ଶ୍ରମିକ ନେତାଙ୍କ ବିୟୋଗରେ ଶୋକ
ତାଳଚେର : ତାଳଚେରର ବିଶିଷ୍ଟ ଗବେଷକ ତଥା ଆଇଏନ୍ଟିୟୁସି ଜଗନ୍ନାଥ ଓସିପିର ପ୍ରାକ୍ତନ ସଭାପତି ବିଭୂତି ଭୂଷଣ ସାହୁ ଓ ନନ୍ଦିରା କଲୀୟରୀର ଆଇଏନ୍ଟିୟୁସିର ପ୍ରାକ୍ତନ ସଂପାଦକ ଅରକ୍ଷିତ ପ୍ରଧାନଙ୍କର ବିୟୋଗରେ ଏକ ଶୋକସଭା ସାଉଥବଲଣ୍ଡା ସ୍ଥିତ ଆଇଏନ୍ଟିୟୁସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା କଲୀୟରୀ ମଜଦୁର୍ ସଂଘର ସାଧାରଣ ସଂପାଦକ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟ, ସଦସ୍ୟାମାନେ ଉଭୟ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦିବଂଗତ ଆତ୍ମାଦ୍ୱୟର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁବ୍ରତ କୁମାର ମାଝି ପରିଚାଳନା କରିଥିବାବେଳେ ପ୍ରଫୁଲ୍ଲ ଜୀବନ ରାୟ ଧନ୍ୟବାଦ ଦେଇଥିଲେ । ବିନୟ କୁମାର ସାହୁ, ଇଲାରାଣୀ ପ୍ରଧାନ, ପୀତାମ୍ବର ସାହୁ, କିଶୋର ଚନ୍ଦ୍ର ମହାନ୍ତି, ବିନୋଦ ଚନ୍ଦ୍ର ସାହୁ, ବୈକୁଣ୍ଠ କୁମାର ସାହୁ, ବ୍ରହ୍ମା ନାଏକ, ଇନ୍ଦ୍ର ଗୋବିନ୍ଦ ପାଢ଼ୀ, ନିରୋଦ କୁମାର ପୃଷ୍ଟି, ଛବିନ୍ଦ୍ର ଖିଲାର, ଲଲାତେନ୍ଦୁ ଗଡ଼ନାୟକ, ରଞ୍ଜିତ ପ୍ରଧାନ, ସୁଧାକର ସାମଲ, ମନୋଜ କୁମାର ପ୍ରଧାନ ପ୍ରମୁଖ ସଦସ୍ୟ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।