କୋଣାର୍କ କ୍ଷେତ୍ରର ମାହାତ୍ମ୍ୟ
ବ୍ରହ୍ମାଙ୍କ ଆଜ୍ଞାରେ ଦୁର୍ବାସା ଋଷି ଶ୍ରୀକୃଷ୍ଣଙ୍କୁ ଗୋଲକ ଧାମକୁ ଫେରିଯିବା ନିମିତ୍ତ ଚେତାଇ ଦେବା ପାଇଁ ଦ୍ୱାରକାରେ ପହଞ୍ଚôଲେ । ଏହି ସମୟରେ ଶ୍ରୀକୃଷ୍ଣ ରାଣୀ ସତ୍ୟଭାମାଙ୍କ ପୁରରେ ରହିଥିଲେ । ଶାମ୍ବକୁମାରକୁ ଆଜ୍ଞା ଦେଇ କହିଥିଲେ- ‘ବାବୁ! ତମେ ସତ୍ୟଭାମାଙ୍କ ଅନ୍ତଃପୁର ଦ୍ୱାରରେ ରହିଥିବ । ମୋର ବିନା ଆଜ୍ଞାରେ କାହାକୁ ଭିତରକୁ ପ୍ରବେଶ କରାଇ ଦେବ ନାହିଁ । ୟେକାନ୍ତରେ ଆମ୍ଭେ ଅବକାଶ ନୀତି ସେଠାରେ ବଢାଇବୁ । ଯେପରି କେହି ଭିତର ଭୁବନକୁ ପଶି ନପାରନ୍ତି । ଏଥିରେ ବ୍ୟତିକ୍ରମ ହେଲେ, ତମେ ଅଭିଶପ୍ତ ହେବ । ଏହି ସମୟରେ ଦୁର୍ବାସା ଋଷି ଦ୍ୱାରକାରେ ପହଞ୍ଚô ଶ୍ରୀକୃଷ୍ଣଙ୍କୁ ଦେଖା କରିବା ପାଇଁ ଚାହିଁଲେ । ଶାମ୍ବ କୁମାର କହିଲେ ଏବେ ସାକ୍ଷାତ ହୋଇପାରିବ ନାହିଁ । ଋଷି କହିଲେ ଏହି କ୍ଷଣି ଆମ୍ଭେ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ କରିବାକୁ ଚାହେଁ । ଶାମ୍ବ କୁମାର କହିଲେ ପିତା ଏବେ ମାତାଙ୍କ ସହିତ ଅଛନ୍ତି । ପୁତ୍ର ହୋଇ କିପରି ମୁଁ ଭିତରକୁ ଯାଇ ଆପଣଙ୍କ ଆସିବା ସମ୍ବାଦ ଦେବି ? ଶାମ୍ବ କୁମାରଙ୍କ କଥା ଶୁଣି ଦୁର୍ବାସା ରାଗିଗଲେ ଓ କହିଲେ ଓ କହିଲେ ତମେ ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ତାଙ୍କର ଆସିବା ଖବର ନ ଜଣାଇଲେ ସେ ଦ୍ୱାରକା ନଗ୍ରକୁ ଧ୍ୱଂସ କରିଦେବେ । ତମେ ଶ୍ରୀକୃଷ୍ଣଙ୍କୁ ଡାକି ନ ଆଣିଲେ ସାତବଂଶ ଯାଦବଙ୍କୁ ସେ ନିଧନ କରିଦେବେ ।
ଶାମ୍ବକୁମାର ଏପରିସ୍ଥିତିରେ ବଡ ଦ୍ୱନ୍ଦ୍ୱରେ ପଡିଗଲେ । ଭାବିଲେ ଏ ସମୟରେ ପିତାମାତାଙ୍କ ନିକଟକୁ ଗଲେ ମହାଦୋଷ, ଡାକିବା ପାଇଁ ନଗଲେ ଦ୍ୱାରକା ସହିତ ଯଦୁବଂଶ ଋଷିଙ୍କ କୋପାନଳରେ ଧ୍ୱଂସ ହେବ । ଶାମ୍ବ କିଛି ସମୟ ଚିନ୍ତାକଲେ ଓ ମନେ ମନେ ଠିକ୍ କଲେ ନିଜ ବଂଶକୁ ରକ୍ଷା କରିବା ପାଇଁ ସେ ନିଜକୁ ବରଂ ଅଭିଶପ୍ତ କରିବା ଶ୍ରେୟ ହେବ । ପିତାଙ୍କ କୋପରେ ନିଜେ ନାଶ ଯାଇ ବଂଶରକ୍ଷା କରିବାକୁ ନିଷ୍ପତ୍ତି ନେଇ ଶାମ୍ବକୁମାର ଭିତରପୁରକୁ ପ୍ରବେଶ କଲେ । ଶ୍ରୀକୃଷ୍ଣ ଓ ରାଣୀ ସତ୍ୟଭାମା କ୍ରୀଡାରଙ୍ଗ ବେଳେ ଶାମ୍ବ କୁମାର ଭିତରେ ପ୍ରବେଶ କରିବାରୁ କ୍ରୋଧରେ ପ୍ରଜ୍ଜ୍ୱଳିତ ହୋଇ ଉଠିଲେ ପୁରୁଷୋତ୍ତମ । କହିଲେ ମୋର କଥା ଅମାନ୍ୟ କରିଥିବାରୁ ତୁମର ଶରୀରରେ ଗଳିତ କୁଷ୍ଠବ୍ୟାଧି ହେଉ । ତତକ୍ଷଣାତ ଶାମ୍ବକୁମାରଙ୍କ ଶରୀରରେ ଧବଳ କୁଷ୍ଠବ୍ୟାଧିର ଲକ୍ଷଣମାନ ପ୍ରକାଶିତ ହେଲା ।
ଶାମ୍ବ କୁମାର ହାତଯୋଡି କହିଲେ “ପିତା । ଆପଣ ସର୍ବଜ୍ଞ ପୁରୁଷ ହୋଇ ବିଚାର ନକରି କିପରି ଏତେବଡ ଅଭିଶାପ ଦେଲେ । ଦ୍ୱାରଦେଶରେ ମହାଋଷି ଦୁର୍ବାସା ଆପଣଙ୍କ ସାକ୍ଷାତ କରିବା ପାଇଁ ଅପେକ୍ଷା କରିଛନ୍ତି । ମୁଁ ତାଙ୍କୁ ମନା କଲାରୁ ସେ ରାଗି ଦ୍ୱାରକା ସହିତ ସମସ୍ତ ସାତବଂଶ ଯାଦବମାନଙ୍କୁ ଧ୍ୱଂସ କରିଦେବେ ବୋଲି କହିଲେ । ତେଣୁ ବଂଶ ରକ୍ଷା ଓ ଦ୍ୱାରକାକୁ ରକ୍ଷା କରିବା ପାଇଁ ବାଧ୍ୟ ହୋଇ ଭିତରପୁରକୁ ପ୍ରବେଶ କଲି । ଏବେ ଆପଣ ଦୁର୍ବାସା ଋଷିଙ୍କୁ ସାକ୍ଷାତ କରି ଏହାର ସତ୍ୟାସତ୍ୟ ଜାଣନ୍ତୁ ।”
ଶାମ୍ବ କୁମାରଙ୍କ କଥା ଶୁଣି ଶ୍ରୀକୃଷ୍ଣ ବାହାରକୁ ଆସି ଦୁର୍ବାସା ମୁନିଙ୍କୁ ଭେଟି ତାଙ୍କ ଚରଣରେ ପ୍ରଣାମ ଜଣାଇଲେ ଏବଂ କହିଲେ କ’ଣ ପାଇଁ ଆପଣ ଏଠିକୁ ଆଗମନ କରିଛନ୍ତି କୁହନ୍ତୁ । ଆପଣଙ୍କ ପାଇଁ ଆଜି ମୋର ପ୍ରିୟପୁତ୍ର ଶାମ୍ବ କୁମାର ନାଶଗଲା । ମହର୍ଷି କହିଲେ ବ୍ରହ୍ମାଙ୍କର ଆଜ୍ଞା ଧରି ମୁଁ ଆସିଛି । ବ୍ରହ୍ମାଙ୍କ ଆଜ୍ଞା ହେଉଛି ଆପଣ ମର୍ତ୍ତ୍ୟପୁରର ଲୀଳାଖେଳା କରି ଶୀଘ୍ର ଗୋଲକଧାମକୁ ଫେରି ଆସନ୍ତୁ । ଗୋବିନ୍ଦ କହିଲେ ବିଧାତାଙ୍କ ଆଜ୍ଞା ମାନି ମୁଁ ଶୀଘ୍ର ସ୍ୱର୍ଗଧାମକୁ ଫେରିଯିବି । ହେଲେ ଆପଣଙ୍କ ପାଇଁ ହିଁ ମୋର ପୁତ୍ରକୁ ପ୍ରମାଦ ପଡିଲା । ଶ୍ରୀକୃଷ୍ଣଙ୍କ କଥା ଶୁଣି ମହାମୁନି ଦୁର୍ବାସା ଶାମ୍ବ କୁମାରଙ୍କୁ କହିଲେ ଅର୍କତୀର୍ଥରେ ଯାଇ ତପସ୍ୟା କଲେ ରୋଗମୁକ୍ତ ହୋଇଯିବୁ ।
ଦୁବାର୍ସାଙ୍କ କଥା ଅନୁସାରେ ଶାମ୍ବ କୁମାର ଅର୍କତୀର୍ଥରେ ପ୍ରବେଶ କରି ତପସ୍ୟା କରିବାକୁ ଲାଗିଲେ । ଦୁର୍ବାସା ସ୍ୱର୍ଗକୁ ଯାଇ ବ୍ରହ୍ମଦେବଙ୍କୁ କହିଲେ କି ଅଳ୍ପଦିନ ଭିତରେ ଯଦୁ ସାଇଁ ସ୍ୱର୍ଗଲୋକଙ୍କୁ ଆସିବେ । ଏପଟେ ଶାମ୍ବ କୁମାର ମହୋଦଧି ଓ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ବାଟ ପ୍ରଦକ୍ଷିଣ କରିବା ସହିତ ବିରଞ୍ଚô ନାରାୟଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ତପସ୍ୟାରେ ରତ ଥିଲେ ।
ଜମ୍ମୁଦ୍ୱୀପର ଅଗ୍ନିକୋଣରେ ଅର୍କଦ୍ୱୈତ୍ୱକୁ ବିରଞ୍ଚô ନାରାୟଣ ମାରିଥିଲେ । ସେହି ସ୍ଥାନର ଦକ୍ଷିଣରେ ମହୋଦଧି ଓ ଉତ୍ତରରେ ଚନ୍ଦ୍ରଭାଗା ନଦୀ ରହିଛି । ସେହି ଚନ୍ଦ୍ରଭାଗାରେ ଗୋଟିଏ ତୀର୍ଥଘେନି ଦେବୀ ଗଙ୍ଗା ବିକ୍ରୟ କରିଥାନ୍ତି । ତେଣୁ ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ବିରଞ୍ଚôନାରାୟଣଙ୍କୁ ଯେ ଉପାସନା କରେ ତାହାର ଶରୀର ନିଷ୍କଳଙ୍କ ହୋଇଥାଏ । ଶାମ୍ବକୁମାର ଚନ୍ଦ୍ରଭାଗା ନଦୀରେ ସ୍ନାନ କରି ଜଳ ଓ ପବନ ଆହାର କରି ବାରବର୍ଷ କାଳ ତପସ୍ୟା କଲେ । ବାରବର୍ଷ ତପସ୍ୟା କରିବା ପରେ ଶାମ୍ବ କୁମାର କ୍ରମେ କ୍ରମେ କୁଷ୍ଠରୋଗରୁ ମୁକ୍ତ ହେଲେ । ବାରବର୍ଷ ପରେ ସୂର୍ଯ୍ୟନାରାୟଣଙ୍କ କୃପାରେ ଶାମ୍ବ କୁମାର ରୋଗମୁକ୍ତ ହୋଇ ତାଙ୍କ ଶରୀରର ନିୁର୍ଧମ ଅଗ୍ନି ପ୍ରାୟେ ବିକଶିତ ହେଲା । ଶାମ୍ବ କୁମାର ରୋଗମୁକ୍ତ ହୋଇ ଅର୍କକ୍ଷେତ୍ରରେ ରହିଥିବା ସମୟରେ ଦୁର୍ବାସା ଋଷି ସେଠାରେ ପହଞ୍ଚô ତାଙ୍କୁ ଆଶୀର୍ବାଦ କରି ଏହି ତୀର୍ଥର ମହିମା ବିଷୟରେ ବର୍ଣ୍ଣନା କରିଛନ୍ତି ।
