ଭିତ୍ତିଭୂମି ନ ଥାଇ ଚାଲିଛି ବିଦ୍ୟାଳୟ 


କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା
କେନ୍ଦୁଝର ସହରରେ ବହୁ ବେସରକାରୀ କଲେଜର ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଚାଲିଥିବାବେଳେ ଏହି କଲେଜଗୁଡିକର ଅନୁମତି କିପରି ମିଳିଲା ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । କେନ୍ଦୁଝର ସହର କାଶିପୁରରେ ଥିବା ଗୋନାସିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭିତ୍ତିଭୂମି ନଥାଇ ଚାଲିଛି । ଏହା ସହ ଏହି କ୍ୟାମ୍ପସରେ ଯୁକ୍ତ ୩ କଲେଜ ମଧ୍ୟ ଚାଲିଛି । ତେବେ ଜାଗା ନଥାଇ ଯୁକ୍ତ ଦୁଇ ଏବଂ ଯୁକ୍ତ ୩ ଗୋଟିଏ କ୍ୟାମ୍ପସରେ ଚାଲିବା କିପରି ଅନୁମତି ମିଳିଲା ତଦନ୍ତ ସାପେକ୍ଷ । ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ଯୁକ୍ତ ୩ କଲେଜ ଖୋଲିବାକୁ ହେଲେ ପାଠାଗାର, କମନରୁମ୍, ପାଇଖାନା ଏବଂ ନିଜସ୍ୱ ଗୃହରେ ଶିକ୍ଷାଦାନ ଆବଶ୍ୟକ । ଶିକ୍ଷକ ଏବଂ ଅଣ ଶିକ୍ଷକଙ୍କର ସଂପୂର୍ଣ୍ଣ ତଥ୍ୟ, କେତେଜଣ ସ୍ଥାୟୀ କର୍ମଚାରୀ ଏବଂ ଅସ୍ଥାୟୀ କର୍ମଚାରୀଙ୍କ ତଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ଦିଆଯାଇ ଅନୁମତି ପାଇଁ ଅସ୍ଥାୟୀ ସ୍ୱୀକୃତି ପାଇଁ ଆବେଦନ କରାଯାଏ । ଏହି ଆଧାରରେ ସେମାନଙ୍କୁ ଅସ୍ଥାୟୀ ସ୍ୱୀକୃତି ମିଳିଥାଏ । ଏହିସବୁ ସୁବିଧା ସୁଯୋଗ ରହିଥିଲେ ଏବଂ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଯାଞ୍ଚ ପରେ ବେସରକାରୀ କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରେ ସ୍ଥାୟୀ ଅନୁମତି ପ୍ରଦାନ କରାଯାଇଥାଏ । କେନ୍ଦୁଝର ମୁଖ୍ୟାଳୟରେ ଭିତ୍ତିଭୂମି ନଥାଇ ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ଯୁକ୍ତ ୩ କଲେଜ ଗୋଟିଏ କ୍ୟାମ୍ପସରେ ଚାଲିଛି । ତେବେ ଏହି ଅନୁଷ୍ଠାନଗୁଡିକ ଚାଲିବା ପୂର୍ବରୁ ଯାଞ୍ଚ ପାଇଁ ଆସୁଥିବା ଅଧିକାରୀଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇ ଅନାୟାସରେ ଅସ୍ଥାୟୀ ସ୍ୱୀକୃତି ପାଉଥିବା ଅଭିଯୋଗ ହୋଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପରେ ଏହି ବେସରକାରୀ ଶିକ୍ଷାନୁଷ୍ଠାନ ମାତ୍ର ଦୁଇ ତିନି ବର୍ଷରେ +୩ ବିଜ୍ଞାନ, କଳା, ବାଣିଜ୍ୟ ଖୋଲିବା ସହ ଅନେକ ବିଷୟରେ ଅନର୍ସ ବିଷୟ ଖୋଲୁଛନ୍ତି । ବିନା ଭିତ୍ତିଭୂମିରେ ବେସରକାରୀ କଲେଜକୁ ପ୍ରୋସôାହନ ଦିଆଯାଉଥିବାରୁ ସରକାରୀ କଲେଜରେ ସିଟ୍ ଫାଙ୍କା ରହୁଛି । ଭିତ୍ତିଭୂମି ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିକଟରେ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଆସୁଛି ମାତ୍ର ଶିକ୍ଷା ବ୍ୟବସାୟୀଙ୍କ ଜାଲରେ ପଡି ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିଦେ୍ର୍ଦଶକ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଞ୍ଚଳିକ ନିଦେ୍ର୍ଦଶକ ଭିତ୍ତିଭୂମି ନଥାଇ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସପକ୍ଷରେ ରିପୋର୍ଟ ପ୍ରଦାନ କରୁଛନ୍ତି ଯାହା ତଦନ୍ତ ହେଷଳ ସତ୍ୟତା ଜଣାପଡିବ । କେନ୍ଦୁଝରରେ ବେସରକାରୀ କଲେଜରେ ଯୋଗ୍ୟତା ସଂପନ୍ନ ଏବଂ ଅଭିଜ୍ଞତା ନଥିବା ଅଧ୍ୟାପକ ଅଭାବରୁ ଉପଯୁକ୍ତ ଶିକ୍ଷାଦାନ ହୋଇପାରୁନାହିଁ । ଯେଉଁ କେତେଜଣ କଲେଜର ଶିକ୍ଷାଦାନ ଦେଉଛନ୍ତି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ସରକାରଙ୍କ ନିକଟରେ ଭୂଲ ତଥ୍ୟ ପ୍ରଦାନ କରାଯାଉଛି । ବିଜ୍ଞାପନ ଏବଂ ରଙ୍ଗୀନ ଲିଫଲେଟରେ କଲେଜର ସମସ୍ତ ବିବରଣୀ ପ୍ରସ୍ତୁତ କରି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି । ପରେ ସମସ୍ତ ଭିତ୍ତିଭୂମି ଏବଂ ଭଲ ଅଧ୍ୟାପକ ଥିବା କହି ନାମ ଲେଖାଇବାରେ ସଫଳ ହେଉଛନ୍ତି । ଅଭିଭାବକମାନଙ୍କୁ ଠକି ମୋଟା ଅଙ୍କର ଫିସ୍ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି । ଆଦିବାସୀ ଅଧୁ୍ୟଷିତ କେନ୍ଦୁଝର ଜିଲ୍ଲାରେ ମାଳ ମାଳ ବେସରକାରୀ କଲେଜ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅନୁମତି ଦେଇ ପ୍ରକାରନ୍ତେ ଗରିବ ଅଭିଭାବକଙ୍କୁ ଶିକ୍ଷା ଆଳରେ ଲୁଟ କରାଯାଉଛି । ଏପରିକି କେନ୍ଦୁଝରରେ ଥିବା ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କଲେଜର ଗୁଡିକର ଭିତ୍ତିତିଭୂମି ନଥାଇ ସିଟ ୍ସଂଖ୍ୟା ମଧ୍ୟ ପ୍ରତ୍ୟେକ ବର୍ଷ ବୃଦ୍ଧି କରାଯାଉଛି । ବେସରକାରୀ କଲେଜ ଅସ୍ଥାୟୀ କୋଠାରେ ଖୋଲିବାର ୭ବର୍ଷ ମଧ୍ୟରେ କଲେଜ ନାମରେ ପଟ୍ଟାଭୂକ୍ତ ଜମିରେ ନିଜସ୍ୱ କୋଠା କରିବା ନିୟମ ରହିଛି । ପୌରାଞ୍ଚଳରେ ୨ଏକର ଏବଂ ଗ୍ରାମଞ୍ଚଳରେ ୫ଏକର ଜମିରେ ନିଜସ୍ୱ ଗୃହ କରିବା ପାଇଁ ନିୟମ ଥିଲେ ମଧ୍ୟ ଏହା କେହି ପାଳନ କରୁନାହାଁନ୍ତି । ଏହି ନିୟମ ପାଳନ କରୁନଥିବା ଶିକ୍ଷାନୁଷ୍ଠାନଗୁଡିକ ଉପରେ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଯାହାର ଉଦାହରଣ ଭାବେ ନିଆଯାଇପାରେ ଗୋନାସିକା ହାୟର ସେକେଣ୍ଡାରୀ ସ୍କୁଲ ଦୀର୍ଘ ୧୦ବର୍ଷ ହେବ ପୁରୁଣା କୋଠାରେ ଚାଲିଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଶିକ୍ଷକମାନଙ୍କ ଯୋଗ୍ୟତା ସ୍ନାତକୋତ୍ତର ସହ ବିଇଡି ଯୋଗ୍ୟତା ଥିବା ଆବଶ୍ୟକ । କିନ୍ତୁ ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିନା ବିଇଡିରେ ବହୁ ଶିକ୍ଷକ ପାଠ ପଢାଉଛନ୍ତି । ଏ ନେଇ ଜିଲ୍ଳା ଶିକ୍ଷା ଅଧିକାରୀ ଗୌରୀରାଣୀ ନାଏକ ଙ୍କ ସହ ଯୋଗଯୋଗ କରିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ନିଦେ୍ର୍ଦଶକ୍ରମେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଟିମ ଗଠନ ହୋଇ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ମାନଦଣ୍ଡ ଯାଂଚ କରି ରିପୋର୍ଟ ଦିଆଯାଇଛି । ସେହି ରିପୋର୍ଟରେ ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃଟିବିଚୁ୍ୟତି ଥିବାର ଜଣାପଡିଛି । ସେଗୁଡିକୁ ସଂଶୋଧନ କଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗୁଡିକୁ ସ୍ଥାୟୀ ସ୍ୱୀକୃତି ପାଇଁ ସରକାର ବିଚାର କରିବେ ବୋଲି ସେ କହିଛନ୍ତି ।