ଅମୃତ ବିନ୍ଦୁ, ରକ୍ତଦାନ ଶିବିର
କେନ୍ଦୁଝର: ଶ୍ରୀଶ୍ରୀ ସତ୍ୟ ସାଇ ସେବା ସମିତି କେନ୍ଦୁଝର ଶାଖା ଏବଂ ଜିଲା ରକ୍ତଭଣ୍ଡାର ସହଯୋଗରେ ଶ୍ରୀଶ୍ରୀ ସତ୍ୟ ସାଇ ମନ୍ଦିର ପ୍ରାଙ୍ଗଣରେ ଅମୃତ ବିନ୍ଦୁ ଅନୁଷ୍ଠିତ କାର୍ଯ୍ୟକ୍ରମ ମାଧ୍ୟମରେ ସାମୁହିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାକୃତ ଭାବେ ରକ୍ତବୀର ମାନେ ଜିଲାରେ ରକ୍ତ ଅଭାବକୁ ଦୁରକରିବା ପାଇଁ ୯୧ ୟୁନିଟ ରକ୍ତ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ସଦସ୍ୟ ତଥା କେନ୍ଦୁଝର ସହରର ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ । ରକ୍ତଦାନ ମହା ପୁନ୍ନ୍ୟ କାର୍ଯ୍ୟ ହୋଇଥିବା ବେଳେ ସତ୍ୟ ସାଇ ସେବା ସମିତିର ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବବୋଲି ସମବେତ ରକ୍ତଦାତା ମନେ ମତ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ଶ୍ରୀଶ୍ରୀ ସତ୍ୟ ସାଇ ବାବାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଶିବିରକୁ ଉଦଘାଟିତ କରାଯାଇଥିଲା । ଏପରି ଏକ ମହାନ ତଥା ଜନହିତକର କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ପାଇଁ ଶ୍ରୀ ସତ୍ୟ ସାଇ ସେବା ସମିତିର ଆବାହକ ଅବିନାଶ ସତ୍ୟନାରାୟଣ ଦାସ ତଥା ସମିତିର କର୍ମକର୍ତ୍ତା ସାଇକ୍ରୀଷ୍ଣା ନାୟକ, ମାରୁତି ପ୍ରସାଦ ପରିଡା, ପ୍ରଦୁ୍ୟମ୍ନ କୁମାର ସାହୁ, ନିଶିକାନ୍ତ ମିଶ୍ର, ସତ୍ୟ ରଞ୍ଜନ ଉଦ୍ଗାତା, ସୌମ୍ୟ ରଞ୍ଜନ ନାୟକ, ମହିଳା କର୍ମୀ ସରୋଜିନୀ ରଣା, ରାଜଲକ୍ଷ୍ମୀ ଜେନା ସମେତ ସମିତିର ସମସ୍ତ ସଦସ୍ୟ ସମସ୍ତଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି ।