ଶ୍ରୀଧାମ ଓ ଶ୍ରୀକ୍ଷେତ୍ର ମାହାତ୍ମ୍ୟ

ଶ୍ରୀଧାମ ଓ ଶ୍ରୀକ୍ଷେତ୍ର ମାହାତ୍ମ୍ୟ

ଅଜୟ କୁମାର ବେହେରା : ଧାମ ଅନେକ ଅଛି, ଅନେକ ହେବ କିନ୍ତୁ ଶ୍ରୀଧାମ ବୃନ୍ଦାବନ ପରି ନାମକରା ଯୋଗ୍ୟ ବିବେଚନା ଅନ୍ୟତ୍ର ହୋଇନପାରେ । ଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କର କମ୍ବୁକଟକ ହିଁ ର ନାମ । ଅନେକ କ୍ଷେତ୍ର ହେଲେ ବି ଏହି କମ୍ବୁକଟକ ବା ଶଙ୍ଖକ୍ଷେତ୍ର ପରି ହୋଇନପାରେ  । ଶଙ୍ଖନାଭୀ ମଣ୍ଡଳର ମାନ୍ୟତା କେବେ କେଉଠି ହୋଇନପାରେ । ସମ୍ବନ୍ଧ କେବେ କେଉଁଠି ହୋଇପାରେ । ଠାକୁର ରାଜା ବଡ଼ଦାଣ୍ଡ, ମହୋଦଧି ମହାପ୍ରସାଦ ସର୍ବାଦୌ ବଡ଼ ଠାକୁର କେବେ କେଉଁଠି ଶୁଣିବାକୁ ମିଳିବ ନାହିଁ । ପ୍ରସାଦ ସବୁ ମନ୍ଦିରରେ ହୋଇଥାଏ ହେଲେ ସର୍ବସମ୍ମାନିତ ମହାପ୍ରସାଦ କେବେ ସେ ସବୁ ପ୍ରସାଦ ହୋଇନପାରେ । ଶ୍ରୀଚକ୍ର ହେଉଛି ଯନ୍ତ୍ରରାଜ । ଏପରି ଯନ୍ତ୍ର ଉପରେ ରତ୍ନସିଂହାସନ ରହିଛି । ନେପାଳରୁ ଅଣାଯିବା ଶାଳଗ୍ରାମ ଉପରେ ଠାକୁରଙ୍କର ଆସ୍ଥାନକୁ ପ୍ରସାଦ ଉତ୍ସର୍ଗ ସ୍ଥାନ ରହିଛି । ସବୁଦିଗରୁ ମାପ ହୋଇ ମନ୍ଦିରର ଠିକ ବ୍ରହ୍ମ ସ୍ଥାନରେ ଦାରୁବ୍ରହ୍ମ ଆସୀନ । ବ୍ରହ୍ମସ୍ଥାନ ପ୍ରୟୋଗ ଯେ କୌଣସି ବାସ୍ତୁରେ ବାସ୍ତୁର କେନ୍ଦ୍ରସ୍ଥାନ ଯାହା ବାସ୍ତୁର ମର୍ମ ସ୍ଥାନ । ମନ୍ଦିର ଚୂଡ଼ାରୁ ମନ୍ଦିର ଭିତର ଅଂଶରେ ଏକ ଓଳମ ଝୁଲାଇଲେ ଯେଉଁଠି ସ୍ପର୍ଶକରେ ସେହି ସ୍ଥାନରେ ହିଁ ବ୍ରହ୍ମ ସ୍ଥାନ ହୁଏ । ଏପରି ହେଲେ ବିଭନ୍ନ ବର୍ଗର ବସ୍ତୁ ଅଛି ଏ ପାଇଁ ଏହି ବସ୍ତୁଟି ବିଶ୍ୱକର୍ମା ଶାସ୍ତ୍ର