ମାଟ୍ରିକ୍ ଫଳ : ୯୫% ପାସ୍

କଟକ : ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪ ଲକ୍ଷ ୮୪ ହଜାର ୮୬୩ ଜଣ ପାସ୍ ହୋଇଛନ୍ତି । ଚଳିତଥର ପାସ୍ହାର ୯୪.୯୩ % ରହିଛି । ସେହିପରି ଛାତ୍ରଙ୍କ ପାସ୍ହାର ୯୪ % ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ % ରହିଛି । ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ । ରାଜ୍ୟର ୩୨୭୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଥିଲେ ।
ଚଳିତବର୍ଷ ରେଗୁଲାର୍ରେ ୫ ଲକ୍ଷ ୧୦ ହଜାର ୭୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୨ ଲକ୍ଷ ୪୦ ହଜାର ୨୫୧ ଜଣ ଛାତ୍ର ପାସ୍ ହୋଇଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏଥିରେ ଏ-୧ ଗ୍ରେଡ୍ରେ ୧୮୧୨, ଏ-୨ ଗ୍ରେଡ୍ରେ ୧୨,୨୦୦ , ବି-୧ ଗ୍ରେଡ୍ରେ ୩୮, ୮୩୧ ଜଣ, ବି-୨ ଗ୍ରେଡ୍ରେ ୮୪ ହଜାର ୯୭୧ ଜଣ, ସି-ଗ୍ରେଡ୍ରେ ୧ ଲକ୍ଷ ୩୩ ହଜାର ୮୮୨ ଜଣ, ଡି-ଗ୍ରେଡ୍ରେ ୧ ଲକ୍ଷ ୪୬ ହଜାର ୧୫୪ ଜଣ, ଇ-ଗ୍ରେଡ୍ରେ ୬୭୦୧୩ ରେ ହୋଇଛନ୍ତି । ସେହିପରି ମଧ୍ୟମାରେ ୨୯୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୮୬୮ ଜଣ ପାସ୍ କରିଛନ୍ତି । ମଧ୍ୟମାରେ ପାସ୍ ହାର ରହିଛି ୮୫.୭୯ % । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ୫୫୯୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୧୮୧ ଜଣ ପାସ୍ କରିଛନ୍ତି । ପାସ୍ ହାର ୭୪.୭୮ % ରହିଛି ।
ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୫ ପ୍ରତିଶତ ପାସ୍ ହାର ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ୯୨.୮୩ ପ୍ରତିଶତ ପାସ୍ ହାର ରହିଛି । ସେହିଭଳି କଟକରେ ପାସ୍ ହାର ରହିଛି ୯୭.୬୮% । ଜଗତସିଂହପୁରରେ ୯୭%, ଯାଜପୁରରେ ୯୫%, କେନ୍ଦ୍ରାପଡାରେ ୯୬.୪୧%, ରାୟଗଡାରେ ୯୭.୩୩ %, ମାଲକାନଗିରିରେ ୯୬.୪୧ %, ନବରଙ୍ଗପୁରରେ ୯୫.୧୭% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି ଅନଗୁଳରେ ୯୫.୮୮%, ଢେଙ୍କାନାଳରେ ୯୩.୭୧%, ପୁରୀରେ ୯୭.୧୭ %, ଖୋର୍ଦ୍ଧାରେ ୯୭.୩୧%, ନୟାଗଡରେ ୯୬.୯୧%, ବାଲେଶ୍ୱରରେ ୯୭.୫୬%, ଭଦ୍ରକରେ ୯୫.୬୭%, କେନ୍ଦୁଝରରେ ୯୪.୩୦ %, ମୟୂରଭଞ୍ଜରେ ୯୬.୯୯% ପାସ୍ ହାର ରହିଛି । ଗଞ୍ଜାମରେ ୯୮.୧୦%, ବୌଦ୍ଧରେ ୯୭.୪୧%, କନ୍ଧମାଳରେ ୯୭.୪୫%, କଳାହାଣ୍ଡିରେ ୯୫.୨୨%, ନୂଆପଡାରେ ୯୭%, ବରଗଡରେ ୯୭%, ସମ୍ୱଲପୁରରେ ୯୭.୨୬%, ଦେବଗଡରେ ୯୬.୧୭ % ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଝାରସୁଗୁଡାରେ ୯୭.୮୭ %, ବଲାଙ୍ଗୀରରେ ୯୫.୪୮%, ସୋନପୁରରେ ୯୬.୨୨%, ସୁନ୍ଦରଗଡରେ ୯୭.