ଦୁର୍ବାସା କହିଲେ ଅନାଦି କାଳରୁ ଚନ୍ଦ୍ରଭାଗା ଉଡପା ତୀର୍ତ କ୍ଷେତ୍ର ରହିଅଛି । ସତ୍ୟପା ଜଳପତିର ଦେବରାଜ ଇନ୍ଦ୍ରଙ୍କ ସହିତ ଥରେ ଅପ୍ରୀତି ହେଲା । ସେ ଇନ୍ଦ୍ରପଦ ଘେନିକା ନିମନ୍ତେ ଚିନ୍ତା କରି ଚନ୍ଦ୍ରଭାଗା ନଦୀ ତୀରରେ ବସି ତପସ୍ୟା କଲେ । ତପସ୍ୟା କରି ସେ ନଅବର୍ଷ ପର୍ଯ୍ୟନ୍ତ ମଧ୍ୟ ବିରଞ୍ଚô ନାରାୟଣଙ୍କୁ ଦର୍ଶନ କରିପାରିଲେ ନାହିଁ । ମକରମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ଅର୍କବାର ଦିନ ଅର୍କ ନାମକ ଦୈତ୍ୟ ଭ୍ରମଣ କରୁଥିବା ବେଳେ ତପସ୍ୟାରତ ସତ୍ୟପାଙ୍କୁ ଦେଖିଲେ । ଅର୍କଦୈତ୍ୟ ଦେଖିଲେ ଅର୍କବଟ ତଳେ ଏକ ସୁନ୍ଦର ପୁରୁଷ ତପସ୍ୟାରେ ବସିଛି । ରାକ୍ଷସ ଭାବିଲା ଆଜି ଏହାକୁ ମାରି ଏହାର ମାଂସ ଖାଇବି । ଏପରି ବିଚାର କରି ଅର୍କଦୈତ୍ୟ ଲୁହାର ଏକ ଯଷ୍ଠି ଧରି ତପସ୍ୟାରତ ସତ୍ୟପାଙ୍କୁ ପଛରୁ ପିଟିବା ପାଇଁ ଧୀରେ ଧୀରେ ଚାଲିଲା । ଏହା ଦେଖି ବିରଞ୍ଚô ନାରାୟଣ ସହ୍ୟ କରିପାରିଲେ ନାହିଁ । ରାକ୍ଷସ ଲୁୁହାଯଷ୍ଠିରେ ସତ୍ୟପାକୁ ପିଟିବାକୁ ଗଲାବେଳେ ଆକାଶରୁ ସୂର୍ଯ୍ୟଦେବ ତାଙ୍କର ଭୂଜ ପ୍ରସାରଣ କରି ସେହି ଯଷ୍ଠିକୁ ଧରି ପକାଇଲେ । ରହ ରହ ବୋଲି ବିରଞ୍ଚô ନାରାୟଣ ଡାକି ସେଠାରେ ପହଞ୍ଚôଲେ ଓ ରାକ୍ଷସକୁ ପେଲି ଦେଲେ । ଅର୍କଦୈତ୍ୟ ସହିତ ସୂର୍ଯ୍ୟ ନାରାୟଣ ଯୁଦ୍ଧ କରି ତାହାର ବକ୍ଷସ୍ଥଳୀକୁ ମାଡି ବସିଲେ । ପୃଥିବୀର ଅଗ୍ନିକୋଣ ତଥା ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟଦେବ ଅର୍କଦୈତ୍ୟକୁ ମାରିଥିବାରୁ ଆମର ପୂର୍ବଜମାନେ ଏହି ସ୍ଥାନରେ ନାମ ଦେଲେ କୋଣାର୍କ/ସେହିଦିନ ଠାରୁ ଏହି ସ୍ଥାନ ତୀର୍ଥକ୍ଷେତ୍ର କୋଟିତୀର୍ଥ ଠାରୁ ଶ୍ରେଷ୍ଠ ଭାବେ ପରିଚିତ ହେଲା ।
ମୋ-୯୪୩୯୧୨୮୦୫୦