ଅନୁଯାୟୀ ନିର୍ମିତ ଓ ଏହାର କେନ୍ଦ୍ରରେ ଦିଅଁ ରହିଲେ ବି ସଠିକ ମଧ୍ୟରେ ମାଆ ସୁଭଦ୍ରା ଅଛନ୍ତି । ଯେ ଯୋଗମାୟା ବା ମହାମାୟା । ଏକ ମିଶାଣ ଚିହ୍ନପରି କଳା ଓ ଧଳାଙ୍କୁ ଯୋଗ କରିଛନ୍ତି । ଜଣଙ୍କ ହାତରେ ଚକ୍ର ,ଜଣଙ୍କ ହାତରେ ଲଙ୍ଗଳ ରହିଛି, ସମସ୍ତେ ଦେଖୁଥିବେ । ଲଙ୍ଗଳ କୃଷି ଉପକରଣ, ଚକ୍ର ସମସ୍ତ ଇଞ୍ଜିନଚକ୍ର ବ୍ୟାପାରର ଏକ ଅବଲମ୍ବନ । ହେଲେ ଏ ଦୁଇ ବହୁ ସଙ୍କେତ ବହନ କରନ୍ତି । କୃଷି ମନକୁ ହୁଏ ନାହିଁ । ଏ ପାଇଁ ଉଦଯୋଗ ମୃତ୍ତିକା ଭୂମି, ସମୟ ସମ୍ବନ୍ଧ ରହିବା ବେଳେ ଚକ୍ର ହାତବନ୍ଧା ଘଡ଼ିରେ ଥିବା ଲୋକେ ଦେଖିଛନ୍ତି । ଯାନବାହନରେ ଦେଖିଛନ୍ତି ଏମିତି ଗ୍ରହ କ୍ଷେତ୍ରରେ ପରିକ୍ରମା ପଥ ସହିତ ସମୟର ଚକ୍ର ଜଡ଼ିତ । ଜନ୍ମ ମୃତୁ୍ୟ ବି ଚକ୍ର । ଅତଏବ ଦିଅଁଙ୍କୁ ପରିକଳ୍ପନା କରି ପ୍ରତିଷ୍ଠା କରି ଏ ମନ୍ଦିରରେ ଏହି ସ୍ଥାନରେ ବସାଇଥିବା ବ୍ୟକ୍ତିମାନେ ଯୌଥ ଉଦଯୋଗରେ ଏପରି ଭାବନା ରଖିଛନ୍ତି । ଯାହାର ବିକଳ୍ପ କେବେ କେଉଁଠି ହୋଇନପାରେ । ସେ ନିମ୍ବକାଠ ଦାରୁରେ ନିର୍ମିତ ହେଲେ ବି ଏକ ସ୍ୱତନ୍ତ୍ର ବିଧାନରେ ଏହା କରାଯାଏ । ସମ୍ପୂର୍ଣ୍ଣ ବିଗ୍ରହର ଶିରରୁ ପାଦର ଠିକ ମଧ୍ୟ ଭାଗରେ ଥିବା ମୂର୍ତ୍ତିର ନାଭି ସ୍ଥାନରେ ବ୍ରହ୍ମ ସ୍ଥାପନ କରାଯାଇଥାଏ । ବାସୁର ବ୍ରହ୍ମସ୍ଥାନ ମୂର୍ତ୍ତିର ବ୍ରହ୍ମସ୍ଥାନ ସବୁ ମାପରେ ହିଁ ନିର୍ଣ୍ଣୟ କରାଯାଇଛି । ନିମ୍ବଗଛ ସର୍ବତ୍ର ଥିଲେ ବି ନବକଳେବର ପାଇଁ ଉଦ୍ଦିଷ୍ଟ ଦାରୁ କିନ୍ତୁ ସବୁ ଗଛ ନୁହଁନ୍ତି । ଏହାର ସନ୍ଧାନ ପାଇଁ ସ୍ୱତନ୍ତ୍ର ପ୍ରକାର ବ୍ୟବସ୍ଥା ଯୋଡ଼ା ଆଷାଢ଼ ଚନ୍ଦ୍ରମାନ ପଞ୍ଚାଙ୍ଗରେ ଆସିଲେ ହିଁ କରାଯାଏ । 
