ଜୁନ୍ ୩୦ ରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ 

mohan charan majhi

ଜୁନ୍ ୩୦ ରେ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ 
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା 
ଭୁବନେଶ୍ୱର ତା -୨୭ .୦୬.୨୦୨୫ 
  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଗାମୀ ଜୁନ୍ ୩୦ ତାରିଖ, ସୋମବାର ଦିନ ସକାଳ ୧୦.୩୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି  ପାଇଁ ଅନଲାଇନ ପଞ୍ଜୀକରଣ ଜୁନ୍ ୨୭ ତାରିଖ ଠାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରାଯିବା  ପର୍ୟ୍ୟନ୍ତ ଖୋଲା ରହିବ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ  ଅଥବା ଜନଶୁଣାଣି  ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥ‌ିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଉପରୋକ୍ତ ସ୍ଥାନକୁ ଆସିବା ପାଇଁ ମୋବାଇଲ ଫୋନ୍ ଦ୍ଵାରା ଉଦ୍ଦିଷ୍ଟ କ୍ୟୁଆର କୋଡକୁ ସ୍କାନ କରି ଗୁଗଲ ମ୍ୟାପ ସାହାଯ୍ୟରେ ଜନଶୁଣାଣି ସ୍ଥଳରେ ପହଞ୍ଚିବାର ସୁବିଧା ମଧ୍ୟ ବିଭିନ୍ନ ସଂବାଦପତ୍ରରେ ପ୍ରକାଶନ ବ୍ୟବସ୍ଥା କରାଯାଇଛି । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।