ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ
ବାଲେଶ୍ୱର : ମାନବ ରକ୍ତର ବିକଳ୍ପ ନାହିଁ । ଜଣେ ରକ୍ତଦାତା ହିଁ ରକ୍ତଦାନ କରି ଅନ୍ୟଜଣଙ୍କର ଜୀବନରକ୍ଷା କରିପାରିବ । ତେଣୁ ରକ୍ତଦାନ ହିଁ ମହତଦାନ । ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ୧୫ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ଅତିଥି ଓ ବକ୍ତାମାନେ ଏପରି ମତ ଦେଇଛନ୍ତି । ଏହି ସଭାକୁ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଓ ବକ୍ତାଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଏବଂ ଜିଲ୍ଲା ରକ୍ତକେନ୍ଦ୍ର ଅଧିକାରୀ ଡା. ବସନ୍ତ ଉପାଧ୍ୟାୟ ଯୋଗଦେଇ ରକ୍ତଦାନ କ୍ଷେତ୍ରରେ ବାଲେଶ୍ୱରର ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ରକ୍ତଦାତା ସଂଘର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଅତିଥିମାନେ ସଙ୍ଗଠନର ମୁଖପତ୍ର ‘ସ୍ପନ୍ଦନ’କୁ ଉନ୍ମୋଚନ କରିଥିଲେ । ଗତବର୍ଷରେ ସର୍ବାଧିକ ରକ୍ତଦାନ ଶିବିର ଆୟୋଜକ, ସର୍ବାଧିକ ରକ୍ତ ସଂଗ୍ରହ କରିଥିବା ବ୍ୟକ୍ତି ଓ ସଙ୍ଗଠନମାନଙ୍କୁ ସଂଘ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ରକ୍ତଦାତା ସଂଘକୁ ୫୦ ହଜାର ଟଙ୍କା ଦାନ କରିଥିବାରୁ ସମାଜସେବୀ ପଦ୍ମଲୋଚନ ଦତ୍ତଙ୍କୁ ଉପାୟନ ପ୍ରଦାନ କରାଯାଇଥିଲା । ରକ୍ତଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ଡ. ହୃଷିକେଶ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ‘ଉକ୍ରଳ ଡ୍ୟାନ୍ସ ଗ୍ରୁପ୍’ ପକ୍ଷରୁ ଗୋଟିପୁଅ ନୃତ୍ୟ