୬୧% ପାସ୍ ହାର ରହିଛି । ୱେବସାଇଟ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ । ଏଥିପାଇଁ ଙଜ୧୦ ଣ୍ଟ ଜଙଖଖ ଘଟଗଈଋଜ > ଲେଖି ୫୬୭୬୭୫୦କୁ ଏସଏମଏସ କଲେ ମୋବାଇଲରେ ଫଳ ମିଳିପାରିବ । ପରୀକ୍ଷା ଫଳ ସମ୍ବନ୍ଧରେ ଯେକୌଣସି ସମସ୍ୟା ଥିଲେ ୦୬୭୧-୨୪୧୨୦୫୯, ୨୪୧୨୦୬୦ ଏବଂ ୮୭୬୩୦୮୮୮୯୦ ମାଧ୍ୟମରେ ଯୋଗାଯୋଗ କରି ସମାଧାନ ପାଇପାରିବେ । ଏହି ସେବା ସକାଳ ୧୦ଟା ୩୦ରୁ ଅପରାହ୍ନ ୫ଟା ଯାଏଁ ସମସ୍ତ କାର୍ଯ୍ୟ ଦିବସରେ ଉପଲବ୍ଧ ହେବ । ଏହା ମେ ୨ ରୁ ୯ ଯାଏଁ ଉପଲବ୍ଧ ରହିବ । ଚଳିତ ବର୍ଷ ୭୨ ଘଣ୍ଟା ପରେ ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭଗ୍ଦରୟସଶସମରକ୍ସଗ୍ଧସଲସମବଗ୍ଧର.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଡିଜିଟାଲ୍ ମାଟ୍ରିକ୍ ପ୍ରମାଣ ପତ୍ର ପାଇପାରିବେ । ଏଥିସହ ହ୍ୱାଟ୍ସଆପ ନମ୍ବର ୭୭୧୦୦୫୮୧୯୨ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ । ମେ’ ୫ ରୁ ମେ’ ୧୬ ମଧ୍ୟରେ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିପାରିବେ । ଅନଲାଇନ୍ ମାଧ୍ୟମରେ ହାଇସ୍କୁଲ ସାର୍ଟିଫିକେଟ୍ ଛାତ୍ରଛଆତ୍ରୀ ଆବେଦନ କରିପାରିବେ ଏବଂ ଅଫଲାଇନ୍ରେ ଏସଓସିଏସ ଏବଂ ମଧ୍ୟମା ଛାତ୍ରଛାତ୍ରୀ ଆବେଦନ କରିବେ । ଏଥିସହ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ୱେବସାଇଟ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ମାଧ୍ୟମରେ ମେ’୧୪ରୁ ମେ’ ୨୬ ମଧ୍ୟରେ ଆବେଦନ କରିପାରିବେ
ଆଜି କଟକ ସ୍ଥିତ ବୋର୍ଡ଼ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ୨୦୨୫ ର ମାଟି୍ରକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସଚିବ ଶାଳିନୀ ପଣ୍ଡିତ, ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ଡ ନିହାର ରଂଜନ ମହାନ୍ତିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ କାବୁଲେସନ ରେଜିଷ୍ଟର (ନମ୍ବର) ସ୍କୁଲକୁ ପଠାଯିବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ପ୍ରଶ୍ନପତ୍ର ତ୍ରୁଟି ପାଇଁ କୌଣସି ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହୋଇ ନଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ମେ ୫ ତାରିଖରୁ ୧୨ ତାରିଖ ମଧ୍ୟରେ ରିଚେକିଂ ଓ ରିଆଡ଼ିିସନ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ସେହିପରି ମେ ୧୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରି ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରେସନ କରିପାରିବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଚଳିତ ବର୍ଷ ମାଟି୍ରକ ପରୀକ୍ଷା ଫେବୃଆରୀ ୨୧ରେ ଆରମ୍ଭ ହୋଇଥିଲା ଏବଂ ମାର୍ଚ୍ଚ ୬ରେ ଶେଷ ହୋଇଥିଲା । ପରୀକ୍ଷାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ୩୧୪ ନୋଡ଼ାଲ ସେଣ୍ଟର ସମେତ ୬୦୦ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ ଭିଡ଼ିଓ ବ୍ୟବସ୍ଥା କରାଯାଇଥିଲା । ସବୁ କେନ୍ଦ୍ର ଉପରେ ନଜର ରଖିବାକୁ ବୋର୍ଡ଼ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଥିଲା । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯାଇଥିଲା ।