ଦାନା ଦେଉଛି ଶାଳପତ୍ର, ଜିଏସଟି ଉଚ୍ଛେଦ ପାଇଁ ଦାବି


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲାରେ ଆଦିବାସୀ ମାନେ ଜଙ୍ଗଲରୁ ଶାଳପତ୍ର ଆଣି ଏଥିରେ ଶାଳପତ୍ର ଥାଳି ଦନା ତିଆରି କରି ବଜାରରେ ବିକ୍ରିକରି ଦି ପଇସା ରୋଜଗାର କରିଥାନ୍ତି । ତେବେ ବଜାରରେ ପ୍ଲାଷ୍ଟିକ ଥାଳି ଓ ଦନା ବିକ୍ରି ବୃଦ୍ଦି ପାଉଥିବା ବେଳେ ଏବେ ଶାଳପତ୍ରରେ ନିର୍ମିତ ଥାଳି ଓ ଗିନାର ଚାହିଦା କମିବାରେ ଲାଗିଛି । ମୟୂରଭଞ୍ଜ ସମେତ ବାଲେଶ୍ୱର, କେନ୍ଦୁଝର ଆଦି ଅନେକ ଜିଲ୍ଲାର ଲକ୍ଷ ଲକ୍ଷ ପରିବାର ଶାଳପତ୍ର ଉପରେ ନିର୍ଭର କରି ପରିବାର ଚଳାଉଛନ୍ତି । ଶାଳପତ୍ର ବେପାର କରି ବହୁ ଯୁବକ ରୋଜଗାରର ପନ୍ଥା ପାଇଛନ୍ତି । ଗ୍ରାମାଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଶାଳପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସରକାର ଆଦିବାସୀଙ୍କ ସମାଜିକ ବ୍ୟବସ୍ଥା, ଚାଲିଚଳନି, ଖାଦ୍ୟପେକ୍ଷ ତଥା ଆର୍ଥôକ ସ୍ଥିତିରେ ସୁଧାର ଆଣିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବହୁ ଆଦିବାସୀ ଏବେ ମଧ୍ୟ ଶାଳପତ୍ର ଭଳି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ କରି ପରିବାର ଲୋକଙ୍କ ମୁହଁରେ ଦାନା ଦେଉଛନ୍ତି । ମାତ୍ର ସରକାରୀ ବିକ୍ରୟ କେନ୍ଦ୍ର ନ ରହିବା, ସରକାରୀ ଭାବେ ଦର ନିର୍ଦ୍ଧାରଣ ନହେବା ଓ ଜିଏସ୍ଟି ଲୁଗୁ ପାଇଁ ଶାଳପତ୍ରର ବେପାର ପ୍ରଭାବିତ ହେଉଥିବାରୁ ତୋଳାଳିଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ । ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ଗ୍ରାମ ନିକଟରେ ରହିଛି ଘଞ୍ଚ ଶାଳ ଜଙ୍ଗଲ । ଲୋକେ ସହଜରେ ଜଙ୍ଗଲରୁ ଶାଳ ପତ୍ର ତୋଳି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ସରକାରୀ ସ୍ତରରେ ପୂର୍ବରୁ କଟକଣା କଣ କେହି ଜାଣିପାରୁନଥିଲେ । ଏବେ ଜଙ୍ଗଲଜାତ ସାମଗ୍ରୀ ଉପରେ ବନ ବିଭାଗ ତରଫରୁ ନାନା ପ୍ରକାର କଟକଣା ଲାଗୁ ହେବା ସହିତ ସରକାରଙ୍କ ଜିଏସ୍ଟି ପାଇଁ ଦର ବଢୁଥିବାରୁ ବାହାର ରାଜ୍ୟର ବଜାରରେ ଶାଳପତ୍ର ଥାଳି ଓ ଦାନାର ଚାହିଦା କମୁଛି । ଅନ୍ୟ ପକ୍ଷରେ ବଜାରରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି । ଜିଏସ୍ଟି ଉଠିଗଲେ ଶାଳପତ୍ରରୁ ପ୍ରସ୍ତୁତ ଦ୍ରବ୍ୟର ଚାହିଦା ବଢନ୍ତା ଓ ଅଧିକ ପତ୍ର ଆବଶ୍ୟକ ହୁଅନ୍ତା । ତୋଳାଳିମାନେ ଅଧିକ ଶାଳପତ୍ର ତୋଳି ବେଶ ରୋଜଗାର ପାଇପାରନ୍ତେ । ସେତେବେଳେ ପତ୍ର ଅଭାବଜନିତ ସମସ୍ୟା ଦେଖାଦେଲେ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ଲୋକ ବିଶୋଇ ବ୍ଲକ ଅନ୍ତର୍ଗତ ଖମବେଡା ଏବଂ ଶଙ୍ଖଭଙ୍ଗା ପ୍ରଭୃତି ସ୍ଥାନକୁ ଯାଇ ଦଳବଦ୍ଧ ଭାବେ ଜଙ୍ଗଲରୁ ପତ୍ର ତୋଳିଆଣନ୍ତି । କୌଣସି ଗାଡିରେ ଯିବା ପାଇଁ ଜଣ ପିଛିା ଭଡା ୩୦ରୁ ୪୦ ଟଙ୍କା । ଜଣେ ତୋଳାଳି ୨ ହଜାରରୁ ୩ ହଜାର ପର୍ଯ୍ୟନ୍ତ ପତ୍ର ତୋଳିଥାନ୍ତି । ମାତ୍ର ଅଧିକ ଗାଡି ଭଡା ଯୋଗୁ ପରିଶ୍ରମର ଉଚିତ ମୂଲ୍ୟ ମିଳୁନି ବୋଲି ତୋଳାଳିମାନେ କହିଛନ୍ତି । ବେପାରୀ ଜିଏସ୍ଟି କଥା କହି କମ ମୂଲ୍ୟ ଦେଉଥିଲେ ବି ପ୍ରକୃତରେ ଏହି ସରକାରୀ ଦେୟ କେତେ, ତା’ଣ ହିସାବ ସେମାନେ ଜାଣନ୍ତିନି । ସେହିପରି ବେପାରୀ ବାହାରେ ଚଢା ଦରରେ ବିକି ଅଧିକ ଲାଭ ପାଉଥିଲେ ମଧ୍ୟ ତୋଳାଳି ତା’ର ଖବର ରଖନ୍ତିନି । ପ୍ରତ୍ୟେକ ଜିନିଷର ଦରଦାମ୍ ବୃଦ୍ଧି ଘଟୁଥିବାବେଳେ ସରକାରୀ ସ୍ତରରେ ଶାଳପତ୍ରର ଉଚିତ ଦର ନିର୍ଦ୍ଧାରଣ କରାଗଲେ ପରିଶ୍ରମର ମୂଲ୍ୟ ମିଳ