ପରିଚାଳନା କମିଟିର ସମ୍ବର୍ଦ୍ଧନା ସଭା

 କୁଆଖିଆ: ରସୁଲପୁର ବ୍ଲକ କଲଣ ପଂଚାୟତ ମଧୁପୁର ସରକାରୀ ଉଚ୍ଚ ନୋଡାଲ ଉପ୍ରା ବିଦ୍ୟାଳୟର ପରିଚାଳନା କମିଟିର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁଶମଣି ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟାଙ୍କ ବିଦ୍ୟାଳୟ ପ୍ରତି ସ୍ୱେଛାକୃତ ସେବା ଓ ଅଙ୍ଗୀକାର ବଦ୍ଧତା ପାଇଁ ସ୍କୁଲଟି ୨୦୨୩-୨୪ ଶିକ୍ଷା ବର୍ଷରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆନୁକୂଲ୍ୟରେ ସୁନାମ ଅର୍ଜନ କରିଥିବା ମଧୁପୁର ସରକାରୀ ହାଇସ୍କୁଲ, ପ୍ରଧାନଶିକ୍ଷକ, ପରିଚାଳନା କମିଟି ସହିତ ଶିକ୍ଷକମାନେ ପୁରସ୍କୃତ ହୋଇଥିଲେ । ଚଳିତ ଫେବୃଆରୀ ୨ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଟାଟା ଦ୍ୱାରା ବତ୍ତିଗତ ଶିକ୍ଷା ପାଇଁ ମହାରାଷ୍ଟ୍ର ଯାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ହୋଇଥିବା ପ୍ରଧାନଶିକ୍ଷକ, ପରିଚାଳନା କମିଟି, ଶିକ୍ଷକ, ଶିକ୍ଷତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ମଧ୍ୟରେ ପରିଚାଳନା କମିଟି ଅଧ୍ୟକ୍ଷ କଳାକାର ନାୟକ, ସଭ୍ୟ ଶୁଭେନ୍ଦୁ ସାମଲ, ଶୁଭକାନ୍ତ ରାଉତ, ତୋଫାନ ମଳିକ, ସଂଘମିତ୍ରା ମହାରଣା, ଚିନ୍ମୟୀ ପରିଡା, ପ୍ରିୟଙ୍କା ଦାସ, ରୀତା ଗୁରୁ, ଖୁଲଣା ମଳିକ, ସସ୍ମିତା ଶତପଥୀ, ଅମୁଲ୍ୟ ସାହୁ, ଛାତ୍ର ନିଶାକର ଖୁଣ୍ଟିଆ, ଛାତ୍ରୀ ଶୁଭସ୍ମିତା ସାହୁ, ଶିକ୍ଷକ ପ୍ରଶାନ୍ତ ଜେନା, ଶିକ୍ଷକ ଧିରେନ୍ଦ୍ର ସାହୁ, ଶିକ୍ଷୟତ୍ରୀ ମମତା ମହାନ୍ତି, ଅଣଶିକ୍ଷକ କର୍ମଚାରୀ ସୁଶାନ୍ତ ବାରିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।