ଶର୍ମିଷ୍ଠା ଓ ପ୍ରମିଳାଙ୍କ ମିଳିତ ପ୍ରଚାର
ବିଞ୍ଝାରପୁର: ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ ବିଞ୍ଝାରପୁର ବିଧାନସଭା ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ମିଳିତ ଭାବେ ପ୍ରଚାର ମଇଦାନକୁ ଓଲ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ମାନଙ୍କୁ ନେଇ କର୍ମୀ ସମ୍ମିଳନୀରେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ବ୍ଲକ ଅନ୍ତର୍ଗତ ବାଙ୍ଗରା, ଜରୀ, ଅରେଇ ଆଦି ପଞ୍ଚାୟତରେ ବିଜେଡି ପକ୍ଷରୁ ଆୟୋଜିତ କର୍ମୀ ସମ୍ମୀଳନୀରେ ପ୍ରମିଳା ଓ ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ଯୋଗଦେଇ ବିଜେଡି ବିଞ୍ଝାରପୁର ନିର୍ବାଚନ ମଣ୍ଡଳିରେ ବିକାଶର ସ୍ରୋତକୁ ଅବ୍ୟାହତ ରଖିଛି । ଅଭାବ, ଅନାଟନ, ଦୁଖଃ, କଷଣର ବିଞ୍ଝାରପୁର ଆଜି ରାଜ୍ୟର ପ୍ରଗତୀର ଅନ୍ୟତମ ଉଦାହରଣ ପାଲଟିଛି । ଏଠାରେ କଳକାରଖାନା ନଥିଲେ ମଧ୍ୟ ଶିକ୍ଷା, କୃଷି, ବାଣିଜ୍ୟ, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅହେତୁକ ବିକାଶ କେବଳ ବିଜେଡି ଦ୍ୱାରା ହୋଇଛି । ଅନ୍ୟଦଳର ନେତା ନେତ୍ରୀ କେବଳ ମିଛ ପ୍ରତିଶୃତି ଦେଇ ବିଞ୍ଝାରପୁରବାସୀଙ୍କୁ ଠକିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କ ସେବାକୁ ପ୍ରାଥମିକତା ପ୍ରଦାନ କରିଛନ୍ତି ବୋଲି ପ୍ରମିଳା ମତବ୍ୟକ୍ତ କରିଥିଲେ । କର୍ମୀ ସମ୍ମିଳନୀରେ ବିଜୁ ଜନତା ଦଳର ସଭାପତି ନନ୍ଦ କିଶୋର ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ଦାସ, ଜରୀ ପଞ୍ଚାୟତର ସରପଞ୍ଚ ନନ୍ଦ କିଶୋର ମଲ୍ଲିକ, ଉମେଶ ଚନ୍ଦ୍ର ଦାସ, ପ୍ରଦୁ୍ୟମ୍ନ ପାତ୍ର, ପ୍ରତାପ ପାତ୍ର, ମନୋଜ ସାମଲ, ପ୍ରମୋଦ ସାମଲ, ସୁବ୍ରତ ସାମଲ, ଅମର ମଲ୍ଲିକ, ଅନୁସ୍ୱୟା ମଲ୍ଲିକ, ବିଷ୍ଣୁ ମଲ୍ଲିକ, ମୁନା ମଲ୍ଲିକ, ଅରୁଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।