ଜାତୀୟତାର ମହାନ କବି ବୀରକିଶୋର (୨)
ଜାତୀୟତାବାଦୀ ତରୁଣମାନଙ୍କ ଦ୍ୱାରା ସେତେବେଳେ କଟକର ବାଖରାବାଦରେ ଭାରତୀ ମନ୍ଦିର ପାଠାଗାର ପ୍ରତିଷ୍ଠା ହୋଇ ସାରିଥାଏ । ସେଠି ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନେ୍ଦାଳନ ସଂପର୍କରେ ଆଲୋଚନା ହେଉଥିଲା । ଦେଶପ୍ରେମୀ ଇଚ୍ଛୁକ ଯୁବକମାନେ ସେଠି ଆଲୋଚନାରେ ଅଂଶ ଗ୍ରହଣ କରୁଥିଲେ । ସେମାନଙ୍କର ଜାତୀୟ କ୍ରମେ ବ୍ୟାପକ ହୋଇ ଉଠୁଥିଲା । ସେହି ସମୟରେ ବୀରକିଶୋର ସେମାନଙ୍କ ସହ ମିଳିତ ହୋଇଥିଲେ । ପରାଧୀନ ଭାରତର ଦୁଃସ୍ଥିତି ତଥା ୧୯୨୧ ମସିହାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନେ୍ଦାଳନର ଡାକରାରେ ବୀର କିଶୋରଙ୍କ ପ୍ରାଣରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା । ଏତଦ୍ବ୍ୟତୀତ ସେ ସ୍ୱାଧୀନଚେତା ହୋଇଥିବାରୁ ଉଚ୍ଚତର ଶିକ୍ଷା ଓ ସରକାରୀ ଚାକିରିର ମୋହକୁ ତୁଚ୍ଛ ମନେ କରି ଅସହଯୋଗ ଆନେ୍ଦାଳନରେ ଯୋଗ ଦେଇଥିଲେ । ପ୍ରବଳ ପରାକ୍ରମୀ ବ୍ରିଟିଶ ସରକାର ବିରୋଧରେ ସେ ଲେଖିଥିବା କବିତା ହଜାର ହଜାର ଜନତା, ଛାତ୍ର ଓ ଯୁବକଙ୍କ ପ୍ରାଣକୁ ଚହଲାଇ ଦେଇଥିଲେ । ସେମାନେ ଶିକ୍ଷାନୁଷ୍ଠାନ, ଦପ୍ତର, ତହସିଲ ଛାଡି ଅସହଯୋଗ ଆନେ୍ଦାଳନରେ ଝାସ ଦେଇଥିଲେ । ସମସ୍ତ ଆବାଳ ବୃଦ୍ଧ ବନିତା ସଂଗ୍ରାମୀଙ୍କ ମନରେ ଜାଗି ଉଠିଥିଲା ସ୍ୱାଧୀନତାର ଉନ୍ମାଦନା । ତେଣୁ ତାଙ୍କ ଲେଖନୀ ନିସୃତି ହୋଇଥିଲା-
“ମୁଁ ଚାହେଁନା ହେବାକୁ ଦରବାରୀ
ମୋ’ହାତକୁ ଦିଅ ହେ ତରବାରୀ (ପଦ)
କି ହେବ ଏ ଶିକ୍ଷା କି ହେବ ଏ ଦୀକ୍ଷା
କରିନପାରିଲେ ସ୍ୱାଧୀନତା ରକ୍ଷା
ପର ଅଧୀନତା ପଦେ ନୋଇଁ ମଥା
(ଯେବେ) ଜୀବନ ରଖିଲେ ଭିକ୍ଷା କରି ।
‘ମୋ’ ହାତକୁ ଦିଅ ହେ ତରବାରୀ
