କୋକାକୋଲା ବୋତଲରେ ଫାଣ୍ଟା

 ଯାଜପୁର:  ପ୍ରତିଯୋଗିତା ଭିତିରେ ଥଣ୍ଡା ବା କୋଲଡ଼ି୍ରକ୍ସିଂ କାରବାର ଚାଲିଛି । ବିଭିନ୍ନ ମୃଦୁପାନୀୟ କମ୍ପାନୀ ବଜାରରେ ନିଜର ଦବଦବା ରଖିବାକୁ ବାଟେଘାଟରୁ ଆରମ୍ଭକରି ଟିଭି ପରଦା ଏବଂ ଛାପା ଗଣମାଧ୍ୟମରେ ବିଜ୍ଞାପନ ଦେଇଥାନ୍ତି । ଆମ କମ୍ପାନୀ ହିଁ ସର୍ବୋତ୍ତମ ଏବଂ ତୃଷା ମେଣ୍ଟାଇବାରେ ୧ନଂ ବୋଲି ଜଣାଇଥାନ୍ତି । ହେଲେ ମୃଦୁ ପାନୀୟ ଭଳି ଇଣ୍ଟରନ୍ୟାସନାଲ କମ୍ପାନୀ ନିଜର ବେପାର ପାଇଁ ଗ୍ରାହକଙ୍କୁ ଠକିବାକୁ ପଛାଉ ନାହାନ୍ତି । ଥଣ୍ଡା ବୋତଲରେ ପୋକ ତ କେତେ ବେଳେ ଝିଟିପିଟି ବା କେତେ ବେଳେ ନେଳି ଲାଗିଥିବାର ନଜରକୁ ଆସିଥାଏ । ହେଲେ ଇଣ୍ଟରନ୍ୟାସନାଲ କମ୍ପାନୀରେ ବୋତଲରେ ପରିବର୍ତନ ଦେଖିବାକୁ ମିଳିଛି । କୋକାକୋଲା ବୋତଲରେ ଫାଣ୍ଟା ଏହା ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିବା ପରି ହୋଇଛି । ଜଣେ ଗ୍ରାହକ ଗୋଟିଏ ଦୋକାନରେ ପହଁଚି ଫାଣ୍ଟା ମାଗିଥିଲେ । ଦୋକାନୀ ଜଣକୁ ତାଙ୍କୁ ଫି୍ରଜରେ ମହଜୁଦ ଫାଣ୍ଟା ବୋତଲ ବାହାର କରି ବଢାଇ ଦେଇଥିଲେ । ହେଲେ ଗ୍ରାହକ ଜଣକ ସଚେତନ ଥିବାରୁ ସିଲ ସହ ଏକ୍ସପାଏରୀ ତାରିଖ ଦେଖିବା ବେଳେ ଫାଣ୍ଟା କୋକାକୋଲା ବୋଲି ଲେଖାଥିଲା । ଏହାଦେଖିବା ପରେ ଗ୍ରାହକ ଜଣକ ଦୋକାନୀଙ୍କୁ ପ୍ରଶ୍ନ କରିବା ପରେ ସେ ନିରୁତ୍ତର ରହିଥିଲେ । କୋକାକୋଲା ଭଳି କମ୍ପାନୀ ବୋତଲରେ ଏପାଖ ସେପାଖ ହେବାକୁ କ’ଣ ଛୋଟିଆ ତ୍ରୁଟି ବୋଲି କୁହାଯାଇପାରିବ କି ? ।