ତନ୍ତୀଘାଇ ନଦୀ ଗର୍ଭ ଅାଁରେ ବରିଲୋ ଗାଁ 

ତନ୍ତୀଘାଇ ନଦୀ ଗର୍ଭ ଅାଁରେ ବରିଲୋ ଗାଁ 

ବରୀ : ବିଞ୍ଝାରପୁର ଜଳସମ୍ପଦ ଅଧିନ ବରୀ ବ୍ଲକ ଅନ୍ତର୍ଗତ ଭଅଁରା ପଞ୍ଚାୟତର ବରିଲେକ୍ଷ ଜନବସତି ଆଡ଼କୁ ମାଡି ଆସୁଛି ତନ୍ତୀଘାଇ ନଦୀ  । ପ୍ରଖର ସ୍ରୋତରେ କୂଳ ଖାଇବାଦ୍ୱାରା ନଦୀର କରାଳ ରୂପ ଏବେ ଗାଁ କୁ ଗ୍ରାସ କରିବାକୁ ବସିଛି । ନଦୀ କୂଳରୁ ମାଟି ଅତଡା ଧସିବା ଫଳରେ ବସବାସ କରୁଥିବା ସ୍ଥାନ ଫାଟି ଆଁ କରିଛି । ଏକ ମାସରୁ ଉର୍ଦ୍ଧ ହେବ ନଦୀ କୂଳ ଦିନକୁଦିନ ଖାଇବାରେ ଲାଗିଛି । ଏହିପରି ଅବସ୍ଥା ବରିଲୋ ଗ୍ରାମର ସ୍ୱାଇଁ ସାହି ଠାରୁ ରାଉତ ସାହି ପର୍ଯ୍ୟନ୍ତ ୧୦୦ ମିଟରରୁ ଉର୍ଦ୍ଧ୍ୱ ଲମ୍ବର ମାଟି ଧସି ନଦୀ ଗର୍ଭରେ ଲୀନ ହେଲାଣି, ଫଳରେ ୩୦ ପରିବାରର ୨୦୦ରୁ ଉର୍ଦ୍ଧ୍ୱ ଲୋକ ନଦୀକୂଳରେ ବସବାସ କରିବାକୁ ଭୟ କରୁଛନ୍ତି । ଦୀର୍ଘ ୪ ବର୍ଷ ପୂର୍ବେ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମାପଚୁପ କରି ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଚାଲିଯାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର ହୋଇନାହିଁ । ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀ ତୁରନ୍ତ ଏହି ସ୍ଥାନରେ ପଥରପ୍ୟାକିଂ କରିବାକୁ ସ୍ଥାନୀୟ ଲୋକେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ନହେଲେ ୩୦ ପରିବାର ଭିଟାମାଟି ଛାଡି ବାସହରା ହେବେ ବୋଲି ଜଣାଇଛନ୍ତି । ଉକ୍ତ ସ୍ଥାନରେ ସ୍ଥାୟୀ ପ୍ରତିକାର ନିମନ୍ତେ ପଥରପ୍ୟାକିଂ ପାଇଁ କାହ୍ନୁ ଚରଣ ସ୍ୱାଇଁ, ନିରଂଜନ ସ୍ୱାଇଁ, ବୃନ୍ଦାବନ ସ୍ୱାଇଁ, ଦେବେନ୍ଦ୍ର ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ, ଧୀରେନ୍ଦ୍ର ସ୍ୱାଇଁ, ନରହରି ସ୍ୱାଇଁ, ଅବକାଶ ସ୍ୱାଇଁ, ରମାକାନ୍ତ ସ୍ୱାଇଁ, ପୂର୍ଣଚନ୍ଦ୍ର ସ୍ୱାଇଁ, ବ୍ରଜ କିଶୋର ସ୍ୱାଇଁ, ହୃଦକ୍ଷ ନନ୍ଦ ସ୍ୱାଇଁ, ରବୀନ୍ଦ୍ର ରାଉତ, ଉମାକାନ୍ତ ରାଉତ, ମଣିଭଦ୍ର ରାଉତ, ପ୍ରତକ୍ଷପ ରାଉତ, ପ୍ରଦୀପ ରାଉତ, କୂଳମଣି ସାହାଣି, ତ୍ରିଲୋଚନ ସାହାଣି, ମହେନ୍ଦ୍ର ସ୍ୱାଇଁ, ଦୁଃଶାସନ ସ୍ୱାଇଁ ପ୍ରମୁଖ ବହୁ ଗ୍ରାମବାସୀ ଦାବି କରିଛନ୍ତି ।