ଯାଜପୁରରେ ବ୍ୟାପିଲା ଝାଡ଼ାବାନ୍ତି
ଯାଜପୁର/ବ୍ୟାସନଗର: ଯାଜପୁର ଜିଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ୩ ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତୁ୍ୟ ଘଟିଛି । ଅପରପକ୍ଷରେ ଏହାର ଭୟାବହତାକୁ ଲକ୍ଷ୍ୟ କରି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ସ୍ଥିତି ପରଖିଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଞ୍ଚ ଆରମ୍ଭ କରିଦେଇଛନ୍ତି ।
ମୃତକ ମଧ୍ୟରୁ ଜଣେ ଯାଜପୁର ରୋଡ, ଜଣେ କୋରେଇ ଏବଂ ଅନ୍ୟଜଣେ ମୟୁରଭଞ୍ଜ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଯାଜପୁର ରୋଡ଼ ମେଡ଼ିକାଲରେ ଚିକିସôାଧିନ ଅବସ୍ଥାରେ ପୈାରାଞ୍ଚଳ ଡ଼ାକବଙ୍ଗଳା ଛକ ନିକଟ ଆଇସକ୍ରିମ ଫ୍ୟାକ୍ଟ୍ରି ନିକଟରେ ରହୁଥିବା ତୋଲାରାମ ଶର୍ମା(୬୯) ଗୁରୁତର ଅବସ୍ଥାରେ ଆଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଚିକିସôା ଚାଲୁଥିବା ସମୟରେ ସନ୍ଧ୍ୟା ସମୟରେ ମୃତୁ୍ୟ ଘଟିଥିଲା । ମୃତ ତୋଲାରାମ ଲଗାତାର ୩୦ରୁ ଅଧିକ ଝାଡ଼ା ସହ ବାନ୍ତି କରି ଗୁରୁତର ହୋଇପଡ଼ିଥିଲେ । ମେଡ଼ିକାଲରେ ଚିକିସôାଧିନ ସମୟରେ ଅକ୍ସିଜେନ ଲେବଲ କମିଯିବାରୁ ମୃତୁ୍ୟ ଘଟିଥିଲା ।