ଦେଶବିରୋଧୀ ଶକ୍ତିଙ୍କ ପୁନର୍ଜାଗରଣ 


 ଡ. ସମନ୍ୱୟ ନନ୍ଦ : କିଛି ଦିନ ତଳେ ଗୋଟିଏ ପ୍ରମୁଖ ସମ୍ବାଦପତ୍ରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନ ପ୍ରିଣ୍ଟର ସମ୍ପାଦକ ଶେଖର ଗୁପ୍ତା ୟୁଟ୍ୟୁବରେ ପାକିସ୍ତାନକୁ ନେଇ ଏକ ବିଶ୍ଳେଷଣ କରିଥିଲେ ଯାହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି  । ଏହି ବିଶ୍ଳେଷଣ ସେ ପାକିସ୍ତାନର ବଲୋଚିସ୍ତାନରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମକୁ ନେଇ କରିଥିଲେ  । ହେଲେ ସେଥିରେ ସେ ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମକୁ ନାପସନ୍ଦ କରିଥିଲେ ଓ କହିଥିଲେ ଯେ ଏକ ସ୍ଥିର ପାକିସ୍ତାନ ଭାରତ ପାଇଁ ଭଲ  । ଅର୍ଥାତ ପାକିସ୍ତାନ ଯଦି ଶାନ୍ତ ରୁହେ ଓ ପାକିସ୍ତାନର କୌଣସି ରାଜ୍ୟରେ କୌଣସି ଆନେ୍ଦାଳନ ନ ହୁଏ ତେବେ ଭାରତ ପାଇଁ ତାହା ଶୁଭଙ୍କର ବୋଲି ସେ ବିଶ୍ଲେଷଣ କରିଥିଲେ  । “ଏକ ସ୍ଥିର ପାକିସ୍ତାନ ଭାରତର ସ୍ୱାର୍ଥ ଦୃଷ୍ଟିରୁ ହିତକର  ।” ଏହା ହେଉଛି ଏକ ମିଥ୍ୟା ନ୍ୟାରେଟିଭ ଯାହାକୁ ଭାରତରେ ରହୁଥିବା ପାକିସ୍ତାନୀ ସମର୍ଥକ ବୁଦ୍ଧିଜୀବୀ ମାନେ ୧୯୪୭ ମସିହା ପର ଠାରୁ ଚଳାଇ ଆସୁଛନ୍ତି  । ଏହି ଲେଖାରେ ଏହି ନ୍ୟାରେଟିଭର ସତ୍ୟତା କେତେ ସେ ବିଷୟରେ ଆଲୋଚନା କରିବା  । 
ଭାରତରେ ଥିବା ପାକିସ୍ତାନୀ ସମର୍ଥକ ବାମୀ ବୁଦ୍ଧିଜୀବୀ ମାନଙ୍କୁ ‘ଅମନ କି ଆଶା ଗ୍ୟାଙ୍ଗ’ ବୋଲି କୁହା ଯାଇଥାଏ  । ପ୍ରଥମେ ‘ଅମନ କି ଆଶା ଗ୍ୟାଙ୍ଗ’ ସମ୍ପର୍କରେ ଆଲୋଚନା କରିବା  । ଭାରତରେ ଏକ ‘ଅମନ କି ଆଶା ଗ୍ୟାଙ୍ଗ’ ରହି ଆସିଛି  । ଦିନ ଥିଲା ଏହି ଗ୍ୟାଙ୍ଗର ସଦସ୍ୟ ମାନେ ଖୁବ ପ୍ରଭାବଶାଳୀ ଥିଲେ । ସମ୍ପର୍ଣ୍ଣ ସିଷ୍ଟମ ତାଙ୍କ ହାତରେ ଥିଲା  । ସେମାନଙ୍କର ପ୍ରଭାବ ଶୂନ ହୋଇଯାଇଛି ବୋଲି କହିବା ଭୁଲ ହେବ । ସେମାନଙ୍କର ପ୍ରଭାବ ରହିଛି ହେଲେ କିଛି ମାତ୍ରାରେ ପ୍ରଭାବ କମ ନିଶ୍ଚିତ ଭାବେ ହୋଇଛି  । ‘ଅମନ କି ଆଶା