କୃଷି ଉପକରଣ ବାଣ୍ଟିଲେ ମନ୍ତ୍ରୀ

 ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାରେ ଜନଜାତି ସମୁଦାୟଙ୍କ ବିକାଶ ନିମନ୍ତେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ବରିବେଶ ମନ୍ତ୍ରି ଗଣେଶରାମ ସିଂ ଖୁଣ୍ଟିଆ ପନିପରିବା ବିହନ ବିତରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ବିଭିନ୍ନ କୃଷି ଉପକରଣ ବଣ୍ଟନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଆମର ଜନଜାତି ଭାଇ ଓ ଭଉଣୀମାନେ ରୋଷେଇ ବଗିଚାରେ ପନିପରିବା ଚାଷ କରି ନିଜର ପୋଷଣ ଆବଶ୍ୟକତା ପୂରଣ କରିବା ସହ ଆର୍ଥିକ ସ୍ୱାବଲମ୍ବୀ ହେବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି । ଏହାସହ ରୋଷେଇ ବଗିଚାରେ ପନିପରିବା ଚାଷ ଦ୍ୱାରା ଗୋଷ୍ଠୀ ସଶକ୍ତିକରଣ ଉଦେ୍ଦଶ୍ୟରେ ଗ୍ରହଣ କରାଯାଇଥିବା ଏହି ଯୋଜନା ଆମ ଜନଜାତି ସମୁଦାୟଙ୍କ ଜୀବନଯାତ୍ରାରେ ଏକ ନୂତନ ଦିଗନ୍ତ ଖୋଲିବ ବୋଲି ଶ୍ରୀ ଖୁଣ୍ଟିଆ କହିଥିଲେ ।