ପ୍ରାଚୀନ ଗ୍ରାମ୍ୟ ଜୀବନର ପ୍ରଭାତ

ଅଜୟ କୁମାର ବେହେରା : ଘର ପାଖ କମାରଶାଳରେ ଲେହି ଉପରେ ଗରମ ଲାଲ ଲୁହାକୁ ହାତୁଡ଼ି ପିଟଣାରେ ପିଟିବା ଶବ୍ଦ, ଯଦି କଂସାରୀ ଘର ପାଖରେ ରହୁଥିବା ତେବେ କଂସାବାସନ ତିଆରି ବେଳେ ହାତୁଡ଼ି ପିଟା ଶବ୍ଦ ଖଣ୍ଡେ ଦୂର ବ୍ୟାପୁଥିବ । କୈବର୍ତ୍ତ୍ୟ ଘରେ ଚୁଡ଼ାକୁଟା ଢ଼ିଙ୍କିର ଶବ୍ଦ କାର୍ଯ୍ୟମୁଖର ହୋଇ ଶୁଭୁଥିଲା । ଗ୍ରାମ ତେଲିମହାଜନ ଘରେ ଥିବା କାଠଘଣା ସକାଳୁ ସକାଳୁ କର୍ମମୁଖର ହୋଇ ତେଲ ପେଡ଼ିବା କାର୍ଯ୍ୟରେ ଲାଗିଯାନ୍ତି ଏଥିରେ ଲଗାଯିବା ବଳଦ ଘଣାକୁ ଚକ୍ର ଆକାରରେ ବୁଲାଇବା ବେଳେ କାଠ ଘର୍ଷଣରୁ ଏକ ଶବ୍ଦ ବହୁ ଦୂରକୁ ଶୁଭିଲା ପରି ବାହାରେ । କାଠ ମିସ୍ତ୍ରୀ ବଢ଼େଇଙ୍କ ଘରେ କାଠ କାଟିବା ଓ କାଠକୁ ଠୋକାର ଦେବା ବେଳେ ଏପରି ଠକ ଠକ ଶବ୍ଦ କରତ କାଠରେ ଚାଲିବା ଶବ୍ଦ କିଛି ଦୂର ଯାଏ ଶୁଭେ । ମୁସଲମାନ ବସ୍ତିରେ ଥିବା ମସଜିଦରେ ଖୁବ ଉଚ୍ଚରେ ରହି ଜଣେ ବସ୍ତି ବାସିନ୍ଦାଙ୍କୁ ଜଣାଇବା ଭଳି ଆହ୍ଲାଙ୍କ ଉଦେ୍ଦଶ୍ୟରେ ରାତି ପାହିଯାଉଛି ବୋଲି ଜାଗରଣ କରୁଥିବେ । ଅନେକ ଦେବ ମନ୍ଦିରରେ ଦିଅଁଙ୍କ ଉଦେ୍ଦଶ୍ୟରେ ସକାଳ ଆରତି ବେଳେ ଶଙ୍ଖ, କାହାଳୀ, ଘଣ୍ଟ ବାଜୁଥିବ । ପୂର୍ବେ ଚାହାଳିଆ ଚାଟ ମାଷ୍ଟ୍ର ଆପଣଙ୍କର ବେତର ଶୂନରୁ ବଢ଼ି ୧-୨-୩ କ୍ରମରେ ଆସି ଗୁରୁଜୀଙ୍କ ସାନ୍ନିଧ୍ୟରେ ରୋଲକଲ ଚିହ୍ନଟ ପାଇ ସଅଳ ସଅଳ ଚାଟଶାଳୀରେ ପହଞ୍ଚôବା ପାଇଁ ଧାଉଡି କରିବା ଆରମ୍ଭ କରୁଥିଲେ । ହରିଜନ ସାହିରେ ଗଞ୍ଜାକୁ କୁକୁଡ଼ା ଅଟେଇରେ ଥିଲେ ବି କୁକୁଡାଟି ବୋବେଇ ଉଚ୍ଛନ୍ନ କରୁଥିଲା । ପରେ ପରେ ସମସ୍ତେ ନିତ୍ୟକର୍ମରେ ଲାଗି ଯାଉଥିଲେ । ଚାଷୀ ଘରେ ସବୁ ଦିନେ ବିଲକାମ ନଥିଲେ ବି ଗାଈ ବଳଦ ସେବା ନିତ୍ୟକର୍ମ ପୁଣି ବାଡ଼ିରେ, ଢ଼ିଅ ଜମିରେ ଲଗାଇଥିବା ପନିପରିବା ଫସଲରେ ପାଣି ମଡ଼ାଇବା ପାଇଁ ପୋଖରୀରୁ ଯନ୍ତ, ତେଣ୍ଡା ଆଦି ପାଣି ଉଠାଇବା କାର୍ଯ୍ୟ ପାଇଁ ବାହାରି ଯାଆନ୍ତି । ଚାଷ ବେଳେ ଧାନ କ୍ଷେତ କର୍ମରେ କାର୍ଯ୍ୟ ପାଇଁ ବାହାରି ଯାଆନ୍ତି । ଚାଷ ବେଳେ ଧାନ କ୍ଷେତ କର୍ମରେ ବୁଣା, ରୁଆ, ବଛାବଛି ପାଣି ଦେଖିବା, ପୋକ ଦେଖିବା ଫସଲ ଖେତକୁ ପଶୁ ପକ୍ଷୀ ଚୋର ଆଗରୁ ରକ୍ଷା କରିବାରେ ଲାଗି ରହିବା ଧାନ ପାଚିଲେ କାଟିବା, ବୋହି ଆଣିବା ବେଙ୍ଗଳା ପକାଇବା, ଉଡାଇ ଧାନ ପରିଷ୍କାର କରିବା, ଖରା ଦେବା, ଖଣି ପକାଇବା ବା ଅମାରରେ ରଖିବା, ବିହନ ରଖିବା ପରି କର୍ମରେ ସର୍ବଦା ଲାଗି ରହିବା ଦେଖାଯାଉଥିଲା । ସମସ୍ତଙ୍କ ସହଯୋଗରେ ଗ୍ରାମର ଲୋକେ ଜୀବିକା ଚଳାଇବା ସହିତ ନିରାପଦରେ ପରସ୍ପରକୁ ସହାୟକ ହେଉଥିଲେ । ଭାଇଚାରାରେ ଗ୍ରାମ ଚାଲୁଥିଲା । ଗ୍ରାମରେ ଧନୀ ଦରିଦ୍ର ରହିଲେ ବି ଦରିଦ୍ରମାନେ ଧନୀ ମାନଙ୍କର ଜମି ଜମା ବୃତ୍ତିରେ ସହାୟକ ହୋଇ ଗୁଜୁରାଣ ମେଣ୍ଟାଉ ଥିଲେ । ଡରଭୟ ନଥିଲା । ତେବେ ମୁରବୀ ଡର ଗୋସେଇ ଗ୍ରାମରେ ଓ ଘରେ ରହିଥିଲେ । ବଡ଼ ବଡ଼ ସମସ୍ୟା ଗ୍ରାମର ସ୍ୱ ସ୍ୱ ପାଟକଙ୍କ ମଧ୍ୟରେ ବା କିଛି ଗୁରୁତର ଛତିଶ ନ୍ୟାୟରେ ସମାଧାନ ହେଉଥିଲା । ବିବାହାଦି ସଂସ୍କାର କାର୍ଯ୍ୟରେ ଗ୍ରାମ୍ୟ ଜନ କାର୍ଯ୍ୟଗ୍ରାହୀକୁ ସହଯୋଗ ପୂର୍ଣ୍ଣ ପ୍ରାଣରେ କରୁଥିଲେ । ଦରିଦ୍ର ଘରେ ଯଦି କେହି କନ୍ୟା