ଗ୍ୟାଙ୍ଗ’ର ସଦସ୍ୟ ମାନଙ୍କୁ କିପରି ଚିହ୍ନା ଯିବ ? ଭାରତକୁ ନିପାତ କରିବାକୁ ଚାହୁଁଥିବା ଓ ଭାରତକୁ ଗଜୱା-ଏ – ହିନ୍ଦରେ ପରିଣତ କରିବାକୁ ସ୍ୱପ୍ନ ଦେଖୁଥିବା ଦେଶର ଶତ୍ରୁ ପାକିସ୍ତାନ ସହ ଭଲ ସମ୍ପର୍କ ହେବା ଉଚିତ ବୋଲି ଯେଉଁ ମାନେ ବାରମ୍ବାର କହିଥାନ୍ତି ଓ ଏଥି ପାଇଁ ସଭା ସମିତି କରିଥାନ୍ତି ଓ ୱାଘା ସୀମା ଠାରୁ ଆରମ୍ଭ କରି ଇଣ୍ଡିଆ ଗେଟରେ ମହମ ବତି ଧରି କ୍ୟାଣ୍ଡେଲ ଶୋଭାଯାତ୍ରା କରିଥାନ୍ତି ସେମାନେ ହେଉଛନ୍ତି ଏହି ‘ଅମନ କି ଆଶା ଗ୍ୟାଙ୍ଗ’ ର ସଦସ୍ୟ । ଏବେ ଏହି ‘ଅମନ କି ଆଶା ଗ୍ୟାଙ୍ଗ’ ର ସଦସ୍ୟ ମାନଙ୍କ କାର୍ଯ୍ୟକଳାପ କମି ଯାଇଛି  । ପୂର୍ବରୁ ସମସ୍ତଙ୍କର ମନେ ଥିବ ୨୦୧୪ ମସିହା ପୂର୍ବରୁ ଭାରତରେ ପ୍ରାୟ ପାକିସ୍ତାନ ପ୍ରାୟୋଜିତ ଇସଲାମୀ ଆତଙ୍କବାଦ କାରଣରୁ ପ୍ରାୟତଃ ବୋମା ବିସ୍ଫୋରଣ, ଆତଙ୍କବାଦୀ ବିସ୍ଫୋରଣ ଆଦି ହେଉଥିଲା  । ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ସାଧାରଣ ଲୋକ ମାନଙ୍କ ମନରେ ପାକିସ୍ତାନ ବିରୁଦ୍ଧରେ ପ୍ରବଳ ଅସନ୍ତୋଷ ଦେଖା ଯିବା ସହ ସେମାନେ ପ୍ରତି କଠୋର କାର୍ଯାନୁଷ୍ଠାନ ଦାବି କରୁଥିଲେ  । ଠିକ୍ ସେତିକି ବେଳେ ଏହି ‘ଅମନ କି ଆଶା ଗ୍ୟାଙ୍ଗ’ ର ସଦସ୍ୟ ମାନେ ସକ୍ରିୟ ହେଉଥିଲେ ଓ ପାକିସ୍ତାନ ସହ ଅମନ ବା ଶାନ୍ତି ହେବା ଆବଶ୍ୟକ ବୋଲି କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରୁଥିଲେ  । ଏହି ଗ୍ୟାଙ୍ଗର ସଦସ୍ୟ ମାନେ ବିଭିନ୍ନ ଖବର କାଗଜରେ ବଡ ବଡ ସମ୍ପାଦକୀୟ ଲେଖାମାନ ଲେଖି ଭାରତ ପାକିସ୍ତାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ଓ ଉଭୟ ଦେଶରେ ଶାନ୍ତି ରହିବା ଆବଶ୍ୟକ ବୋଲି ପ୍ରଚାର କରୁଥିଲେ  । 
ଏହି ‘ଅମନ କି ଆଶା ଗ୍ୟାଙ୍ଗ’ ର ସଦସ୍ୟ ମାନେ ସାଧାରଣତଃ ବାମପନ୍ଥୀ ହୋଇଥାନ୍ତି ତଥା ମିଡିଆ- ଏକାଡେମିଆ ତଥା ନୀତି ନିର୍ଦ୍ଧାରଣରେ ସେମାନଙ୍କର ପ୍ରମୁଖ ଭୂମିକା ରହି ଆସିଛି  । ସେମାନେ ତାଙ୍କର ଲେଖା ମାଧ୍ୟମରେ ହେଉ କିମ୍ବା ଟେଲିଭିଜନ ଶୋ ମାନଙ୍କର ନିଜର ମତ ଜରିଆରେ ହେଉ ତାଙ୍କର ଏହି ନ୍ୟାରେଟିଭକୁ ସ୍ଥାପିତ କରିବାରେ ଲାଗିଥାନ୍ତି  । 
ଭାରତର ବିଦେଶ ନୀତିକୁ ଏହି ‘ଅମନ କି ଆଶା ଗ୍ୟାଙ୍ଗ’ ଅନେକ ବର୍ଷ ଧରି ପ୍ରଭାବିତ କରି ରଖିଥିଲା । ଏହି କାରଣରୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରି ବାରମ୍ବାର ଲହୁଲୁହାଣ କରିବା ସତ୍ତ୍ୱେ ଭାରତ ସରକାର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ପଛଘୁଂଚା ଦେଉଥିଲେ  । 
କଂଗ୍ରେସ ଓ ଅନ୍ୟ ଦଳ ମାନଙ୍କର ସରକାର ବେଳେ ମଧ୍ୟ ଭାରତର ବିଦେଶ ନୀତି ‘ଅମନ କି ଆଶା ଗ୍ୟାଙ୍ଗ’ ଦ୍ୱାରା ପ୍ରଭାବିତ ହେଉଥିଲା  । ଏପରିକି ଅଟଳ ବିହାରୀ ବାଜପେୟୀଙ୍କ ସରକାର ମଧ୍ୟ ଏମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା  । ବାଜପେୟୀ ମଧ୍ୟ ନିଜେ ପାକିସ୍ତାନ ସହ ସମ୍ପର୍କକୁ ଠିକ କରିବା ପାଇଁ ନିଜେ ବସ ନେଇ ଲାହୋର ଯାଇଥିଲେ  । ହେଲେ ଏହାର କିଛି ସମୟ ପରେ ହିଁ ପାକିସ୍ତାନ ଦ୍ୱାରା କାରଗିଲ ଆକ୍ରମଣ କରାଯାଇଥିଲା  । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଥମ ଥର ପାଇଁ କ୍ଷମତାରେ ଆସିଥିଲେ ସେତେବେଳେ ମଧ୍ୟ ସେ ପାକିସ୍ତାନ ସହ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରିଥିଲେ  । ତାଙ୍କର ଶପଥ ଗ୍ରହଣ ସମାରୋହରେ ପାକିସ୍ତାନୀ ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ ଦେବା ସହିତ ସେ ଆଫଗାନିସ୍ତାନରୁ ଫେରିବା ବେଳେ ହଠାତ ନବାଜ ଶରିଫଙ୍କ ପରିବାରିକ ସମାରୋହରେ ସାମିଲ ହେବାକୁ ପହଂଚି ଯାଇଥିଲେ  । ଏହା ମଧ୍ୟ ପାକିସ୍ତାନ ସହ ସମ୍ପର୍କ ସୁଧାରିବା ଉଦେ୍ଦଶ୍ୟରେ ଥିଲା  । ମାତ୍ର ଏହାର ଠିକ ପରେ ପରେ ଉରି ଓ ପଠାଣକୋଟ ଭଳି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । 
