ତପସ୍ୱିନୀଙ୍କୁ ସମ୍ବର୍ଦ୍ଧନା
ବିଞ୍ଝାରପୁର : ବ୍ଲକ ଅନ୍ତର୍ଗତ ତପସ୍ୱିନୀ ଡାନ୍ସ ସ୍କୁଲ୍ ଆଣ୍ଡ ଗ୍ରୁପର ନୃତ୍ୟ ଗୁରୁ ଶୁଶ୍ରୀ ତପସ୍ୱନୀ ମଲ୍ଲିକ୍ଙ୍କୁ କଲ୍ଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ ଜାତୀୟ ମର୍ଯ୍ୟାଦା ସମ୍ପନ୍ନ ସମ୍ମାନ "ଆଦିକଳା ସମ୍ମାନ’ରେ ଶ୍ରୀକ୍ଷେତ୍ର ପୁରୀରେ ଥିବା ଅନ୍ନପୂର୍ଣ୍ଣା ଥିଏଟର ଠାରେ ସମ୍ମାନିତ କରାଯାଇଛି । ଆଇଆଇସିଏଟର ଡ଼ାଃ ଉପେନ୍ଦ୍ର କୁମାର ଶର୍ମା, ଅଭିନେତା କିଶୋର ଦାସ ଏବଂ ଅନ୍ୟାନ୍ୟ ଅତିଥି ଉପସ୍ଥିତ ରହିଥିଲେ ।