ବିଦୁ୍ୟତ୍ ଆଘାତରେ ନାବାଳିକା ମୃତ

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଧୂରପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଛିଣ୍ଡି ପଡ଼ିଥିବା ବିଦୁ୍ୟତ୍ ତାର ମାଡି ଜଣେ ନାବାଳିକାର ମୃତୁ୍ୟ ଘଟିଛି । ସୂଚନା ମୁତାବକ ଧୂରପାଟଣା ଗ୍ରାମର ସନାତନ ଖୁଣ୍ଟିଆଙ୍କ ୧୩ବର୍ଷର ଝିଅ ମାମିନା ଖୁଣ୍ଟିଆ ଗତ ଗୁରୁବାର ସକାଳେ ଘରୁ ଉଠି ବାହାରକୁ ଆସୁଥିବା ବେଳେ ଘରେ ଏକ ବିଦୁ୍ୟତ୍ ତାର କୌଣସି କାରଣରୁ ଛିଣ୍ଡିକି ପଡିଥିବା ବେଳେ ମାମିନା ଗୋଡରେ କୁଦି ଦେଇଥିଲା । ଯାହାଦ୍ୱାରା ବିଦୁ୍ୟତ୍ ଆଘାତରେ ମାମିନାଙ୍କର ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ଏହି ଘଟଣାକୁ ନେଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ।
ଗଣିତ ଶିକ୍ଷୟିତ୍ରୀ ନିଲମ୍ବିତ