ଗାଁ ଆମ୍ବ ପସରା ଉଦ୍ଘାଟିତ
ରାୟଗଡା: ଜିଲ୍ଲାପାଳ ପାରୁଲ ପାଟାୱରୀ ଓରମାସ ପକ୍ଷରୁ ଖୋଲାଯାଇଥିବା ‘ଆମ ଗାଁ ଆମ୍ବ ପସରା’କୁ ଉଦ୍ଘାଟନ କରିଛନ୍ତି । ସ୍ଥାନୀୟ ଜନଜାତି ଜଗତ କେନ୍ଦ୍ର ସମ୍ମୁଖରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ବନଖଣ୍ଡିୟ ଅଧିକାରୀ ସଚିନ ଆନ୍ନା ସାହେବ ଓହଲେ, ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ, ଉପଜିଲ୍ଲାପାଳ ରମେଶ ଜେନା, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ ଯୋଗ ଦେଇଥିଲେ । ଏହି ଆମ୍ବ ମେଳା ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ । ଜିଲ୍ଲାପାଳ ଶ୍ରୀମତୀ ପଟାୱରୀ ଏହି ମେଳର ପ୍ରଚାର ପ୍ରସାର ପାଇଁ ଏକ ରଥକୁ ମଧ୍ୟ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ରାୟଗଡା ଜିଲ୍ଲାର କାଶିପୁର, ବିଷମକଟକ, ମୁନିଗୁଡା, ରାୟଗଡା, କୋଲନରା, ଗୁଣପୁର ଭଳି ବ୍ଲକ୍ରେ ବିଭିନ୍ନ କୃଷକ ଉତ୍ପାଦକ ସଂସ୍ଥା,ଏସ୍ଏଚ୍ଜି ଗ୍ରୁପ, ଉତ୍ପାଦକ ସଂସ୍ଥା କମ୍ପାନୀ ଧରଣୀପେନୁ ସଂସ୍ଥା ଚାଷୀମାନଙ୍କ ଠାରୁ ଆମ୍ବ ସଂଗ୍ରହ କରି ସୁଲଭ ମୂଲ୍ୟରେ ଏହି ଆମ୍ବ ମେଳାରେ ବିକ୍ରି କରୁଛନ୍ତି । ରାୟଗଡା ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରରେ ମଧ୍ୟ ଜିଲ୍ଲାର ଆମ୍ବର ଢେର ଚାହିଦା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ବିଭିନ୍ନ କିସମର ଆମ୍ବ ମଧ୍ୟରେ ଆମରପାଲି, ତୋଟାପୁରୀ, ବାଇଗଣପଲି, ଦେଶରୀ, ସୁନ୍ଦରୀ, ମଲିକା ଭଳି ସ୍ୱାଦିଷ୍ଟ ଆମ୍ବ ଏହି ଆମ୍ବ ପସରାରେ ସ୍ଥାନୀୟ ବଜାର ଠାରୁ ସୁଲଭ ଏବଂ ଜୈବିକ ପ୍ରକ୍ରିୟାରୁ ଗ୍ରାହକଙ୍କ ପାଇଁ କୃଷକ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ବିକ୍ରି କରାଯାଉଛି ବୋଲି ପ୍ରକାଶ କରିଛନ୍ତି । ଉଦ୍ଘାଟନ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପନିଦେ୍ର୍ଦଶକ ଦୟାନିଧି ରାଉତ, ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଓରମାସର ଲେଖାପାଳ ଜି ଲକ୍ଷ୍ମଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।