ବିବାହ କରୁଥିଲା ତାକୁ ଅର୍ଥରେ ଦ୍ରବ୍ୟରେ ସାହି ପଡ଼ୋଶୀ ଜାତିଭାଇ ସହାୟକ ହେଉଥିଲେ । ବିଭିନ୍ନ ପାଟକଙ୍କୁ ଧୋବା, ବାରିକ, କୁମ୍ଭାର, ସେବା ଦେଉଥିଲେ ଏକ ମୃତାହତ ବିବାହ ଆଦି ଧୋବା ବାରିକ ନ ହେଲେ କାର୍ଯ୍ୟ ଅନେକ ପ୍ରତିବନ୍ଧକ । କୁଲା ବାଉଁଶିଆ, ବିବାହ କର୍ମକୁ ଦରକାର । ଏ ପାଇଁ ପାଖ ଡମ ଘରୁ ଏସବୁ ଅଣାଯାଉଥିଲା । ଘର ତିଆରିରେ ମାଟି ବୋଳିବା କାର୍ଯ୍ୟ ପାଇଁ ଟୋକେଇ ଗାଣ୍ଡୁଆ, ଝୁଡ଼ି ଦରକାର ଏହା ବି ସେଇ ପାଣ ବା ଡମଘରୁ ଅଣାଯାଉଥିଲା । ପ୍ରତିଘରେ ଶସ୍ୟ ମାପିବା ପାହିଲି ଗୌଣୀ ଏଇ ପାଣ ବା ଡମ ମାନେ ଯୋଗାଉଥିଲେ । ବିବାହ ବ୍ରତ ଆଦି ବାଦ୍ୟ ଆବଶ୍ୟକ ଢ଼ୋଲ ନାଗରା ମହୁରୀ ଆଦି ବଜାଇବାକୁ ଏପରି ପାଟକ ମାନଙ୍କୁ ବିବାହ କାର୍ଯ୍ୟରେ ଜଡ଼ିତ କରାଯାଏ ଏପରିକି ବରପଟୁଆରେ ଏଇ ମାନେ ହିଁ ଆଗେଇ ବାଦ୍ୟ ବଜାଇ ଚାଲନ୍ତି । ଏ ପାଟକ ସ୍ୱର୍ଗରେ ବି ଅଛନ୍ତି, ଦୁନ୍ଦୁଭି ନାଦକାରୀ ଏ ମାନଙ୍କର ପାଟକରେ ଆସନ୍ତି । ଏମାନେ ଘୋର ଅବହେଳିତ ଓ ସଦାବୃତ୍ତିରୁ ବିମୁଖ । ମଦ ବେପାରରେ ଭଲ ଲାଭ ବୋଲି ଯେକେହି ଜାତି ଏହାକୁ ବୃତ୍ତିରେ ଧରିନେଲେଣି । ମଦ୍ୟପ ମାନେ କୌଣସି ପିତୃକାର୍ଯ୍ୟ, ଦେବକାର୍ଯ୍ୟରେ ଘୋର ବାରଣ ଏପାଇଁ ଏମାନେ ପ୍ରାୟଶ୍ଚିତ କରିବାକୁ ପଡ଼େ ଏବେ ଏହା ଗୌଣ ବା ନାଁ କୁ ମାତ୍ର ପ୍ରାୟଶ୍ଚିତ । ଗ୍ରାମ୍ୟ ଜୀବନ ତୁଚ୍ଛନଛ, ଲୁଣମରା ଆନେ୍ଦାଳନରୁ ଭାରତ ସ୍ୱାଧୀନ ହୋଇଥିଲା । କେହି ଲୋକ ବର୍ତ୍ତମାନ ସେହି ଗ୍ରାମ୍ୟ ଦେଶୀ ଲୁଣ ଖାଉନାହାଁନ୍ତି । ଗ୍ରାମର ବହୁ ବୃତ୍ତି ଏବେ ଲୁପ୍ତ ।
ମୋ : ୯୪୩୭୦୩୧୨୫୩