ଏହି ଶ୍ରୀକ୍ଷେତ୍ର ବସ୍ତୁରେ ଅଗ୍ନୀ କୋଣରେ ଅଛି ରୋଷଶାଳା ଏହା ବି ପରମ ରହସ୍ୟ ରୋଷଶାଳା, ଅତ୍ୟନ୍ତ ଶୁଦ୍ଧ ଭାବରେ ସୂପକାରମାନେ ରୋଷ ପ୍ରସ୍ତୁତ କରନ୍ତି । ମାଟି କୁଡୁଆ, କାଠ ଜାଳେଣି ଆଉ ଗଙ୍ଗା ଯମୁନା କୂପ ଜଳରେ ବଛା ବଛା ଶୁଦ୍ଧା ଅମଣିଅାଁ ପରିବା ଚାଉଳ ଡାଲି ପରି ଦ୍ରବ୍ୟ ବଛାଇ ହୋଇ ପ୍ରସ୍ତୁତ କରାଯାଏ । ସୂପକାରମାନେ ବଂଶାନୁକ୍ରମିକ ରୋଷେଇ କରି ଆସୁଛନ୍ତି । ଏ ସ୍ଥାନରେ ଯୋଗାଣିଅାଁ ଭୋଇ ସେବକ ଖୁଣ୍ଟିଆ ପରି ଅନେକ ସେବକ ମନ୍ଦିରରେ ଆବାହମାନ କାଳରୁ ନିୟୋଗ ଅଛନ୍ତି । ବଡ଼ପଣ୍ଡା ପରି ବହୁ ନିୟୋଗ ବଂଶାନୁକ୍ରମିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । କୁଡୁଆ ଯୋଗାଣିଆ କୁମ୍ଭକାରମାନେ ବି ଧନ୍ୟ ସେମାନେ କୁମ୍ଭାରପଡ଼ା ବାସିନ୍ଦା ଏମାନେ ମାଟି ସଂଗ୍ରହ କରି କୁଡ଼ୁଆ ଗଢ଼ିବା ପାଇଁ ତାଙ୍କୁ ଗଜପତିମାନେ ନିଷ୍କର ଭୂମି ଉତ୍ସର୍ଗ କରିଥିଲେ । ହାଣ୍ଡିଭାଙ୍ଗିଗଲେ ଅପଦାର୍ଥ ବା ଏକ ହେୟ ଜିନିଷ ସର୍ବଦା ମନେ ହେଲେ ବି ଏଠାରେ ଖପରା ନୁହଁ କୁଡ଼ୁଆର ଖଣ୍ଡି (ଖଣ୍ଡ ଖଣ୍ଡ ଅଂଶ)ରେ ଲୋକ ପବିତ୍ର ମନେକରି ପ୍ରସାଦ ସେବନ କରୁଛନ୍ତି । 
ମନ୍ଦିର ମୁଖ୍ୟତଃ ଚାରି ଦ୍ୱାର, ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଲମ୍ବିଛି । ଏଇ ପଟରେ ଅଛି ବାଇଶି ପାହାଚ, ଅନ୍ୟ ଦ୍ୱାରରେ ଏପରି ସଂଖ୍ୟକ ପାହାଚ ନାହିଁ । ହେଲେ ପୁଣ୍ୟପ୍ରଦ ଏହି ଦ୍ୱାରର ଲୀଳା ରହିଛି । ସବୁ ଦିଗର ଦ୍ୱାରରେ ହନୁମାନ ଜାଗ୍ରତ ପ୍ରହରୀ "ରାମ ଦୁଆରେ ତୁମ ରଖିବାରେ' ପୂର୍ବରେ ଫତେ ମହାବୀର, ଉତ୍ତରରେ ତପସ୍ୱୀ ମହାବୀର, ଦକ୍ଷିଣରେ ‘ଉଡନ୍ତା ମହାବୀର’ ବା ରୋଷ ମହାବୀର ପଶ୍ଚିମରେ ‘କାନପାତା ମହାବୀର’ । ଦକ୍ଷିଣଦିଗରେ ଦିଗପାଳ ଯମରା । ଏହି ପଥକୁ ମୁଖ୍ୟ କରି କଳ୍ପବଟ ମୂଳରେ ବଟ ଗଣେଶ । ତଳକୁ ଗଲେ ହନୁମାନଙ୍କର ବିଭିନ୍ନ ଲୀଳା କ୍ଷେତ୍ର ଓ ମନ୍ଦିର ବାହାରେ ବୃହତକାୟ ହନୁମାନଙ୍କୁ ସମସ୍ତେ ଦର୍ଶନ କରିପାରିବେ । ମନ୍ଦିର ଠାରୁ ଟିକେ ଟିକେ ତଳକୁ ତଳକୁ ଗଲେ ପଡ଼ିବେ ମାଆ ଶ୍ରୀଶ୍ୟାମାକାଳୀ ।  ଖୋଦ ଜଗନ୍ନାଥ ଦକ୍ଷିଣ କାଳିଆ ବୋଲି ତନ୍ତ୍ରରେ ଆଖ୍ୟାନ ଅଛି । ବାଇଶି ପାହାଚରେ ଏକ ଛୋଟ କୃଷ୍ଣଶିଳା ରହିଛି ଯାହାର ନାମ "ଯମଶିଳା' ଏହାକୁ କେହି ପାଦରେ ମାଡ଼ି ଯାଆନ୍ତି ନାହିଁ ।  ବାଇଶି ପାହାଚରେ ଲୋକେ ଶ୍ରାଦ୍ଧ କରନ୍ତି । ବଡ଼ ବଡ଼ୁଆ ବି ଡାକନ୍ତି । ଏସବୁ ପିତୃ ଉଦେ୍ଦଶ୍ୟରେ ଅର୍ପିତ ସ୍ଥାନ । ଏମିତି ସ୍ଥାନ ମହିମା କେଉଁ ମନ୍ଦିରରେ ହେବ । ଜାତିଭେଦ ଶ୍ରୀ ମହାପ୍ରସାଦ ବିକ୍ରୟ ଆନନ୍ଦ ବଜାରରେ ନାହିଁ । ସେଠାରେ ଭୋଜନରେ ଅନେକ ପ୍ରସାଦ ଦାନରେ ଆନନ୍ଦ, ଅନ୍ୟକୁ ପ୍ରସାଦ ଖୋଇ ଆନନ୍ଦ ସର୍ବଦା ଅଛି । ଶ୍ରୀ ମହାପ୍ରସାଦ ଏମିତି ପ୍ରସାଦ ସବୁ ଦେବଦେବୀକୁ ଏହା ସମର୍ପଣ କରାଯାଏ । ଯେଉଁ ଜାତି ଏହି ମହାପ୍ରସାଦ ଧରୁ ତାହା ହାତରୁ ସମସ୍ତେ ଭକ୍ତିରେ ଗ୍ରହଣ କରନ୍ତି । ଶ୍ରୀକ୍ଷେତ୍ର ବାହୁଡ଼ା ଯାତ୍ରୀଙ୍କୁ ତାଙ୍କ ଗ୍ରାମରେ ସମସ୍ତେ ଛୋଟ ବୟସରେ ସେ ଥିଲେ ବି ପ୍ରଣାମ କରି