ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

 ସିଂହପୁର : ମିଶନଶକ୍ତି ଦ୍ୱାରା ବିଞ୍ଝାରପୁର ବ୍ଲକ୍ସ୍ତରୀୟ ସୁଭଦ୍ରା ଶକ୍ତି ପକ୍ଷରୁ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି । ପ୍ରତିଯୋଗିତାରେ ବ୍ଲକ୍ର ବିଭିନ୍ନ ଅଞ୍ଚଳରୁ ସ୍ୱୟସହାୟକ ଗୋଷ୍ଠୀ ଗୁଡିକ ଅଂଶଗ୍ରହଣ କରି ଛେନାପୋଡ଼, କାକରା, ଆରିସା, କ୍ଷୀରି, ଛଙ୍କା ପିଠା, ପୋଡ଼ ପିଠା ଭଳି ଅନେକ ପରମ୍ପରିକ ପିଠା ପଣା ପ୍ରସ୍ତୁତ କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ଦାସ, ସିଡିପିଓ ରୁକ୍ମଣୀ ସାହୁ, ସମାଜସେବୀ ଅଶୋକ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କୃତି ପ୍ରତିଯୋଗୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି ।