ହନୁମାନ ମନ୍ଦିର ପ୍ରତିଷ୍ଠା

ହନୁମାନ ମନ୍ଦିର ପ୍ରତିଷ୍ଠା


ସିଂହପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଳମୁକୁଳି ଯଜ୍ଞ ପଡିଆ ଠାରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ନୂତନ ମନ୍ଦିର ପ୍ରତିଷ୍ଠା ଉସôବ ପାଇଁ ସମଗ୍ର ଅଞ୍ଚଳ ଉସôବ ମୁଖର ହୋଇଛି । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିର ପ୍ରତିଷ୍ଠା ଉସôବ ଦୀର୍ଘ ୩ଦିନ ଧରି ମହାସମାରୋହରେ ପାଳିତ ହୋଇଛି । କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ଧର୍ମୀକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ରୁଦ୍ରପୁର, ବାଳମୁକୁଳି, କଲ୍ୟାଣପୁର ସମେତ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।