ହିଞ୍ଜିଳିକାଟୁରୁ ଶିଶୁ ଶ୍ରମିକ ଉଦ୍ଧାର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍ବେଗ ଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଛି । ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଜିଲ୍ଲା ଶ୍ରମ ବିଭାଗ ତତ୍ପରତା ଦେଖାଇଛି । ବୁଧବାର ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ଓ ହିଞ୍ଜିଳି ପୁଲିସ ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ସ୍ଥାନୀୟ ପୌରାଞ୍ଚଳର ୪ଟି ହୋଟେଲ ଉପରେ ଚଢାଉ କରି ୪ ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶିଶୁ ଶ୍ରମିକଙ୍କୁ ବ୍ରହ୍ମପୁର ଗୋଷ୍ଠୀ କଲ୍ୟାଣ ସମାଜକୁ ପଠାଯାଇଥିବା ଥାନା ସୂତ୍ରରୁ ଜଣାପଡିଛି ।