ରାଜସ୍ଥାନ ଭାରତର ଗୌରବମୟ ଐତିହ୍ୟର ଶକ୍ତିଶାଳୀ ପ୍ରତୀକ
ଭୁବନେଶ୍ୱର : ଶିକ୍ଷା ହେଉଛି ଏପରି ମାଧ୍ୟମ ଯାହା କେବଳ ବ୍ୟକ୍ତିଗତ ଜୀବନକୁ ଉନ୍ନତ କରେ ନାହିଁ, ବରଂ ଦେଶକୁ ନୂତନ ଶିଖରକୁ ନେଇଥାଏ । ଏହି କଳ୍ପନାରେ ଜାତୀୟ ଶିକ୍ଷା ନୀତି ଅଧୀନରେ ବହୁମୁଖୀ, ଦକ୍ଷତା-ଆଧାରିତ ଏବଂ ନିଯୁକ୍ତି-ଆଧାରିତ ଶିକ୍ଷା ବ୍ୟବସ୍ଥାକୁ ପ୍ରୋସôାହିତ କରାଯାଉଛି ବୋଲି ଗୁରୁବାର ରାଜସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦିନିକିଆ ଗସ୍ତକାଳରେ ଶ୍ରୀ ପ୍ରଧାନ କେନ୍ଦ୍ର ରାଷ୍ଟ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଭାଗୀରଥ ଚୌଧୁରୀଙ୍କ ସହ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉସôବରେ ଯୋଗଦେଇଥିଲେ । ଏହାବ୍ୟତୀତ ଜୟପୁରର ମଣିପାଲ ବିଶ୍ୱବିଦ୍ୟାଳୟରେ ନବନିର୍ମିତ ଅଧ୍ୟାପକ ହଲ୍ କମ୍ପ୍ଲେକ୍ସ ଉଦଘାଟନ କରିଥିଲେ ଶ୍ରୀ ପ୍ରଧାନ । ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉସôବରେ ପଦକ ଏବଂ ଡିଗ୍ରୀ ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ, ଶିକ୍ଷାର ସ୍ୱଭାବ ହେଉଛି ନିରନ୍ତରତା - ଏହା ଏକ ସମାବର୍ତ୍ତନ ଉସôବ ନୁହେଁ, ବରଂ ଜୀବନବ୍ୟାପୀ ଶିକ୍ଷାର ଯାତ୍ରାରେ ଏକ ସ୍ମରଣୀୟ ଅବସର । ଜାତୀୟ ଶିକ୍ଷା ନୀତି ଅଧୀନରେ ବିଶ୍ୱମାନର ଶିକ୍ଷା ବ୍ୟବସ୍ଥାକୁ ପ୍ରୋସôାହିତ କରାଯାଉଛି । ବିଶ୍ୱ ଶିକ୍ଷା ସହଯୋଗକୁ ସୁଦୃଢ଼ କରିବା ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ କ୍ୟାମ୍ପସ ସ୍ଥାପନ କରିବାକୁ ଅନୁମତି ଦିଆଯାଇଛି । ଏହି ବର୍ଗରେ ଏପର୍ଯ୍ୟନ୍ତ ଆଠଟି ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠିତ ହୋଇଛି । ରାଜସ୍ଥାନର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଜେଇଇ ଏବଂ ନିଟ୍ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିରନ୍ତର ଭଲ ପ୍ରଦର୍ଶନ କରି ଦେଶର ଶିକ୍ଷାଗତ ଉକôର୍ଷତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି । ଏହି ଭୂମି ଜ୍ଞାନ, ବିଜ୍ଞାନ, କଳା, ସାହିତ୍ୟ ଏବଂ ଚିନ୍ତାଧାରାର ମୂଳ ଉସô ହୋଇଛି । ‘ବସୁଧୈବ କୁଟୁମ୍ବକମ୍' ଆଦର୍ଶ ସହିତ ଭାରତ ୧୪୦ କୋଟି ଭାରତୀୟ ଏବଂ ବିଶ୍ୱ ମାନବତାର ଲାଭ ପାଇଁ ଏକ ସମାଧାନ ପ୍ରଦାନକାରୀ ରାଷ୍ଟ୍ର ହେବା ଉଚିତ ଓ ଏହା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ ସଂକଳ୍ପ ବୋଲି ସେ କହିଥିଲେ । ଶ୍ରୀ ପ୍ରଧାନ ନୂତନ ଅଧ୍ୟାପକ ହଲ୍ କମ୍ପ୍ଲେକ୍ସ ଉଦଘାଟନୀ କାର୍ଯ୍ୟକ୍ରମରେ କହିଥିଲେ, ରାଜସ୍ଥାନର ସାଂସ୍କୃତିକ ଐତିହ୍ୟର ଛାପ ଥିବା ନୂତନ ଅଧ୍ୟାପକ ହଲ୍ କମ୍ପ୍ଲେକ୍ସ ଶିକ୍ଷଣ ପରିବେଶକୁ ପ୍ରୋସôାହିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।