ତା’ପରଠାରୁ ଭାରତ ସରକାରଙ୍କ ନୀତି ବଦଳି ଯାଇଥିଲା  । ଭାରତ ପାକିସ୍ତାନକୁ ଦେଇଥିବା ମୋଷ୍ଟ ଫେଭର୍ଡ ନେସନର ମାନ୍ୟତା ପ୍ରତ୍ୟାହାର କରିବା ସହ ପାକିସ୍ତାନକୁ ଆତଙ୍କବାଦୀ ଦେଶ ବୋଲି ପ୍ରମାଣିତ କରିବା ପାଇଁ ବିଭିନ୍ନ ଆନ୍ତର୍ଜାତିକ ମଂଚରେ ପ୍ରୟାସ କରିଥିଲା ଓ ଅନେକାଂଶରେ ସଫଳ ମଧ୍ୟ ହୋଇଥିଲା  । 
ଏବେ ଆମେ ଶେଖର ଗୁପ୍ତାଙ୍କର “ଏକ ସ୍ଥିର ପାକିସ୍ତାନ ଭାରତର ସ୍ୱାର୍ଥ ଦୃଷ୍ଟିରୁ ହିତକର” ନ୍ୟାରେଟିଭର ବାସ୍ତବିକତାକୁ ପରଖିବା  । ୧୯୮୦ ଓ ୯୦ ଦଶକରେ ପାକିସ୍ତାନ ରାଜନୈତିକ ଓ ଆର୍ଥôକ ଦୃଷ୍ଟିରୁ ସ୍ଥିର ଥିଲା ଓ ଜେନେରାଲ ଜିଆ ଉଲ ହକ ଓ ପରବେଜ ମୁଶାରଫଙ୍କ ପରି ସୈନ୍ୟ ଶାସକମାନଙ୍କର ନିୟନ୍ତ୍ରଣରେ ଥିଲା  । ସେହି ସମୟରେ ସେମାନେ ଭାରତରେ ଆତଙ୍କବାଦ ପାଇଁ ଇସଲାମୀ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ସହ ଭାରତ ପଠାଇବାରେ ବିପୁଳ ଖର୍ଚ୍ଚ କରୁଥିଲେ  । କାଶ୍ମୀରର ଯୁବକ ମାନଙ୍କୁ ରେଡିକାଲାଇଜ କରିବାକୁ ସେମାନେ ବିଶେଷ ଧ୍ୟାନ ଦେଇଥିଲେ  । ଭାରତରେ ସ୍ଲିପର ସେଲ ମଧ୍ୟ ସେମାନେ ସେତେବେଳେ ସକ୍ରିୟ କରିବାକୁ ବିପୁଳ ଖର୍ଚ୍ଚ କରୁଥିଲେ  । ଅର୍ଥାତ ପାକିସ୍ତାନର ଆର୍ଥôକ ସ୍ଥିତି ଯେତେବେଳେ ସେତେଟା ଖରାପ ନ ଥିଲା ବା ୧୯୮୦ରୁ ୨୦୧୦ର ମଧ୍ୟ ଭାଗ ପର୍ଯ୍ୟନ୍ତ ସେତେବେଳେ ଭାରତ ଉପରେ ବଡ ବଡ ଆତଙ୍କବାଦୀ ଆକ୍ରମଣ ହେଉଥିଲା  । ଏହି ଆତଙ୍କବାଦୀ ଆକ୍ରମଣର ପଛରେ ଥିଲା ପାକିସ୍ତାନ ଓ ଏହାର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ  । ୯୦ ଦଶକରେ କାଶ୍ମୀରରେ ଆତଙ୍କବାଦ ତ ସମସ୍ତଙ୍କର ମନେ ଅଛି ଯେତେବେଳେ ଲକ୍ଷ ଲକ୍ଷ କାଶ୍ମୀରୀ ପଣ୍ଡିତଙ୍କୁ ତାଙ୍କର ଭିଟାମାଟିରୁ ଉଚ୍ଛେଦ କରି ଦିଆଯାଇଥିଲା । ଏହା ପରେ କେତେବେଳେ ରେଳ ଷ୍ଟେସନରେ ତ କେତେବେଳେ ବସ ଷ୍ଟାଣ୍ଡରେ ତ କେତେବେଳେ ବ୍ୟସ୍ତବହୁଳ ବଜାରରେ ଲଗାତାର ବୋମା ବିସ୍ଫୋରଣ ହେଉଥିଲା  । ୧୯୯୩ ମସିହାର ମୁମ୍ବାଇ ବୋମା ବିସ୍ଫୋରଣ, ୨୦୦୧ ମସିହାରେ ଭାରତୀୟ ସଂସଦ ଉପରେ ଆକ୍ରମଣ, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, ବାରାଣସୀ ପରି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନର ପୂର୍ଣ୍ଣ ସମର୍ଥନରେ ହେଉଥିଲା  । ଏହି ସବୁ ଘଟଣା ସେତେବେଳେ ହେଉଥିଲା ଯେତେବେଳେ ପାକିସ୍ତାନ ସ୍ଥିର ଥିଲା  । 