ପ୍ରଭୁଙ୍କୁ ଉଦେ୍ଦଶ୍ୟରେ ସମ୍ମାନିତ କରନ୍ତି । ଏବେ ବି କୋରାପୁଟ ନବରଙ୍ଗପୁରର ଲୋକେ ପ୍ରଭୁଙ୍କ ଦର୍ଶନରେ ଆସି ଏପରି ଗ୍ରାମରେ ପହଞ୍ଚôଲେ ତାଙ୍କୁ ସମ୍ମାନ ଦେଖାନ୍ତି ବାଜା ବଜାଇ ଗ୍ରାମକୁ ନିଅନ୍ତି । ହେଲେ ଅନ୍ୟସବୁ କ୍ଷେତ୍ର ଯେ ଏପରି କେବେ ହେବା ଦେଖାଯାଇନାହିଁ । ନିଉଟନ ଜଣେ ପ୍ରଖ୍ୟାତ ବୈଜ୍ଞାନିକ ତାଙ୍କର ତିନଟି ନିୟମ ସବୁ ବିଜ୍ଞାନ ଛାତ୍ର ପଢ଼ନ୍ତି, ସେଥିରେ ପ୍ରଥମ ନିୟମ ହେଉଛି ସ୍ଥିର ଯଦି ବଦଳେ ବା ଚଳ ଯଦି ଆକସ୍ମିକ ବଦଳେ ତେବେ ପୂର୍ବ ସ୍ଥିତି ସ୍ଥାପକତା ନିଶ୍ଚେ ବଦଳିବାରେ ଲାଗେ । ଏକ ମନନ ଏକ ଆତ୍ମାରେ  ଶ୍ରୀକ୍ଷେତ୍ର ଧାମର ବାସିନ୍ଦା ଓ ଜଗନ୍ନାଥଙ୍କ ସେବାରେ ଜଡ଼ିତ ସେବାୟତ ସର୍ବଦା ରହିଆସିଛନ୍ତି । ଆମର ରାଜ୍ୟ ସରକାର ଏହି ଧର୍ମକ୍ଷେତ୍ରର ଉନ୍ନତି କଳ୍ପେ କିଛି ବିଧାନ ହଠାତ୍ ଏହି କ୍ଷେତ୍ର ଭୂମିରେ ହାତକୁ ନେଲେ । ବହୁ କାଳରୁ ଏହି ଜଗନ୍ନାଥ ମନ୍ଦିରର ଚାରିପଟରେ କେବଳ ଚୌଡ଼ା ବଡ଼ଦାଣ୍ଡକୁ ବାଦ ଦେଇ ଥିବା ମଠ, ଦୋକାନ ବଜାର ଗୁଡ଼ିକୁ ଆଇନ କରି ଭାଙ୍ଗି ଦେଲେ । ଥଇଥାନ ପାଇଁ ଅର୍ଥ ଦେଇଛନ୍ତି ସ୍ଥାନ ବି ଦେଇଛନ୍ତି କିନ୍ତୁ ଏହି ସ୍ଥାନ ପୂର୍ବପରି ଆଉ ନରହି ଭିିନ୍ନ ରୂପ ନେଲା । ଏହି ଦୋକାନ ବଜାର ଘରରେ ସ୍ଥାନୀୟ ଲୋକଙ୍କର ନିତ୍ୟ ରୋଜଗାର ଅନ୍ନ ସଂସ୍ଥାର ଏକ ମାଧ୍ୟମ ଥିଲା ଯାହା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇ କ୍ଷୟ ହୋଇଗଲା । ତାପରେ ପରିକ୍ରମା ପଥ ହେଲା । ପରିକ୍ରମା ପଥ ମାର୍ଗରେ ବଡ଼ ବଡ଼ ଗର୍ତ୍ତ ବୃହତକାୟ ମେସିନରେ ଭୂମିକୁ  ଖୋଲାଗଲା, ପରେ ପରେ  ସେଠାରେ ମୋଟା ପାଇପ ନଳୀ ଲଗାଗଲା । ଯାହାଫଳରେ  ମନ୍ଦିର ଓ ପାଚେରୀ ଉପରେ କମ୍ପନ ସୃଷ୍ଟି ହେଲା ଏସବୁ ଦୁର୍ଗପତନ ପରି ସ୍ଥିତି ସୃଷ୍ଟି କରିଦେଲା । ପରେ ପରେ ଦେଖନ୍ତୁ ବଡ଼ଦାଣ୍ଡ ନିଜ ରଥଯାତ୍ରା ପରି ଭିଡ଼ । ଅନେକ ରେଲଗାଡ଼ି ଚାଲିଲାଣି, ଯାତ୍ରୀବାହୀ ବସ ମାଳମାଳ କାର ଟ୍ୟାକ୍ସି ଅଟେ । ଦ୍ୱିଚକ୍ରଯାନ ଅଗଣିତରେ ଲୋକେ ଦିଅଁ ଦର୍ଶନକୁ ଆସିଲେଣି । ଯେଉଁଠି ଏତେ ଲୋକ ଆସିବା ଦ୍ୱାରା ସ୍ଥାନ ଅଭାବକୁ ଲୋକ ନିୟନ୍ତ୍ରଣରେ ବିଶୃଙ୍ଖଳା । ଏ ମଧ୍ୟରେ ମନ୍ଦିରରେ କେତେ ମୁଷ୍ଟିମେୟଙ୍କର ଯଥେଷ୍ଟ ଯାତ୍ରୀ ଦକ୍ଷିଣା ପ୍ରାପ୍ତିବେଳେ ଅନେକ ହାତ ବାନ୍ଧି ହୋଇ ରହୁଛନ୍ତି । ଏ ସବୁ ସ୍ଥିରକୁ ବଦଳାଇବା ଦ୍ୱାରା ନାନା ପ୍ରକାର ଭିନ୍ନ ଭିନ୍ନ ରୂପ ନେବାରେ ଲାଗିଛି । ଟିକେ ପଛକୁ ଫେରନ୍ତୁ, ୧୯୯୯ ମହାବାତ୍ୟା ଆମ ରାଜ୍ୟରେ ଅନେକ କିଛି ଉଜାଡ଼ି ଦେଇଛି । ସ୍ଥାୟୀ ବାସଗୃହ ବୃକ୍ଷରାଜୀ ଅନେକ ଗୃହପାଳିତ ପଶୁ ମନୁଷ୍ୟ ଶେଷ ହୋଇଯାଇଥିଲା । ତାପରକୁ ଦେଖ ଅନେକ କୋଠାଘର ଠିଆ ହୋଇଗଲାଣି । ଧାନ ବିଲରେ ବଳଦ ଦ୍ୱାରା ଚାଷ ନାହିଁ ଟ୍ରାକ୍ଟର ଚାଷ ବେଙ୍ଗଳା ପକା ନାହିଁ ଧାନକଟା ମେସିନ ଧାନ ବିଲରେ ଧାନ କାଟୁଛି । ଏପରି ପରିବର୍ତ୍ତନ ପରେ ପରେ ଆସିଗଲା ଏପରିକି ଓଡ଼ିଶାରେ ଗମାଙ୍ଗବାବୁ ସରକାର ଯେ କଂଗ୍ରେସ ଦ୍ୱାରା ପରିଚାଳିତ ଥିଲା ତାହା ଭାଙ୍ଗିଗଲା ।