(ବୀର ଗୀତିକା)
ଏହା ପରଠୁ ଆରମ୍ଭ ହୋଇଥିଲା ତାଙ୍କର ବିପ୍ଲବୀ ଜୀବନ ଯାହାକି ପ୍ରାଞ୍ଜଳ ଭାବରେ ରୂପାୟିତ ହୋଇଛି ତାଙ୍କ ରଚିତ କାବ୍ୟ କବିତାରେ । ତାଙ୍କ କବି ପ୍ରତିଭା ଥିଲା ସ୍ୱତଃସ୍ପୁର୍ତ୍ତ । ଜାତୀୟତା ବୋଧରେ ଉଦ୍ବୁଦ୍ଧ ହୋଇ ସେ ବିପ୍ଲବର କବିତା ହିଁ ଲେଖିଥିଲେ । ଏ ଦିଗରେ ତାଙ୍କର ସ୍ପଷ୍ଟ ମନୋଭାବ ହେଲା-
“କବି ବାଜେ କବିତା ବନ୍ଦ କର,
କମାଣ ପରାଏ କଲମ ଧରା
ଥରେ ବଜା ନବ ସମରଭେରୀ,
ତରୁଣ ଯେତେ ସେଇ ସଙ୍କେତ
ଆସନ୍ତୁ ତୋତେ ହର୍ଷେ ଘେରି ।
(ବିଦ୍ରୋହୀ ବୀଣା)
ପଞ୍ଜାବରେ ଜାଲିୱାନାବାଗ ହତ୍ୟାକାଣ୍ଡର ଲୋମ ହର୍ଷଣ ଘଟଣା ଓ ଗାନ୍ଧିଜୀଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ଜାତୀୟ ଜାଗରଣର ସୂତ୍ରପାତ ହୋଇଥିବା ଅସହଯୋଗ ଆନେ୍ଦାଳନ ଉପରେ ୧୯୨୨ ମସିହାରେ ଚାକିରିରେ ଥାଇ ସେ ମୋହନ ବଂଶୀ ନାମକ ଏକ ଦେଶାତ୍ମବୋଧ କବିତା ପୁସ୍ତକ ସାନଭାଇ ବାନାମ୍ବରଙ୍କ ଛଦ୍ମ ନାମରେ ଲେଖି ପ୍ରକାଶ କରିଥିଲେ । ଏହି ପୁସ୍ତକଟିକୁ ସେ ଉକ୍ରଳ ଗୋ÷ରବ ମଧୁସୂଦନଙ୍କୁ ଉତ୍ସର୍ଗ କରିଥିଲେ । ଦେଶପ୍ରୀତିରେ ଅମ୍ଳାନ ସ୍ୱାକ୍ଷର ବହନ କରିଥିବା ଏହି ବହିକୁ ବ୍ରିଟିଶ ସରକାର ବେଆଇନ ଘୋଷଣା କରି କଟକଣା ଜାରି କରିଥିଲେ ଯେ ଏହାର ପ୍ରଚାର ଆଉ ହୋଇପାରିବ ନାହିଁ । ଜାତୀୟ ଆନେ୍ଦାଳନର ବିଭିନ୍ନ ଅବସ୍ଥା ଓ ପରିବେଶକୁ ନେଇ ସେ ସଙ୍ଗୀତ ରଚନା କରିଥିଲେ । ଅସହଯୋଗ ଆନେ୍ଦାଳନ ବେଳେ ଦେଶର ଯୁବଶକ୍ତି ଛାତ୍ରମାନଙ୍କୁ ସ୍କୁଲ କଲେଜ ଛାଡି ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏ ପରିପ୍ରେକ୍ଷୀରେ ସେ ଯେଉଁ ଗୀତ ରଚନା କରିଥିଲେ ତାହା ହେଉଛି-
“ଭାଇ ହେ, ରଣ ସମୟରେ ବହିଧରିବାକୁ
ମୋତେ ଆଉ ତୁମେ କହନା
