜଣା ପଡ଼ିଛି ।  ସୂଚନାଯୋଗ୍ୟ, ଓଡ଼ିଶା ପୋଲିସ ସଂଘ ସଭାପତି ନିର୍ବାଚନରେ ପ୍ରତ୍ୟେକ୍ଷ ଭାବେ ରାଜ୍ୟ ପୋଲିସ ବାହିନୀରେ କାର୍ଯ୍ୟରତ ଏଏସ୍ଆଇ, ଏସଆଇ ଓ ଇନ୍ସପେକ୍ଟରମାନେ ଭୋଟ ଦେଇଥିଲେ । ଗତ ୧୩ ଓ ୪ ତାରିଖ ୨ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ରାଜ୍ୟର ସମୁଦାୟ ୫୬୬୭ ଜଣ ଭୋଟ ପ୍ରଦାନ କରିଥିଲେ । ତନ୍ମଧ୍ୟରୁ ୧୦ଜଣଙ୍କ ଭୋଟ ନାକଚ ହୋଇଥିଲା ।