ସୁନା ଅଳଙ୍କାର ଚୋରି, ଯୁବକ ଗିରଫ

ସାଲେପୁର : ଘରର ସିଲିଂ କାର୍ଯ୍ୟ କରିବା ଆଳରେ ଗୃହ କର୍ତ୍ତା ଘରେ ନଥିବାର ସୁଯୋଗ ନେଇ ସୁନାରୂପା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗରେ ସାଲେପୁର ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ କେନ୍ଦୁପାଟଣା ଅଞ୍ଚଳ ବାଉନପତି ଗ୍ରାମର ରୁପସାଲି ବେହେରାଙ୍କ ଘରର ସିଲିଂ କାର୍ଯ୍ୟ କରିବା ପାଇଁ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜମରା ଗ୍ରାମର ବାଦଲ ବେହେରା ଆସିଥିଲେ । ଘରର  ସିଲିଂ କାର୍ଯ୍ୟ କରୁଥିବାବେଳେ ଘରର କୌଣସି ସଦସ୍ୟ ନ ଥିବାର ସୁଯୋଗ ନେଇ ଘର ମଧ୍ୟରେ ଥିବା ଏକ ସୁନା ମଙ୍ଗଳସୂତ୍ର, ସୁନା କାନଫୁଲ, ସୁନା ଚୁଡ଼ି ଚୋରି କରିନେଇଥିଲେ । ଏହା ନେଇ ରୁପ୍ସାଲି ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି କେସ୍ ନଂ-୩୬୨/୨୫ରେ ଏକ ମାମଲା ରୁଜୁ କରି ସନେ୍ଦହରେ ବାଦଲକୁ ଥାନାକୁ ଡାକି ପଚରା ଉଚୁରା କରିବା ପରେ ବାଦଲ ସୁନା ଅଳଙ୍କାର ନେଇଥିବା ସ୍ୱୀକାର କରିବା ସହ ପୁଲିସ ଚୋରି ହୋଇଥିବା ଅଳଙ୍କାରକୁ ଜବତ କରି ବାଦଲକୁ କୋର୍ଟଚାଲାଣ କରିଥିବା ଜଣାଯାଇଛି ।