ଛାତିର ରକତ ତାତି ଉଠେ ମୋର
ବାଜିବାରୁ ଯୁଦ୍ଧ ବାଜଣା”
(ରଣ ସମୟରେ ରଣଦୁନ୍ଦୁଭି)
୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ବେଳେ ଓଡ଼ିଶାରେ ମଧ୍ୟ ଆଇନ ଅମାନ୍ୟ ଆନେ୍ଦାଳନ ଓ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ବାଲେଶ୍ୱରର ଇଞ୍ଚୁଡି ଓ କଟକର କୁଜଙ୍ଗ ମୁଖ୍ୟ ରଣକ୍ଷେତ୍ର ଥିଲା । ଏ ଉପଲକ୍ଷେ ସେ ରଚନା କରିଥିଲେ- ‘ଆସରେ ଆଜି ଆସ ଦରିଆ ଦଖଲ କରି ଯିବ କିଏ ଆସ ଗୀତ ଗାଇ ଗାଇ ବହୁ ନରନାରୀ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ଓ ପୁଲିସର ଅତ୍ୟାଚାର ସହ୍ୟ କରିଥିଲେ ।
ମହାତ୍ମା ଗାନ୍ଧି ଯେତେବେଳେ ଗୋଲ ଟେବୁଲରୁ ଫେରିଲେ ସେତେବେଳେ କଟକ ଟାଉନ ହଲ ପଡିଆରେ ଗୋଟିଏ ବଡ ସଭା ହୋଇଥିଲା । ତହିଁରେ ବିଶିଷ୍ଟ ସଂଗ୍ରାମୀ ମାତଳୀ ଚୋ÷ଧୁରୀ ସଭାପତିତ୍ୱ କରିଥିଲେ । ସେ ସଭା ଲାଗି ସେ ଗୀତ ଲେଖିଥିଲେ ।
“ଅରି ଫେରିନାହିଁ ଯୁଦ୍ଧ ସରିନାହିଁ
ଆସ ମୋ ଶିବିରେ ଆସ ଭାଇ
ହିମାଚଳ ଶିରୁ ଶବଦଶୁଭଇ
ଡେରି ନାହିଁ ଆଉ ଡର ନାହିଁ ।”
(ଅରି ଫେରିନାହିଁ, ବିଦ୍ରୋହୀ ବୀଣା)
ଦେଶକୁ ସ୍ୱାବଲମ୍ବୀ କରିବା ପାଇଁ ଗାନ୍ଧିଜୀ ବିଦେଶୀ ଜିନିଷ ବର୍ଜନ କରିବା ସମେତ କୁଟିଖାଅ, କାଟିପିନ୍ଧ ଆହ୍ୱାନ ଦେଇଥିଲେ । ସେଥିପାଇଁ ଘରେ ଘରେ ଅରଟ ଚଳାଇବାର ନିଦେ୍ର୍ଦଶ ଦେଇଥିଲେ । ଦେଶପ୍ରେମୀମାନେ ବିଲାତି ବସ୍ତ୍ରକୁ ନିଆଁରେ ପୋଡି ଖଦି ପିନ୍ଧିବାକୁ ଭଲ ପସନ୍ଦ କରୁଥିଲେ । ବୀର କିଶୋରଙ୍କର ଦେଶାତ୍ମବୋଧ ସଙ୍ଗୀତ ଏ ଦିଗରେ ସେମାନଙ୍କୁ ବହୁ ଉତ୍ସାହିତ କରିଥିଲା । ତେଣୁ ତାଙ୍କ ଲେଖନୀ ନିଃସୃତି ପଂକ୍ତି ହେଉଛି-
“ଦିନ ରାତି ମୋର ସେହି ଚିନ୍ତା
ଏ ସରକାର ଶବ ଦାହ ହେବ କେବେ
ଦେଖିବି ମୁଁ ତାର
ଶେଷ ଚିତା