ଏପରି ଶ୍ରୀମନ୍ଦିର ଚାରିପଟେ ଥିବା ନିର୍ମାଣ ଭଙ୍ଗାକୁ ପୁରୀ ସହରର ଅନେକ ପ୍ରକାର ସାମୟିକ ପରିବର୍ତ୍ତନ ମାନ ଏବେ ଦିଅଁଙ୍କର କାମରେ ନିର୍ଘଣ୍ଟରେ ଗୁରୁତର ପରିବର୍ତ୍ତନ ସୃଷ୍ଟି କରୁଛି । ଭକ୍ତମାନେ ଆସନ୍ତୁ ମନା ନାହିଁ ଏ କୈବଲ୍ୟ ଧାମ ଏଠାରେ ଏକା ଦାରୁବ୍ରହ୍ମ ନାହାଁନ୍ତି । ଅଛନ୍ତି ଅନ୍ନ ବ୍ରହ୍ମ ଅଛନ୍ତି ନାମ ବ୍ରହ୍ମ । ଚକ୍ରରାଜ ସୁଦର୍ଶନ ନୀଳଚକ୍ର ଉଦେ୍ଦଶ୍ୟରେ ଯେ ଆସିବ ତାର ଅନେକ କିଛି ପରିବର୍ତ୍ତନ ହୁଏ । ଭକ୍ତମାନେ ଜାଣିଥିବେ ପ୍ରଭୁଙ୍କର ଶ୍ରୀମନ୍ଦିର ଦ୍ୱାର ଦେଶରେ ପ୍ରବେଶ ପାଇଁ ଗଲାବେଳେ ଦୁଇଟି ବେତ ଧରିଥିବା କିଛି ସେବକ ସମସ୍ତଙ୍କ ମୁଣ୍ଡରେ ଠୋକର ଲଗାନ୍ତି । ପ୍ରକୃତରେ ଏ ଠୋକର ହେଉଛି ସେ ବ୍ୟକ୍ତିର ଶରୀର ମୂଳଧାର ଚକ୍ରର ଜାଗରଣ ପାଇଁ ଏକ ପ୍ରକ୍ରିୟା । ଏ ଷଡ଼ଚକ୍ରର ଉଚ୍ଚଗାମୀ କ୍ରିୟାକୁ ତ୍ୱରାନ୍ୱିତ କରେ ବା କୁଣ୍ଡଳୀକୁ ଜାଗ୍ରତ କରି ଶୀର୍ଷ ଦିବ୍ୟକୁ ଉଠାଏ । କୌଣସି ଗୁରୁ ଏପରି ମୁଣ୍ଡରେ ହାତରଖି ବା ତାଙ୍କର ଗୁରୁଙ୍କଦଉ ଦଣ୍ଡ ଛୁଅାଁଇ ଏପରି କରିଥାନ୍ତି । କେହି ଦିକ୍ଷା ନେଉ ନ ନେଉ । "ଗ'କାର ବର୍ଣ୍ଣର ଗରୁଡ଼ଙ୍କର ଖମ୍ବକୁ କୁଣ୍ଡାଇ ଦିଅଁ ଦର୍ଶନ ସେହିଠାରେ କଲେ ସେ ଅମୃତ ଶକ୍ତି ଲୋକର ଅନେକ କିଛି ପରିବର୍ତ୍ତନ ସେହି ସମୟରୁ କରାନ୍ତି । ଗୁରୁ, ଗରୁଡ଼ ଗଣେଶ ଏସବୁର ବୀଜ ମନ୍ତ୍ର "ଗ' ମୂଳରେ ଅକ୍ଷର ଅଛି । "ଗ'କାର ହିଙ୍ଗୁଳବର୍ଣ୍ଣ ହଳଦିଆ ରଙ୍ଗ ମୂଳଧାର ଚକ୍ରର ଏହି ରଙ୍ଗ । ଏହା ଜାଗ୍ରତ ହେଇଯିବାର ବାଟ ଖୋଲିଥାଏ । ଏହି ମନ୍ଦିରରେ ସବୁ ଦେବତାଙ୍କର ଆତଯାତ ରହିଛି । ବଡ଼ ଠାକୁରଙ୍କୁ ସମସ୍ତଙ୍କର ଦର୍ଶନ ପାଇଁ ଉପାୟ ଲଗାଯାଇଛି । ପଞ୍ଚଦେବତା