ପାକିସ୍ତାନରେ ଅସ୍ଥିରତା ରହିବା ତାର ବଲୋଚିସ୍ତାନ ଓ ଖୈବର ପଖତୁନଖବା ପରି ରାଜ୍ୟରେ ପାକିସ୍ତାନୀ ସେନା ଓ ପୋଲିସ ଉପରେ ଆକ୍ରମଣ ହେବା, ପାକିସ୍ତାନର ଆର୍ଥôକ ସ୍ଥିତି ଦେବାଳିଆ ହେବା ଆଡକୁ ଗତି କରିବା ଓ ସେଠାରେ ରାଜନୈତିକ ଅସ୍ଥିରତା ରହିବା ଦ୍ୱାରା ପାକିସ୍ତାନର ଭାରତ ଉପରେ ଇସଲାମୀ ଆତଙ୍କବାଦ ଜରିଆରେ ଭାରତକୁ ଲହୁଲୁହାଣ କରିବାର ସାମର୍ଥ୍ୟ ବାଧାପ୍ରାପ୍ତ ହେଉଛି  । ଏହି କାରଣରୁ ପାକିସ୍ତାନର ସମ୍ବଳ ମଧ୍ୟ ଅଭାବ ଦେଖା ଦେଉଛି ଓ ଭାରତରେ ଇସଲାମୀ ଆତଙ୍କବାଦୀଙ୍କୁ ପଠାଇ ଆକ୍ରମଣ କରିବାରେ ସେତେଟା ସଫଳତା ହାସଲ କରି ପାରୁ ନାହିଁ । ତେଣୁ ଶେଖର ଗୁପ୍ତା ମହୋଦୟ ବା ଅମନ କି ଆଶା ଗ୍ୟାଙ୍ଗର ନ୍ୟାରେଟିଭରେ ସତ୍ୟତା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ତଥ୍ୟ ରହିଛି ତାହା ତାଙ୍କର ନ୍ୟାରେଟିଭକୁ ଭୁଲ ପ୍ରମାଣିତ କରୁଛି  । ପାକିସ୍ତାନର ସ୍ଥିରତା ନୁହେଁ ବରଂ ପାକିସ୍ତାନରେ ଅସ୍ଥିରତା ଭାରତର ସ୍ୱାର୍ଥ ଦୃଷ୍ଟିରୁ ହିତକର  । 
ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଶେଖର ଗୁପ୍ତା ଏଭଳି ମିଥ୍ୟା ନ୍ୟାରେଟିଭକୁ ପୁଣି ପ୍ରସ୍ଥାପିତ କରିବାକୁ କାହିଁକି ଚାହୁଁଛନ୍ତି ? ଏହା ପୂର୍ବରୁ ମଧ୍ୟ ଅମନ କି ଆଶା ଗ୍ୟାଙ୍ଗ ସହ ଜଡିତ ମିଡିଆ ସଂସ୍ଥା ଓ ସାମ୍ବାଦିକ ମାନେ ପାକିସ୍ତାନ ସହ ବାଣିଜ୍ୟ ପୁଣି ଥରେ ଆରମ୍ଭ କରିବା ଭାରତ ପାଇଁ ଲାଭଦାୟକ ଭଳି ଲେଖା ମାନ ଲେଖି ସାରିଛନ୍ତି  । କିନ୍ତୁ ବର୍ତ୍ତମାନ ମୋଦୀ ସରକାରରେ ଏମାନଙ୍କର ଏହି ନ୍ୟାରେଟିଭକୁ ଗ୍ରହଣ କରାଯାଉ ନାହିଁ । ତେଣୁ ସେମାନଙ୍କର ହତାଶା ସ୍ପଷ୍ଟ ଦେଖାଯାଉଛି  ।
                                                         ଭୁବନେଶ୍ୱର