ଖଟି ବିଚାରାଳୟ
ଚା ଦୋକାନ କେଉଁଟି ଗଳିମୁଣ୍ଡ, ରାସ୍ତାକଡ଼, ବସଷ୍ଟାଣ୍ଡ ପାଖ ନହେଲେ ରେଳଷ୍ଟେସନ ଚା'ପାନ ପାଇଁ କିଛି ଗ୍ରାହକ ବସି ଚା' ପିଇବା ପାଇଁ ଦୋକାନୀ ବ୍ୟବସ୍ଥା କରିଥାନ୍ତି । ଏପରି ବାରିକ ସେଲୁନ, ଏଠାରେ କ୍ଷୌର ହେବା ଚୁଟି କାଟିବା କେଶ ରଙ୍ଗାଇବା ପାଇଁ ବ୍ୟବସ୍ଥା । ସେଲୁନ ଗ୍ରାହକ ମାନଙ୍କ ପ୍ରତୀକ୍ଷା ପାଇଁ ମୁଖ୍ୟକାର୍ଯ୍ୟକାରୀ ଆସନ ବ୍ୟତୀତ କିଛ ବେଞ୍ଚ ଚେୟାର ବ୍ୟବସ୍ଥା କରିଥାନ୍ତି । ଏଠାରେ ଆଗତମାନେ ବସି କିଏ ଉଚ୍ଚସ୍ୱରର ଏଫଏମ୍ ରେଡ଼ିଓ ଶୁଣନ୍ତି ତ କିଏ ଖବରକାଗଜ ପଢ଼ିନ୍ତି । ଖବରକାଗଜ ଶିରୋନାମା ବିଷୟ ବସ୍ତୁ ଉପରେ ଆରମ୍ଭ ହୁଏ ପାଖ ଲୋକ ସହିତ ବିଚାର ବିମର୍ଶ । ଏମିତି ଥିଲା ଢ଼ିଙ୍କିଶାଳ ଯାହା ଏକ ଦୁର୍ଲଭ ହେଲେ ବି ଶଙ୍କୁ ବୁଡ଼ି ନାହିଁ । ଢ଼ିଙ୍କିଶାଳରେ ଜଣେ ଦେବୀ କୁମାରୀ ମାନଙ୍କ ଦ୍ୱାରା ପୂଜା ହୁଅନ୍ତି । ତାଙ୍କର ଖୁଦୁରଙ୍କୁଣୀ । ଖୁବ ଧାନ ଖୁଟିଲା ବେଳେ ଭାଙ୍ଗି ଯିବା ଚାଉଳର ଅଂଶ ଏହାକୁ ଭାଜିଲେ ଅଗ୍ନି ଉତ୍ତାପ ବାଲିରେ ଭାଜି ହୋଇ ହୁଏ ଖୁଦ ଭଜା ଏହି ଖୁଦ ଭଜା ଏଡାର ରଙ୍କ ଏହି ଦେବୀ ମାଆ । ତାଙ୍କୁ କୁମାରୀମାନେ ପୂଜା କରନ୍ତି ଢ଼ିଙ୍କିଶାଳରେ, ଏବେ ଢ଼ିଙ୍କି ନଥିବାବେଳେ ଖେଳନା ଢ଼ିଙ୍କିରେ କନ୍ୟାମାନେ ପୂଜା କରିବା ଦେଖାଯାଉଛି ।
ଢ଼ିଙ୍କି ନାରଦଙ୍କ ବାହନ । ନାରଦେ ସର୍ବତ୍ର ଯାଇପାରନ୍ତି । ଜଳ, ସ୍ଥଳ, ଆକାଶ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ । ଏହାଙ୍କର ନାମ ଏକସ୍ଥାନର ଖବର ସମାଚାର ଅନ୍ୟତ୍ର ପ୍ରକାଶ କରିବା । ଏହା ପରୋକ୍ଷରେ ଯେ ଜଣେ ବ୍ୟବସ୍ଥାପକର କାର୍ଯ୍ୟକାରୀ ଧନ୍ଦା ବୁଝାପଡ଼େ । ନାରଦ ଗାଁ ଖବର ସାହି ଖବର ଏହି ଢ଼ିଙ୍କିଶାଳରୁ ହିଁ ସଂଗ୍ରହ କରନ୍ତି । ଢ଼ିଙ୍କି ଶାଳରେ ସଧବା ଧାନ କୁଟାରେ କମ ଦେଖାଯାଆନ୍ତି । ଗ୍ରାମର ବିଧବା ମାନେ ନିରାଶ୍ରୟା ଥିଲେ ଏହି ଧାନକୁଟା ପାଇଟି କରୁଥିଲେ । ଗାନ୍ଧିଜୀ କୁଟିଖାଅ ବାଣୀ ପ୍ରଚାର କରିବା ପରେ ସଧବାମାନେ ଢ଼ିଙ୍କି କୁଟାରେ ଘରେ ପ୍ରବେଶ କରିଥିଲେ । ତାପରେ ମାଣବସା ଗୁରୁବାର, ବିବାହର ଆରିସା ପିଠାର ଚାଉଳ କୁଟା, ହଳଦୀଚୁର୍ଣ୍ଣ ବି ପୂର୍ବେ ସଧବାଙ୍କ ଦ୍ୱାରା କୁଟାଯାଉଥିଲା । ଅତିକମରେ ୨/୩ ଜଣ ଲୋକ ଢ଼ିଙ୍କିଶାଳରେ କାର୍ଯ୍ୟରତ ଦୁଇଜଣ ଲାଞ୍ଜିପଟରେ ଢ଼ିଙ୍କି ଉଠାପକାରେ ଲାଗିବା ବେଳେ ଜଣେ ଭରାଣ୍ଡିରେ ପାହାରର ତାଳେ ତାଳେ ଶସ୍ୟ ଗୁଡ଼ିକୁ ଓଲଟ ପାଲଟ କରନ୍ତି । ଏମିତି କେଉଟ ଘରେ ଚୁଡ଼ା କୁଟାରେ ବି ଢ଼ିଙ୍କିରେ ଏଇ ବ୍ୟବସ୍ଥା ଏଠାରେ ଗାଁର ସାହିର କେତେ ଗୁପ୍ତକଥା ସବୁ ଆଲୋଚନା ନାରୀମାନେ ଆଲୋଚନାର ପ୍ରସଙ୍ଗ ହୁଏ । ଏକଥା କେଉଁଠି କହିବ ନାହିଁ ରାଣ ନିୟମ ପକାଇବା ହୁଏ ମାତ୍ର କଥା ସାଥି ସାଥି ଟେଲିକାଷ୍ଟ ପରେ ପରେ ହୋଇଥାଏ । ଏଥିରୁ ନାରଦ ଗିରି କରୁଥିବା ବ୍ୟକ୍ତିମାନେ ଖୋରାକ ପାଆନ୍ତି । ଗାଁରେ କିଏ ବ୍ୟଭି·ର କଲା, କାହାଘରେ ବୋହୂକୁ ଶାଶୂ ଚଳାଇ ଦେଉନାହିଁ ଇତ୍ୟାଦି ଇତ୍ୟାଦି କେତେ ରଙ୍ଗର କଥା । ଏମିତି ଖବର ଆଲୋଚନା ଢ଼ିଙ୍କିଶାଳରେ ହିଁ ପଡ଼େ ।
ଆମର ବିଧାନ ସଭା ଲୋକସଭା ଅଛି ରାଜ୍ୟ ସଭା ଅଛି । ବଡ଼ ବଡ଼ ସରକାରୀ କର୍ତ୍ତାଙ୍କର ଅଫିସରେ ସଭାଗୃହ ଅଛି ଏଠାରେ ବିଭିନ୍ନ ଦରକାରୀ ପ୍ରସଙ୍ଗରେ ଆଲୋଚନା ହୁଏ । ଏମିତିକି ରାଜନୈତିକ ଦଳର ପାର୍ଟି ଅଫିସରେ ସଭାଗୃହରେ ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର ପରବର୍ତ୍ତୀ କାର୍ଯ୍ୟର ଖସଡ଼ା ଆଲୋଚନା ହୁଏ । ମାତ୍ର ବାରିକ କାର୍ଯ୍ୟାଳୟ ସେଲୁନ ଚା'ଦୋକାନ ଢ଼ିଙ୍କିଶାଳ ଏଠାରେ ଏମିତି ସଭା ଗୃହରେ ବହୁ ଆଲୋଚନା ହେବା ଦେଖାଯାଏ । ଏପରି କଥାରୁ ଜନବାକ୍ୟରୁ ଭୋଟ ପରେ ପରେ କେତେକ ସମୀକ୍ଷକ ଆଗୁଆ ଭବିଷ୍ୟତ ବାଣୀ କରୁଛନ୍ତି ଏଥର କେଉଁଦଳ ଆସିବେ । କେତେ ଜଣ ଭୋଟ ପାଇ ପାରନ୍ତି ଏହା ବି ଭବିଷ୍ୟବାଣୀ କରୁଛନ୍ତି । ଏସବୁ ଖଟି ବିଚାରାଳୟ । ଏ ଯେ ପ୍ରକୃତ ବିଚାରାଳୟ ନୁହଁ ଏକଥା ଭାବିବା ଦରକାର । ଗୁଜବରେ କେହି କାନ ଦିଅନ୍ତୁ ନାହିଁ ;ଭୁଲରେ ସଂସାର ଭାସିଯାଇପାରେ!
ଅଜୟ କୁମାର ବେହେରା
ମୋ : ୯୪୩୭୦୩୧୨୫୩