ଗଣେଶ, ବିଷ୍ଣୁ, ଶିବ, ଅମ୍ବିକା ଆଉ ସୂର୍ଯ୍ୟ ଏସବୁ ଦେବତା ଏ ମଧ୍ୟରେ ରହିଛନ୍ତି । ଏମାନେ ସେମିତି ଥୁଆ ହୋଇନାହାଁନ୍ତି , ବିହିତ ପ୍ରଥାରେ ଏମାନେ ପ୍ରତିଷ୍ଠା ସେବା ପୂଜାରେ ଅଛନ୍ତି । ଜ୍ଞାନୀଙ୍କର ସମମେଳି ବାଦ କୌଣସି ଲୋକାଚାର ରାଜାକାନୁନ କେବେ କୌଣସି କାର୍ଯ୍ୟରେ ଆଗଭର ହୋଇନପାରନ୍ତି । ଏଠାରେ ସର୍ବୋଚ୍ଚ ସମ୍ମାନୀୟ ଶ୍ରୀଶଙ୍କରାଚାର୍ଯ୍ୟ ଅଛନ୍ତି, ଗଜପତି ମହାରାଜ ଅଛନ୍ତି । ବଡ଼ପଣ୍ଡା ଅଛନ୍ତି, ମୁକ୍ତିମଣ୍ଡପ ପଣ୍ଡିତ ସଭା ଅଛି । ଦଇତାପତି ନିୟୋଗ ଅଛି ଏମିତି ଆଉ କେତେକ ସେବାର ପରମ୍ପରା ପାଇଁ ସାମୂହିକ ଅନୁଷ୍ଠାନ ଓ କର୍ମକର୍ତ୍ତା ଅଛନ୍ତି । ଏପରି ବୃହଦ୍ ବ୍ୟବସ୍ଥା କେଉଁ ମନ୍ଦିରରେ ରହି ପାରିବ ନାହିଁ । ଜ୍ଞାନୀମାନେ ପରିସ୍ଥିତିକୁ ସବୁ ଦିନେ ସମାନ ଢ଼ାଞ୍ଚାରେ ଚଳାଇ ନେବାକୁ ଚେଷ୍ଟିତ ହୁଅନ୍ତି । ନିହାତି ଦରକାର ନ ହେଲେ କେବେ ବ୍ୟକ୍ତିଗତ ମତ ଦେଇ କାର୍ଯ୍ୟ ସାଧନ କରନ୍ତି ନାହିଁ । ଅତଏବ ଏପରି ଧାମର କେବେ ବିକଳ୍ପ ହୋଇନପାରେ । ସର୍ବତ୍ର ଦିଅଁ ଆସ୍ଥାନ ଅଛି । ଏସବୁ ପ୍ରକୃତରେ ଦିଅଁଙ୍କ ମୁଖ୍ୟ ମନ୍ଦିରର ଝରକା ପରି ହେଲେ କେବେ ମୁଖ୍ୟ ଧାମ ହୋଇନପାରେ । ଏଇ ଶ୍ରୀକ୍ଷେତ୍ର ଶ୍ରୀଧାମ ପରି ବିକଳ୍ପ କ୍ଷେତ୍ର କେବେ ଆଉ ସମ୍ଭବ ନୁହଁ । କଠୋର ନିୟମ ଏ ଯୁଗରେ କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଯେ ନମାନେ ତାର ଅନ୍ତିମ ପରିଣତିରେ ଦିନେ ସେ ଓ ତାଙ୍କ ଗୋଷ୍ଠୀ ଦିନେ ଭୀଷଣ କଷ୍ଟରେ ସମ୍ମୁଖୀନ ହେବେ ହିଁ ହେବେ । 
ମୋ : ୯୪୩୭୦୩୧୨୫୩