ବନ୍ଧୁ ସେହି ଚିନ୍ତା ।
(ଦିନ ରାତି ମୋର ରଣ ଦୁନ୍ଦୁଭି)
ଅସହଯୋଗ ଆନେ୍ଦାଳନ କାଳରେ ଯେଉଁ ଛୋଟ ଛୋଟ ପିଲାମାନେ ସତ୍ୟାଗ୍ରହୀ ହେଉଥିଲେ ତାଙ୍କୁ ବାନରସେନା କୁହାଯାଉଥିଲା ମଦ, ଗଞ୍ଜେଇ, ଅଫିମ, ଭାଙ୍ଗ, ବିଦେଶୀ ଲୁଗା ଦୋକାନ ସାମ୍ନାରେ ସେମାନେ ମୁଖ୍ୟତଃ ପିକେଟିଂ କରୁଥିଲେ । ବ୍ରିଟିଶ ସରକାର ସେମାନଙ୍କୁ ଭୟଭୀତ କରିବା ପାଇଁ ବେତ ମାଡର ବ୍ୟବସ୍ଥା କରିଥିଲେ । କିନ୍ତୁ ଦୃଢ ମନା ହେତୁ ଏଥିରେ ସେମାନେ ଦବି ନଯାଇ ବେତ ପ୍ରହାର ବେଳେ ଗୀତ ସବୁ ଗାଉଥିଲେ । ସେଥିପାଇଁ ବୀର କିଶୋର ଲେଖିଥିଲେ ।
“ଭାଇରେ ମାର କେତେ ବେତ ମାରିବ
ଜୀବନକୁ ଆମେ ପାଣି ଛଡାଇଛୁ
ତୁମେ କି ଆମକୁ ପାରିବ ।”
ଇଂରେଜ ସରକାର ଭାରତରେ ବିଭିନ୍ନ ଧର୍ମକୁ ନେଇ ସାଂପ୍ରଦାୟିକ ଭେଦଭାବ ସୃଷ୍ଟି କରି ଓ ସମାଜରେ ଦରିଦ୍ରମାନଙ୍କର ଦୁସ୍ଥିତିର ସୁଯୋଗ ନେଇ ତାଙ୍କର ସାମ୍ରାଜ୍ୟକୁ ଚିରସ୍ଥାୟୀ କରିବାର ମନ୍ତ୍ରଣା କରୁଥିଲେ । ସେହି ସମୟରେ ସବର୍ଣ୍ଣ ହରିଜନ ଭେଦଭାବ ପ୍ରଘଟ ହୋଇଥିଲା । ଏ ପରିପ୍ରେକ୍ଷୀରେ କବି ଜଗନ୍ନାଥଙ୍କ ହରିଜନମାନଙ୍କ ଦ୍ୱାରା କୈଫିୟତ ମାରିବା ଗୀତଟି ଅତ୍ୟନ୍ତ ହୃଦ୍ୟ ମନେ ହୁଏ ।
“ଚାଲ ଦିନେ ଭାଇ ବିଚାରି ଉଚାରି
ସଫା ପଚାରି ତାହାକୁ ଆସିବା (ପଦ)
ଜଗନ୍ନାଥ ନାମ ମହକେ ଜଗତେ
ଜଗତର ନାଥ ବୋଲନ୍ତି ସମସ୍ତେ
ଆମ, ଘର କି ଏ ଜଗତୁ ବାହାର
ଆମେ ଅନାଥ କାହିଁକି ରହିବା (୧)
ଆମକୁ ଛୁଇଁଲେ ହୁଅନ୍ତି ସେ ରୁଆଁ
ବାସନ୍ଦ ଆମକୁ ଜାଗା ପାଣି ନିଆଁ
ନିଜେ ପରାଧୀନ ରଖିଛନ୍ତି ଆମକୁ
କବି ଦୋହରି ଫାଶରେ ବାନ୍ଧିବା । (୪) (ଅଚ୍ଛବ ଯାତ୍ରା) (କ୍ରମଶଃ)
ଏମ୍.ଆଇ.ଜି.ୱାନ ୪୨ ।୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର, ମୋ-୯୧୭୮୯୦୮୭୬୨