ତମାଖୁକୁ ନାଁ

ଚୀନ ମାନବ ସଭ୍ୟତାର କ୍ରମାଗତ ଜୈବ ବିବର୍ତନ ସହିତ ତାଳଦେଇ ଖାଦ୍ୟ ଅଭ୍ୟାସରେ ପରିବର୍ତନ ହେବାରେ ଲାଗିଲା । ଏଥିସହିତ ଧୂମପାନ ଏକ ଶାରୀରିକ କ୍ଳାନ୍ତି – ମାନସିକ ଅବସାଦ- ନିବାରକ ତଥା କ୍ଷଣିକ ଆମୋଦଦାୟକ ଔଷଧୀୟ ଦ୍ରବ୍ୟ ଭାବେ ମାନ୍ୟତା ପାଇଲା । ତମାଖୁ ଧୂମପାନ ପ୍ରାୟ ୧୭୦୦ ଖ୍ରୀଷ୍ଟାବ୍ଦରେ ଭାରତରେ ବ୍ରିଟିଶ୍ ତଥା ଅନ୍ୟ ବିଦେଶୀ ଶାସକଙ୍କ ଦ୍ୱାରା ପ୍ରଚଳନ କରାଯାଇଥିଲା ଯାହାକି ପରେ ପରେ ଭାରତୀୟ ଜନସାଧାରଣଙ୍କ ଦ୍ୱାରା ବହୁଳଭାବେ ଆଦୃତ ହେଲା । ଧିରେ ଧିରେ ତମାଖୁକୁ ଭିନ୍ନ ଭିନ୍ନ ଭାବରେ ସେବନ କରାଗଲା, ଯଥା- ଧୂମପାନ (ସିଗାରେଟ୍, ବିଡି, ହୁକ୍କା ଇତ୍ୟାଦି), ଚୋବାଇବା (ଗୁଟଖା , ଜର୍ଦ୍ଦା, ଖଇନି, ଗୁଣ୍ଡି, ଗୁଡାଖୁ ଇତ୍ୟାଦି) । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁ୍ୟଏଚ୍ଓ)ର ଏକ ଆକଳନ ଅନୁସାରେ ବର୍ତ୍ତମାନ ଭାରତରେ ପ୍ରାୟ ବାର କୋଟି ଜନସାଧାରଣ ତମ୍ବାଖୁ ଧୂମପାନ କରିଥାନ୍ତି । କ୍ରମାଗତ ତମାଖୁ ସେବନ ତଥା ଧୂମପାନ ଦ୍ୱାରା ସାଂଘାତିକ ସ୍ୱାସ୍ଥ୍ୟାହାନି, ଏପରିକି ମୃତୁ୍ୟ ମଧ୍ୟ ହୋଇପାରେ । କ୍ରମାଗତ ତମାଖୁ ଓ ଧୂମପାନ ଦ୍ୱାରା ଶରୀରର ମୁଖ୍ୟ ଅଙ୍ଗ ଯଥା – ହୃଦୟ, ଯକୃତ, ଫୁସ୍ଫୁସ୍, ଅଗ୍ନାଶୟ, ବୃକକ୍ , ଶିରା- ଧମନୀ ଇତ୍ୟାଦି ବିଶେଷ ଭାବେ ଶିରାଧମନୀରେ ଇତ୍ୟାଦି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥାଏ । ତନ୍ମଧ୍ୟରୁ ହୃଦଘାତ (ହାର୍ଟଆଟାକ୍) ଜନିତ ମୃତୁ୍ୟ, ଉଚ୍ଚ ରକ୍ତଚାପ, ଶିରା - ଧମନୀରେ ରକ୍ତ ସଂଚାଳନରେ ବାଧାସୃଷ୍ଟି, କ୍ରମାଗତ କାଶ, କଫ ଓ ନିଃଶ୍ୱାସ ନେବାରେ ଅସୁବିଧା ଇତ୍ୟାଦି ଅଧ୍ଚଳ ମାତ୍ରାରେ ହୋଇଥାଏ । ଧୂମପାନ ଦ୍ୱାରା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ କର୍କଟ ରୋଗ (ଯଥା - ଫୁସ୍ଫୁସ୍, ମୁଖ ଗହ୍ୱର, ସ୍ୱର ଯନ୍ତ୍ର, ଖାଦ୍ୟନଳୀ, ପାକସ୍ଥଳୀ, ଅଗ୍ନାଶୟ, ବୃକକ୍) ହୋଇଥାଏ । ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି “ପରୋକ୍ଷ ଧୂମପାନ” । ଧୂମପାନ କରୁଥିବା ବ୍ୟକ୍ତିର ଆଖପାଖରେ ରହୁଥିବା ବ୍ୟକ୍ତିର ଅଜଣାତରେ ଶ୍ୱାସ ପ୍ରଶ୍ୱାସରେ ତମାଖୁ ଧୂଆଁ ଶରୀର ଭିତରକୁ ଯିବା ବୁଝାଇଥାଏ । ଏକ ଗବେଷଣାରୁ ଜଣାଯାଏ ଯେ କେବଳ ପରୋକ୍ଷ ଧୂମପାନ ଦ୍ୱାରା ସମଗ୍ର ପୃଥିବୀରେ ବର୍ଷକୁ ପ୍ରାୟ ଛଅ ଲକ୍ଷ ଲୋକଙ୍କର ଜୀବନ ଯାଇଥାଏ । ତେବେ ଖୁସିର କଥା ଯେ, ଯଦି ଜଣେ ତମାଖୁ ବର୍ଜନ କରେ ତେବେ ସମୟ କ୍ରମେ କର୍କଟ ରୋଗ ତଥା ଅନ୍ୟାନ୍ୟ ରୋଗର ସମ୍ଭାବନା ଧିରେ ଧିରେ ହ୍ରାସ ପାଇଥାଏ । ତେଣୁ କରି ତମାଖୁ ବର୍ଜନ ସର୍ବଦା ଗ୍ରହଣୀୟ ଏବଂ ଏହାକୁ ଉସôାହିତ କରାଯିବା ଆବଶ୍ୟକ । ସର୍ବପ୍ରଥମେ ୧୯୭୫ ମସିହାରେ ପ୍ରଣୀତ ଏକ ଆଇନ ଦ୍ୱାରା ସିଗାରେଟ୍, ବିଡି ପ୍ୟାକେଟ୍ ଉପରେ ବୈଧାନିକ ସର୍ତକତା ଉଲ୍ଲେଖ କରାଯିବା ବାଧ୍ୟତାମୂଳକ ହେଲା । ୨୦୦୪ ମସିହାରେ ଅନ୍ୟ ଏକ ସରକାରୀ ଆଇନ୍ ଦ୍ୱାରା ସମଗ୍ର ତମାଖୁ ଜାତୀୟ ଦ୍ରବ୍ୟ (ଯଥା–ବିିଡି, ସିଗାରେଟ୍, ଗୁଟୁଖା, ଖଇନି ଇତ୍ୟାଦି) ଉପରେ ବୈଧାନିକ ସର୍ତକତା ବାଧ୍ୟତାମୂଳକ ହେଲା ଏବଂ ଶିକ୍ଷାନୁଷ୍ଠାନ ନିକଟରେ ଏସବୁର ବିକ୍ରି ନିଷିଦ୍ଧ କରାଗଲା । ତମାଖୁ ସେବନର ଦୃଶ୍ୟ ଉପରେ ୨୦୦୫ ମସିହା ଠାରୁ କଟକଣା ଲଗାଯାଇଛି । ତେଣୁ ତମାଖୁ ସେବନର ଭୟାବହତାକୁ ହୃଦୟଙ୍ଗମ କରି ତମାଖୁ ବର୍ଜନ କରିବା ସହିତ ଏକ ନୂତନ ନିରୋଗ ତଥା ସୁଖଦ ଜୀବନଯାପନ କରିବା ଉଚିତ୍ ।
ଡାକ୍ତର ଚିତ୍ତରଞ୍ଜନ ଖାଡଙ୍ଗା