Archana Nagଙ୍କୁ ଛାଡପତ୍ର : କୋର୍ଟରେ ଆବେଦନ କଲେ ସ୍ବାମୀ

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଶୁଣିଲେ ଆପଣଙ୍କୁ ତାଜୁବ ଲାଗୁଥାଇପାରେ। ହେଲେ ଏହା ସତ।Archana Nagଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ। ଏନେଇ ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା(ନଂ. ୫୮/୨୫) ରୁଜୁ ହୋଇଛି।