ଦୁର୍ଘଟଣାରେ ଜଣେ ଗୁରୁତର
ହିଞ୍ଜିଳିକାଟୁ: ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୈତନ୍ୟପଡା ଛକ ନିକଟରେ ବାଇକ୍ ସହ ଏକ ଅଟୋ ଧକ୍କାରେ ଅଟୋରେ ବସିଥିବା ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଜଣକ ହିଞ୍ଜିଳିକାଟୁ ପୌରାଞ୍ଚଳ ଗାୟତ୍ରୀନଗର ଅଞ୍ଚଳର ମିଟୁ ସାହୁ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକରେ ଭର୍ତ୍ତି କରିଥିଲେ । ସେପଟେ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଉଭୟ ବାଇକ୍ ଓ ଅଟୋ ଚାଳକ ଫେରାର ହୋଇଯାଇଥିଲେ । ଗୁରୁବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଅଟୋ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ପଛପଟୁ ଏକ ବାଇକ୍ ଦ୍ରୁତ ଗତିରେ ଆସି ଅଟୋ ପଛକୁ ଧକ୍କା ଦେବାରୁ ଅଟୋ ଚାଳକ ଭାରସାମ୍ୟ ହରାଇ ରାସ୍ତା ପ୍ୱାର୍ଶ୍ୱକୁ ଗାଡ଼ିକୁ ଓଲଟାଇ ଦେଇଥିଲେ ।